Odisha News

ଜନ ଜାତୀୟ ଗରିମା ଉତ୍ସବ ଓ ଜନ ଭାଗିଦାରୀ ଅଭିଯାନ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୨/୫: ଜନଜାତି ବ୍ୟାପାର ମନ୍ତ୍ରଣାଳୟ, ଭାରତ ସରକାରଙ୍କ ପକ୍ଷରୁ ୧୮ ମେ ରୁ ୨୫ ମେ ପର୍ଯ୍ୟନ୍ତ ପାଳିତ “ଜନଜାତୀୟ ଗରିମା ଉତ୍ସବ-୨୦୨୬” ଅନ୍ତର୍ଗତ “ଜନ ଭାଗିଦାରୀ ଅଭିଯାନ” କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ର ସାରଙ୍ଗଡ଼ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ବ୍ଲକର ସମସ୍ତ ବିଭାଗୀୟ ଅଧୂକାରୀ ଓ କର୍ମଚାରୀଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଦିବାସୀ ଅଞ୍ଚଳର ସମଗ୍ର ଉନ୍ନତିକୁ ପ୍ରାଥମିକତା ଦିଆଯାଇଥିଲା।
କାର୍ଯ୍ୟକ୍ରମରେ କ.ନୂଆଗାଁ ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା ମୁଖ୍ୟ ଅତିଥୂ ଭାବେ ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ଗୋଷ୍ଠୀ ଉନ୍ନୟନ ଅଧୂକାରୀ ଶୁଭ୍ରାଞ୍ଜଳି ପ୍ରଧାନ ଏବଂ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଅନିତା ମଲିକ, ସାଂସଦ ପ୍ରତିନିଧୂ ରାମ୍ବୁରା ପ୍ରଧାନ, ବିଧାୟକ ପ୍ରତିନିଧୂ ସହଦେବ ପାତ୍ର, ବଣ୍ଡଗୁଡା ସରପଞ୍ଚ ସଞ୍ଜୟ କୁମାର ପ୍ରଧାନ, ଡବ୍ଲୁ ଇ ଓ ବୁରୁମାଝୀ ପତ୍ରା, ଏବିଡିଓ ପ୍ରିୟଦର୍ଶିନୀ ମଲିକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧୂକାରୀ ସ୍ବୟଂ ସିଦ୍ଧା ଦାସ ପ୍ରମୁଖ ଯୋଗ ଦେଇଥିଲେ।
“ସବୁଠାରୁ ଦୂର, ସର୍ବ ପ୍ରଥମେ” ଏହି ମୂଳ ମନ୍ତ୍ରକୁ ଆଧାର କରି ଦୂରଦୁରାନ୍ତ ଜନଜାତି ଅଞ୍ଚଳରେ ସରକାରୀ ଯୋଜନା, ସ୍ବାସ୍ଥ୍ୟ, ଶିକ୍ଷା, ପୋଷଣ, ଜୀବିକା ଓ ସାମାଜିକ ସୁରକ୍ଷା ସେବା ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ଅଭିଯାନ ଚାଲିଛି।
ଅଭିଯାନ ଅବସରରେ ସଚେତନତା ଶିବିର, ଗ୍ରାମସଭା, ବିଭିନ୍ନ ଯୋଜନାରେ ନାମଭର୍ଷି ଓ ସ୍ଥାନୀୟ ଲୋକଙ୍କ ସହଭାଗିତା ମାଧ୍ୟମରେ ଆଦିବାସୀ ସମୁଦାୟଙ୍କ ସମସ୍ୟା ଓ ଉନ୍ନତିମୂଳକ ପ୍ରସଙ୍ଗକୁ ଗୁରୁତ୍ବ ଦିଆଯାଇଥିଲା।
