Odisha News

ଗିରଫ ପରେ ପୁଣି ଭିଜିଲାନ୍ସ ରେଡ୍, ରାଜସ୍ୱ ସହାୟକଙ୍କ ୬ ଠିକଣାରେ ଚଢ଼ାଉ

ଜଗତସିଂହପୁର, ୨୪/୮ : ନାଉଗାଁ ତହସିଲର ବରିଷ୍ଠ ରାଜସ୍ୱ ସହାୟକ ଭଞ୍ଜ କିଶୋର ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ସୋମବାର ସକାଳୁ ସକାଳୁ ରଘୁନାଥପୁର ବ୍ଲକ ପାଟେଣୀ ଗାଁ ସ୍ଥିତ ପୈତୃକ ବାସଭବନ, କାର୍ଯ୍ୟାଳୟ ଓ ଶ୍ୱଶୁର ଘର ସମେତ ଆଦି ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି ।
ରଘୁନାଥପୁର ବ୍ଲକ ପାଟେଣୀ ଗାଁରେ ୭୦୦୦ ବର୍ଗ ଫୁଟ୍ ପରିମିତ ଏକ ଦୁଇ ମହଲା କୋଠା, ୪୦୦୦ ବର୍ଗ ଫୁଟ୍ ପରିମିତ ଜମି ଉପରେ ଟେଣ୍ଟ୍ ହାଉସ୍ ଓ ୩୦୦୦ ବର୍ଗ ଫୁଟ୍ ଜମିରେ ଆଉ ଏକ ଦୁଇ ମହଲା କୋଠାରେ ଯାଞ୍ଚ କରାଯାଉଛି । ଏହା ସହିତ ନାଉଗାଁ ତହସିଲ କାର୍ଯ୍ୟାଳୟ, ପୂର୍ବରୁ କାର୍ଯ୍ୟରତ ଥିବା ତିର୍ତ୍ତୋଲ୍ ବ୍ଲକ୍ କାର୍ଯ୍ୟାଳୟ ଏବଂ ସାନକୋର୍କୋରାରେ ଥିବା ଶ୍ୱଶୁର ଘରେ ଚଢ଼ାଉ ହେଉଛି ।
ରାଜସ୍ୱ ସହାୟକଙ୍କ ବିଳାସପୂର୍ଣ୍ଣ ଘର ଦେଖିଲେ ଆଖି ଖୋସି ହୋଇଯିବ । ସେହିପରି ସେ ଏକ ବଡ଼ ଟେଣ୍ଟ୍ ହାଉସ ମଧ୍ୟ ଚଳାଇଛନ୍ତି । ଯେଉଁଥିରେ ବିଭିନ୍ନ ପ୍ରକାର ଭୋଜିର ଆୟୋଜନ କରନ୍ତି ।

Related Posts