Odisha News

ଛତିଶଗଡ଼ରେ ନକ୍ସଲଙ୍କ ବଡ଼ଧରଣର ଆକ୍ରମଣ ବିଫଳ, ୭ ମାଓବାଦୀ ନିହତ, ତଲାସ ଅଭିଯାନ ଜାରି

ମାଲକାନଗିରି, ୨୩/୫: ଛତିଶଗଡ଼ର ବସ୍ତର ଅଞ୍ଚଳରେ ନକ୍ସଲମାନଙ୍କର ଆତଙ୍କ ଶେଷ ହେଉ ନାହିଁ। ନକ୍ସଲମାନେ ସବୁବେଳେ ଗ୍ରାମାଞ୍ଚଳରେ କ୍ଷତିକରିବାକୁ ଉଦ୍ୟମ କରୁଛନ୍ତି। ଏହାରି ମଧ୍ୟରେ ସୁରକ୍ଷାକର୍ମୀଙ୍କୁ ବଡ଼ଧରଣର ସଫଳତା ମିଳିଛି। ସୁରକ୍ଷାବଳଙ୍କ ଗୁଳିରେ ୭ ଜଣ ନକ୍ସଲ ନିପାତ ହୋଇଛନତି। ଦନ୍ତେୱାଡା ଏସ୍ପି ଗୌରବ ରାୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ଗଣମାଧ୍ୟମକୁ ହସ୍ତଗତ ହୋଇଥିବା ଖବର ଅନୁସାରେ ନାରାୟଣପୁର-ଦନ୍ତେୱାଡା ସୀମାରେ ଏହି ଏନ୍କାଉଣ୍ଟର ହୋଇଛି। କୁହାଯାଉଛି ଯେ, ୧୦୦୦ରୁ ଅଧିକ ଯବାନ ନକ୍ସଲ ଅଞ୍ଚଳରେ ପ୍ରବେଶ କରିଥିଲେ। ଏହି ସମୟରେ ଯବାନଙ୍କୁ ଦେଖି ନକ୍ସଲମାନେ ବିଚଳିତ ହୋଇ ଉଠିଥିଲେ। ନକ୍ସଲମାନେ ପ୍ରଥମେ ଗୁଳି କରିଥିଲେ, ଯାହାର ଜବାବ ସେମାନେ ପାଇଥିଲେ।
ଏହାପୂର୍ବରୁ ଖବର ଥିଲା ପୁଲିସ ଗୁଳିରେ ଜଣେ ଯବାନ ନିହତ ହୋଇଥିଲା ଏବଂ ୨ ଜଣ ଆହତ ହୋଇଥିଲେ। ଏବେ ଏସ୍ପି କହିଛନ୍ତି, ୭ ଜଣ ନକ୍ସଲ ନିପାତ ହୋଇଛନ୍ତି। ଏଥି ସହିତ ବିପୁଳ ପରିମାଣରେ ନକ୍ସଲ ସାମଗ୍ରୀ ଜବତ ହୋଇଛି।

Related Posts

Seo wordpress plugin by www.seowizard.org.