ଏଥିରେ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀ, ଜନପ୍ରତିନିଧୂ ଓ ବହୁ ସଂଖ୍ୟକ ଜନସାଧାରଣ ଅଂଶଗ୍ରହଣ କରିଥିଲେ।
ବିପଦକୁ ନିମନ୍ତ୍ରଣ କରୁଛି : ଜାତୀୟ ରାଜପଥ ଓ ମୁଖ୍ୟ ବଜାର ମଧ୍ୟରେ ବିପଦପୂର୍ଣ୍ଣ ଶୁଖିଲା ଆମ୍ବ ଗଛ
ବାଲିଗୁଡା, ୨୨/୫: କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନ ର ମୁଖ୍ୟ ବଜାର ତଥା ଜାତୀୟ ରାଜପଥ କଡରେ ଏକ ଶୁଖିଲା ଆମ୍ବଗଛ ରହିଛି।
ଏହିଗଛଟି ତହସିଲଦାର ଙ୍କ ବାସଭବନକୁ ଲାଗି ରହିଛି ।
ଏହି ଗଛଟି ପ୍ରାୟ ଏକବର୍ଷ ହେବ ଏହିଭଳି ଶୁଖିଲା ହୋଇ ରହିଛି। ଗଛରୁ ଶୁଖିଲା ଡାଳ ପଡିଥାଉଛି । ଉକ୍ତ ଗଛ ଥିବା ଅଞ୍ଚଳ ମୁଖ୍ୟ ବଜାର ହୋଇଥିବା ଏବଂ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ରହିଥିବାରୁ ପ୍ରତ୍ୟେକ ଦିନ ଶହଶହ ଜନସାଧାରଣ ଯାତାୟତ କରିଥାନ୍ତି ।
କିଛି ଦିନ ତଳେ କାଳବୈଶାଖିରେ ବାଲିଗୁଡାରେ ଅନେକ ଗଛପଡି ଧନଜୀବନ ନଷ୍ଟ ହେବାର ନଜିର ରହିଛି ।
ପୁଣି ହଠାତ କାଳ ବୈଶାଖୀ ଆସିଲେ ଏହି ଗଛଟି ଯଦି ପଡିଥାଏ, ତେବେ ଅନେକ ଧନଜୀବନ କ୍ଷତି ହେବାର ଯଥେଷ୍ଟ ସମ୍ଭାବନା ରହିଛି କ୍ଷ ଏହି ଗଛକୁ କାଟିବା ନିମନ୍ତେ ଗତକିଛି ମାସ ତଳେ ସ୍ଥାନୀୟ ବାସିନ୍ଦା ତହିଲଦାରଙ୍କୁ ଲିଖିତ ଆକାରରେ ଦେଇଥିଲେ ।
ସେହି ସମୟରେ ତହସିଲଦାର କହିଥିଲେ ଯେ, ବନବିଭାଗ , ଅଗ୍ନିଶମ ବାହିନୀ ଏବଂ ଏନଏସି ରେ କୁହାଯାଇଛି । କିନ୍ତୁ ଲିଖିତ ଅଭିଯୋଗ କାଗଜରେ ସୀମିତ ରହିଯାଇଛି କ୍ଷ ଅଭିଯୋଗ ଦେବାର ଦୀର୍ଘ ଦିନ ବିତିଯାଇଥିଲେ ହେଁ ଅଦ୍ୟାବଧି ସୁଦ୍ଧା ଉକ୍ତ ଗଛକୁ କାଟିବା ବ୍ୟବସ୍ଥା କରାଯାଇନାହିଁ ।
ଏ ସମ୍ପର୍କ ରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳେଇ କହିଛନ୍ତି ଯେ, ଗଛକୁ କାଟିବା ନିମନ୍ତେ ଆମେ ପ୍ରସ୍ତୁତ ରହିଛୁ କିନ୍ତୁ ବିଦ୍ୟୁତ ବିଭାଗ ବିଦ୍ୟୁତ କାଟିଲେ ଗଛ କାଟିହେବ କିନ୍ତୁ ବର୍ତ୍ତମାନ ଖରାଦିନ ହୋଇଥିବାରୁ ବିଦ୍ୟୁତ ବିଭାଗ ଲାଇନକୁ କାଟୁନାହାନ୍ତି ।
