Odisha News

ଅପରାଧୀ ମହମ୍ମଦ ନାସିଫକୁ ପୋଲିସର ଏନ୍‌କାଉଣ୍ଟର, ଡାହାଣ ଗୋଡ଼ରେ ବାଜିଛି ଗୁଳି

ଚମ୍ପୁଆ, ୬/୭ : କେଉଁଝର ଏବଂ ମୟୂରଭଞ୍ଜ ଅଞ୍ଚଳରେରେ ୩୦ ରୁ ଅଧିକ ଚୋରି ମାମଲାରେ ଜଡିତ କୁଖ୍ୟାତ ଆନ୍ତଃରାଜ୍ୟ ଚୋର ମହମ୍ମଦ ନାଫିସ (ଝାଡ଼ଖଣ୍ଡ)କୁ ଏନକାଉଣ୍ଟର କରିଛି ଚମ୍ପୁଆ ପୁଲିସ।
ଅଭିଯୁକ୍ତ ଆଜି ସକାଳ ପ୍ରାୟ ୫ଟା ସମୟରେ ପତଳା ଜଙ୍ଗଲ ନିକଟରେ ପୁଲିସ ଦଳ ଉପରେ ଗୁଳି ୨ରାଉଣ୍ଡ ଗୁଳି ଚଳାଇ ଫେରାର ହେବାକୁ ଉଦ୍ୟମ ବେଳେ ଏନକାଉଣ୍ଟର କରିଛି ଚମ୍ପୁଆ ପୁଲିସ। ବିଭିନ୍ନ ସ୍ଥାନରୁ ଚୋରି ପରେ ଚୋରି ସାମଗ୍ରୀ ଚମ୍ପୁଆ ନିକଟସ୍ଥ ପତଳା ଜଙ୍ଗଲରେ ଲୁଚାଇ ରଖିଥିଲା ନାଫିସ। ଗିରଫ ପରେ ଚୋରି ସାମଗ୍ରୀ ଜବତ ପାଇଁ ପୁଲିସ ତାକୁ ଆଜି ସକାଳୁ ପତଳା ଜଙ୍ଗଲକୁ ନେଇଥିଲେ।
ଡାହାଣ ଆଣ୍ଠୁରେ ଗୁଳି ବାଜିଛି
ସେଠାରେ ନାଫିସ ପୂର୍ବରୁ ଲୁଚାଇ ରଖିଥିବା ବନ୍ଧୁକରେ ପୁଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇ ଫେରାର ହେବାକୁ ଉଦ୍ୟମ ବେଳେ ବ୍ୟକ୍ତିଗତ ପ୍ରତିରକ୍ଷା ପାଇଁ ପୁଲିସ ଗୁଳି ଚଳାଇଥିଲା, ଯେଉଁଥିରେ ଅଭିଯୁକ୍ତର ଡାହାଣ ଆଣ୍ଠୁରେ ଗୁଳି ଲାଗିଛି । ତାକୁ ଚମ୍ପୁଆର ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇ ପରେ କେଉଁଝର ଜିଲ୍ଲାଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।ତା ନିକଟରୁ ଏକ ଦେଶୀ ନିର୍ମିତ ବନ୍ଧୁକ ଜବତ କରାଯାଇଛି ।
ଊଉଚ ଜରଗ୍ଦସଶଦ୍ଭ: ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା
ଚମ୍ପୁଆ ଥାନାରେ ପି.ଏସ୍. ଧାରା ୧୦୯(୧)/୨୯୬ ଈଘଝ କ୍ସ/ଙ୍ଗ ୨୫/୨୭ ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ମାମଲା ନଂ ୨୫୭/୨୦୨୬ ରେ ମାମଲା ରୁଜୁ କରାଯାଇଛି। ଅନ୍ୟପଟେ ଅଭିଯୁକ୍ତଙ୍କ ସହଯୋଗୀ ଏବଂ ଅପରାଧିକ ନେଟୱାର୍କକୁ ଠାବ କରିବା ପାଇଁ ପୁଲିସ ଅଧିକ ତଦନ୍ତ ଜାରି ରହିଛି।

Related Posts