Odisha News

ଓରାଙ୍ଗଉଟାନ୍ ଚାଲାଣ ମାମଲା; ବାପା-ପୁଅଙ୍କ ସହ ୩ ଜଣଙ୍କୁ ଉଠାଇଲା ଏସଟିଏଫ୍

ଭୁବନେଶ୍ୱର, ୧୨/୯ : ଓଡ଼ିଶାରେ ମିଳିଥିବା ୫ଟି ଓରାଙ୍ଗଉଟାନ୍ ଶାବକକୁ ନେଇ ତଦନ୍ତ ଯେତିକି ଆଗକୁ ବଢ଼ୁଛି, ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି ଘଟଣାରେ ଏବେ ବଙ୍ଗୀୟ ବାପା–ପୁଅଙ୍କ ସହ ୩ ଜଣଙ୍କୁ ଉଠାଇଛି ଏସଟିଏଫ। ସୂଚନା ଅନୁସାରେ, ବାପା–ପୁଅ ଥରେ କୋଲକାତା ଯାଇଥିଲେ। ଏସ୍ଟିଏଫ୍ର ଏକାଧିକ ଟିମ୍ ସେମାନଙ୍କୁ ଧରିବା ପାଇଁ ଅଧା କୋଲକାତାକୁ ଘାଣ୍ଟି ପକାଇଲାଣି। ହାଓ୍ୱଡାସ୍ଥିତ ତାଙ୍କ ଘରେ ଏସ୍ଟିଏଫ୍ ଖୋଜାଖୋଜି କରିବା ସତ୍ତ୍ୱେ କାହାରିକୁ ପାଇନାହିଁ। ବାଲେଶ୍ଵରର ପ୍ରଭାବଶାଳୀ ବ୍ୟକ୍ତିଜଣକ ଘଟଣା ଦିନ ହୋଟେଲକୁ ଯାଇନଥିବା ସୂଚନା ମିଳିଛି।
ନ୍ୟୁ-ଦୀଘାର ଏକ ହୋଟେଲରେ ଏସ୍ଟିଏଫର ଟିମ୍ ଛାନଭିନ୍ କରିଛି। ସେଠାକାର ଅନ୍ୟ ଏକ ଦୋକାନର ସିସିଟିଭି କ୍ୟାମେରା ଫୁଟେଜରୁ ଜଣାପଡୁଛି ଯେ ସୋମବାର ରାତି ୧୦ଟା ୫୬ ମିନିଟରେ କଳାରଙ୍ଗର ଥର ଓ ତା\’ ପଛେ ପଛେ ଆଉ ଏକ ଧଳା କାର୍ ଯାଉଥିଲା। ଏହି ଦୁଇଟି ଗାଡ଼ି ମୁଖ୍ୟ ରାସ୍ତା ଛାଡ଼ି ଗଳିକନ୍ଦିରେ ଘୂରି ବୁଲିଥିଲା। ଥର ଗାଡ଼ିଟି ରାତି ୧୧ଟା ୩୫ରେ ଭୋଗରାଇର ଓରାଙ୍ଗ ଉଟାନ୍ ଉଦ୍ଧାରସ୍ଥଳକୁ ଯାଇ ୧୨ ମିନିଟ୍ରେ ଫେରିଥିବାର ଦୃଶ୍ୟ ଏକ ସାର ବିକ୍ରୟ କେନ୍ଦ୍ରର ସିସିଟିଭି କ୍ୟାମେରା ଫୁଟେଜ୍ କଏଦ୍ ହୋଇଛି।
ଦୀଘାରୁ ବଡ଼ପାହିର ଦୂରତା ପ୍ରାୟ ୨୨ କିମି । ଥର୍ଟି ଅଧଘଣ୍ଟା ଭିତରେ ଏତିକି ଦୂରତା ଅତିକ୍ରମ କରି ଆସିଥିବ ବୋଲି ଏକରକମର ସ୍ପଷ୍ଟ ହୋଇଛି। ଉକ୍ତ ହୋଟେଲରେ ୬ ଜଣ ଚାଲାଣକାରୀ ରହୁଥିଲେ। ୩ ଜଣଙ୍କ ନାମ ହୋଟେଲ ରେଜିଷ୍ଟାରରେ ଉଲ୍ଲେଖ ରହିଛି। କିନ୍ତୁ ବାକି ୩ ଜଣଙ୍କ କୌଣସି ଠିକଣା ନାହିଁ। ୩ ଜଣ ଅଟକଙ୍କ ଭିତରୁ ଜଣେ କଳା ଥର୍ ଗାଡ଼ି ଚାଳକ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।
ଆଜି ଉଦ୍ଧାରସ୍ଥଳକୁ କୌଣସି ଅଧିକାରୀ ତଦନ୍ତ ପାଇଁ ଆସିନାହାନ୍ତି। ସ୍ଥାନୀୟ ବନ ବିଭାଗ ପକ୍ଷରୁ ୨୪ଘଣ୍ଟିଆ ପହରା ଦିଆଯାଉଛି। ଓରାଙ୍ଗଉଟାନ ଶାବକ ଉଦ୍ଧାର ସ୍ଥାନକୁ ବ୍ୟାରିକେଡ୍ କରି ଜାଲ ଘେରାଇ ଦିଆଯିବା ସହିତ ନୋ ଏଣ୍ଟ୍ରି ବୋଲି ଲେଖାଯାଇଛି।ପିସିସିଏଫ୍ (ବନ୍ୟପ୍ରାଣୀ) ପ୍ରେମ କୁମାର ଝା କହିଛନ୍ତି ନନ୍ଦନକାନନରେ ଓରାଙ୍ଗଉଟାନଙ୍କ ସ୍ବାସ୍ଥ୍ୟ ଠିକ୍ ଠିକ୍ ଅଛି ଅଛି। । ଡିଏଏନଏ ପରୀକ୍ଷା କରାଯିବ। ପ୍ରଥମେ ଏମାନେ ଏଠିକାର ପାଣିପାଗ ସହ ଖାପ ଖୁଆଇ ରହିବାକୁ ଚେଷ୍ଟା କରୁଛୁ। ପରେ ନିଷ୍ପତ୍ତି ନିଆଯିବ ଯେ, ଏଗୁଡ଼ିକୁ ଇଣ୍ଡୋନେସିଆକୁ ପଠାଯିବ କି ନନ୍ଦନକାନନରେ ପର‌୍ୟ୍ୟଟକଙ୍କ ପାଇଁ ରଖାଯିବ।
ବାଲେଶ୍ଵର ବନଖଣ୍ଡର ଏକ ଟିମ୍ ଓ ଝଞୠ ଏହି ଚୋରା ମ୍ୟାକେଟକୁ ଚେରକୁ ଖୋଜୁଛନ୍ତି। ସୂଚନା ଥାଉକି, ପଶ୍ଚିମବଙ୍ଗ ଦୀଘା ଅନ୍ତଃରାଜ୍ୟ ଚୋରା ଚାଲାଣ କାରୀଙ୍କ ପେଣ୍ଠସ୍ଥଳ। ପୂର୍ବରୁ ଓଡ଼ିଶାରେ ପ୍ରଶ୍ନପତ୍ର ଲିକ୍ ଘଟଣା ହେଉ ଅଥବା ଉପମୁଖ୍ୟମନ୍ତ୍ରୀଙ୍କ ପିଏ କହି ୧ କୋଟି ଟଙ୍କା ହଡ଼ପ କରିଥିବା ଠକକୁ ଦୀଘାରୁ ହିଁ ଗିରଫ କରାଯାଇଥିଲା।ଯ;ୃ

Related Posts