ଏଣୁ ସେମାନେ ଲାଇନ କାଟିଲେ ଆମେ ଗଛକୁ କାଟିଦେବୁ ବୋଲି କହିଛନ୍ତି । ହେଲେ ଏହି ବିଷୟ ନେଇ ଯିଏ ଯାହା ମୁଣ୍ଡରୁ ଅଳିଆ ଛିଡାଇ ଦେଇଥିବା ବେଳେ ଯଦି ଅକସ୍ମାତ ଗଛ ଟି ପଡିଯାଏ ତେବେ ଏଥିପାଇଁ ଦାୟୀ କି\’ଏ ରହିବ ଏବଂ ଯାହା କ୍ଷତି ହେବ କି\’ ଏ ଭରଣା କରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।
ପ୍ରଶାସନିକ ପକ୍ଷରୁ ସ୍ୱତନ୍ତ୍ର ସଘନ ସଂଶୋଧନ ସଂପର୍କ ରେ ରାଜନୈତିକ ଦଳ ପ୍ରତିନିଧି ମାନଙ୍କୁ ନେଇ ବୈଠକ
ବାଲିଗୁଡା, ୨୨/୫ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ୮୨ ନଂ.ବାଲିଗୁଡା ନିର୍ବାଚନ ମଣ୍ଡଳୀ ଓ ୮୩ ନଂ.ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର ସ୍ୱତନ୍ତ୍ର ସଘନ ସଂଶୋଧନ ସଂପର୍କ ରେ ପ୍ରଶାସନ ପକ୍ଷରୁ ବିଭିନ୍ନ ରାକନୈତିକ ଦଳ ର ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି ।
ଅନୁଷ୍ଠିତ ବୈଠକରେ ୮୨ ନଂ. ବାଲିଗୁଡା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ବାଲିଗୁଡା ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣୀତା ଦାସ ଓ ୮୩ ନଂ.ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା କନ୍ଧମାଳ ଏଡିଏମ କୁଶଳ ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରି ସ୍ୱତନ୍ତ୍ର ସଘନ ସଂଶୋଧନ ସଂପର୍କରେ ଥିବା ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋକପାତ କରିଥିଲେ ।
ଦୁଇ ନିର୍ବାଚନ ମଣ୍ଡଳୀର ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ନେଇ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ସଂପର୍କ ରେ ଆଲୋକପାତ କରିଥିଲେ । ସମଗ୍ର କନ୍ଧମାଳ ଜିଲ୍ଲାରେ ଏକ ସୁଗମ ଏବଂ ସ୍ୱଚ୍ଛ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ଆଗାମୀ ସ୍ୱତନ୍ତ୍ର ସଘନ ସଂଶୋଧନ (ଝଓଜ) ଏବଂ ଚଳିତ ମାସ ୩୦ ତାରିଖ ରୁ ବିଏଲଓ ମାନଙ୍କ ଦ୍ୱାରା ଘର ଘର ପରିଦର୍ଶନ ଆରମ୍ଭ ସମ୍ପର୍କରେ ଆଲୋଚନା କରାଯାଇଥିଲା।
