Odisha News

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୁଳ/ଓଡ଼ିଶା,୧୧/୨ : ସରକାରୀ ଟଙ୍କା ହଡ଼ପ କରିବା ଅଭିଯୋଗରେ ଅନୁଗୁଳ ଜିଲ୍ଲା ସିଡିଏମ୍ଓ କାର୍ଯ୍ୟାଳୟର କନିଷ୍ଠ ସହାୟକଙ୍କ ଘରେ ଭିଜିଲାନ୍ସ ପଶିଛି । ଆଜି ସକାଳୁ କନିଷ୍ଠ ସହାୟକ ସୁବ୍ରତ କୁମାର ବେହେରାଙ୍କର ୫ଟି ଠିକଣାରେ ଚଢ଼ଉ କରାଯାଉଛି । ଅନୁଗୁଳ, ଢେଙ୍କାନାଳ ଏବଂ ଭୁବନେଶ୍ୱରରେ ଭିଜିଲାନ୍ସ ଟିମ୍ ଯାଞ୍ଚ କରୁଛି ।
ଅନୁଗୁଳ ଜିଲ୍ଲା ସିଡିଏମ୍ଓ କାର୍ଯ୍ୟାଳୟର କନିଷ୍ଠ ସହାୟକ ସୁବ୍ରତ କୁମାର ବେହେରା ୨ କୋଟି ୩୮ ଲକ୍ଷ ସରକାରୀ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି । ଏହା ପରେ ଭିଜିଲାନ୍ସ ଚଢ଼ଉ କରିଛି ।
ସୁବ୍ରତଙ୍କର ଅନୁଗୁଳ ଟାଉନ ହାକିମପଡ଼ାରେ ଥିବା ତିନି ମହଲା କୋଠା, ନାଲକୋ ନଗର ଥାନା ଅଧିନସ୍ଥ ବୋଣ୍ଡା ଗ୍ରାମରେ ଥିବା ସମ୍ପର୍କୀୟଙ୍କ ଘର, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲାକ୍ ବାଁଉଶପୋଖରୀ ଗ୍ରାମରେ ଥିବା ପୈତୃକ ବାସଭବନ, ଭୁବନେଶ୍ୱର ଶ୍ରୀବିହାରରେ ଥିବା ସମ୍ପର୍କୀୟଙ୍କ ଭଡ଼ା ଘର ଏବଂ ଅନୁଗୁଳ ସିଡଏମ୍ଓ କାର୍ଯ୍ୟାଳୟରେ ଥିବା ଅଫିସ୍ ରୁମରେ ଚଢ଼ଉ ହେଉଛି । ଏହି ଚଢ଼ଉରେ ଭିଜିଲାନ୍ସ ବିଭାଗର ୫ ଜଣ ଡିଏସପି, ୮ ଜଣ ଇନସ୍ପେକ୍ଟର, ୧୪ ଜଣ ଏଏସ୍ଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।

Related Posts