ବୌଦ୍ଧରେ ପ୍ରବାଦ ପୁରୁଷ ଦିବସ ପାଳିତ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୮/୪ : ଶୁକ୍ରବାର ବୌଦ୍ଧ ବିଜୁ ଜନତା ଦଳ ପକ୍ଷରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୯ତମ ତିରୋଧାନ ଦିବସକୁ ପ୍ରବାଦ ପୁରୁଷ ଦିବସ ଭାବେ ପାଳନ କରାଯାଇଛି । ସକାଳ ୦୯ ଘଟିକା ସମୟରେ ବ୍ରିଜ ଛକସ୍ଥ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ପୂର୍ବତନ ମନ୍ତ୍ରୀ ବାଚସ୍ପତି ତଥା ବୌଦ୍ଧ ବିଜୁ ଜନତାଦଳ ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ବୌଦ୍ଧ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର ବରିଷ୍ଠ ଆଇନଜୀବୀ ଅଶୋକ ସାହୁ ପୂର୍ବତନ ଉପନଗରପାଳ ବସନ୍ତ ସ୍ୱାଇଁ ପ୍ରମୁଖଙ୍କ ନେତୃତ୍ୱରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।
ଏହାପରେ ସ୍ଥାନୀୟ ଟାଉନହଲ ଠାରେ ବରିଷ୍ଠ ଆଇନଜୀବୀ ଅଶୋକ ସାହୁଙ୍କ ସଭାପତିତ୍ୱରେ ଏକ ଶ୍ରଦ୍ଧାଞ୍ଜଳି ସମାରୋହ ଆୟୋଜିତ ହୋଇଥିଲା ।
ଏହି ସମାରୋହରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ମୃତ୍ୟୁଞ୍ଜୟ ମିଶ୍ର ଜିଲ୍ଲାପରିଷଦ ଅଧକ୍ଷା ପ୍ରଭାସିନୀ ଦାସ ସୁବୋଧ ପ୍ରଧାନ ଅବକାଶ ସାହୁ ପ୍ରଦୀପ କୁମାର ସାହୁ ମହିଳାବିଜେଡି ସଭାପତି ଦିପ୍ତୀପ୍ରଭା ସ୍ୱାଇଁ ଯୁବବିଜେଡି ସଭାପତି ଭାଗିରଥି ମଲ୍ଲିକ ବୌଦ୍ଧ ବ୍ଲକ ସଭାପତି ସୁମନ୍ତ ସାହୁ ହରଭଙ୍ଗା ବ୍ଲକ ସଭାପତି ପଙ୍କଜ ସାହୁ ପ୍ରମୁଖ ମଞ୍ଚାସୀନ ରହି ଓଡ଼ିଆ ଜାତିକୁ ତଥା ନୂଆ ଓଡିଶା ଗଠନରେ ବିଜୁବାବୁଙ୍କ ଅବଦାନ ବିଶେଷ କରି ବୌଦ୍ଧକୁ ଜିଲ୍ଲାର ମାନ୍ୟତା ଦେଇ ବୌଦ୍ଧକୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିବା ବିଜୁବାବୁଙ୍କର ସ୍ମୃତିଚାରଣ କରିବା ସହ ମହିଳାଙ୍କୁ ପଚାଶ ପ୍ରତିଶତ ସରଂକ୍ଷଣ ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥାର ଗଠନ ଶ୍ରମିକ ମଜୁରୀ ଏକକାଳୀନ ଅଢେଇଗୁଣ ବୃଦ୍ଧି ଏବଂ କୃଷିଋଣ ଛାଡ଼ ଭଳି ନେଇଥିବା ଯୁଗାନ୍ତକାରୀ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ ।
ତାଙ୍କରି ନାମରେ ଗଠିତ ବିଜୁ ଜନତାଦଳ କୁ ସଂଗଠିତ କରି ପୁଣି ଲୋକଙ୍କ ଆସ୍ଥାଭାଜନ କରି କ୍ଷମତାକୁ ଆଣିବା ତାଙ୍କ ପାଇଁ ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତ୍ରିପୁର ମହାଙ୍କୁଡ ଅଶ୍ୱିନୀ ପ୍ରଧାନ ଜସ୍ମିନୀ ପ୍ରଧାନ ଅଶୋକ ମେଣ୍ଡୁଳି ରବୀନ୍ଦ୍ର ପାତ୍ର ଦେବହରି ମହାଙ୍କୁଡ ବିଜୟ ମାହାର ରବୀନ୍ଦ୍ର ରାଉତ ସର୍ବେଶ୍ୱର ମହିଶାଲ ମାନସ ପୁରୋହିତ ଅସିତ ପ୍ରଧାନ ସନ୍ତୋଷ ନାୟକ ସୁଜ୍ଞାନ କର୍ଣ୍ଣ ଦୋଳଗୋବିନ୍ଦ ପ୍ରଧାନ ପ୍ରତିଭା ସାହୁ କାର୍ତିକ ବେହେରା ପ୍ରମୁଖଙ୍କ ନେତୃତ୍ୱରେ ପାଞ୍ଚଶହରୁ ଉର୍ଦ୍ଧକର୍ମୀ ଆଜିର ବୈଠକରେ ଯୋଗଦେଇଥିଲେ ।