ଏହି ବୈଠକରେ ବିଡ଼ିଓଙ୍କ ସହିତ ସମସ୍ତ ରାଜନୈତକ ଦଳର ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ଭୋଟର ତାଲିକା ସଂଶୋଧନ (ଝଓଜ) ଜନିତ ପ୍ରଶାସନ ଓ ଭାରତର ନିର୍ବାଚନ କମିଶନ ତା ୦୧,୦୭,୨୦୨୬ କୁ ନୂତନ ଭୋଟର ମାନଙ୍କ ନିମନ୍ତେ ଯୋଗ୍ୟତା ତାରିଖ ରଖିଛନ୍ତି ।
ଏହି ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ କେହି ହେଲେ ଜଣେ ଯୋଗ୍ୟ ଭୋଟର , ଯେପରି ତାଲିକାରୁ ବାଦ ନ ପଡନ୍ତୁ ଏବଂ କେହି ହେଲେ ଜଣେ ଅଯୋଗ୍ୟ ଭୋଟର, ତାଲିକାରେ ନ ରୁହନ୍ତୁ ସଂଶୋଧନର ମୂଳ ଲକ୍ଷ ଅଟେ ।
ଏହି ସ୍ଵତନ୍ତ୍ର ତୀବ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟରେ ଯୋଗ୍ୟତା ତାରିଖ ୦୧,୦୭ ,୨୦୨୬ ରିଖ ଥିବା ବେଳେ ପ୍ରସ୍ତୁତି ,ତାଲିମ ଓ ପ୍ରିଣ୍ଟିଙ୍ଗ ୨୦.୦୫ ,୨୦୨୬ ରୁ ୨୯ ,୦୫ ,୨୦୨୬, ବୁଥ ଲେବଲ ଅଫିସର ଘର ଘର ବୁଲି ତଥ୍ୟ ସଂଗ୍ରହ କରିବା ୩୦,୦୫,୨୦୨୬ରୁ ୨୮,୦୬,୨୦୨୬ , ମତଦାନ କେନ୍ଦ୍ର ସଙ୍ଗତି କରଣ ପାଇଁ ତା ୨୮.୦୬.୨୦୨୬ ରିଖ, ଭୋଟର ତାଲିକା ପ୍ରକାଶନ ପାଇଁ ତା ୦୫.୦୬.୨୦୨୬ ରିଖ ,ଆପତ୍ତି ଅଭିଯୋଗ ଗ୍ରହଣ କାରିବା ନିମନ୍ତେ ତା ୦୫ ୦୭ ୨୦୨୬ରୁ ୦୪,୦୮.୨୦୨୬ ରିଖ ପର୍ଯ୍ୟନ୍ତ, ଆପତ୍ତି ଅଭିଯୋଗର ସମାଧାନ ନିମନ୍ତେ ୫.୦୭.୨୦୨୬ ରୁ ୦୨.୦୯.୨୦୨୬ ଏବଂ ଚୂଡାନ୍ତ ଭୋଟର ତାଲିକା ପ୍ରକାଶନ ପାଇଁ ତା ୦୬/୦୯/୨୦୨୬ରିଖ ନିର୍ବାଚନ କମିଶନ ପକ୍ଷରୁ ସ୍ଥିର କରାଯାଇଅଛି । ସେହି ପରି ଭୋଟର ତାଲିକାରେ ନାମ ଯୋଗ କରିବା ନିମନ୍ତେ ,ନାମ କାଟିବା ନିମନ୍ତେ ଏବଂ ପରିବର୍ତ୍ତନ ନିମନ୍ତେ ନାଗରିକ ମାନେ ଅନଲାଇନ ଇସିଆଇ ନେଟ ବ୍ୟବହାର କରିପାରିବେ ।
ଏହି ସ୍ୱତନ୍ତ୍ର ଭୋଟର ତାଲିକା ତିବ୍ର ସଂଶୋଧନ କାର୍ଯ୍ୟକୁ ସମସ୍ତ ରାଜନୈତିକ ଦଳ ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ସହଯୋଗ କରି ବାଲିଗୁଡା ଓ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର ଏସଆଇଆର କାର୍ଯ୍ୟକୁ ତୃଟିଶୁନ୍ୟ କରିବାକୁ ବୈଠକରେ ରାଜନୈତିକ ନେତ୍ରୁ ବର୍ଗଙ୍କ ସହାୟତା ଲୋଡ଼ିଥିଲେ ।

Related Posts