ବୌଦ୍ଧରେ ସ୍ଵାସ୍ଥ୍ୟ ବିଭାଗର ମ୍ୟାଲେରିଆ ନିରାକରଣ ଓ ମହିଳା ଶିଶୁ ବିକାଶ ବିଭାଗ ସମନ୍ଵୟ ବୈଠକ ଅନୁଷ୍ଠିତ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୪ /୬ : ବୌଦ୍ଧ ଜିଲ୍ଲାରେ ମ୍ୟାଲେରିଆ ନିରାକରଣ ଏବଂ ଅନ୍ୟାନ୍ୟ ବାହକଜନିତ ରୋଗ ନିୟନ୍ତ୍ରଣ ସହ ଆଣ୍ଟି ମ୍ୟାଲେରିଆ ମାସ ପାଳନ ଅବସରରେ ଜିଲ୍ଲାସ୍ତରୀୟ ଟେକ୍ନିକାଲ ଟାସ୍କ ଫୋର୍ସ କମିଟି ବୈଠକ ଆଜି ପୂର୍ବାହ୍ନ ରେ ସିଡିଏମ୍ ଏବଂ ପିଏଚଓ କାର୍ଯ୍ୟାଳୟସ୍ଥିତ ଡିଟିୟୁ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
ଏହା ସହିତ ମହିଳା ଓ ଶିଶୁ ବିକାଶ ବିଭାଗ ସମନ୍ଵୟ ବୈଠକ ଏବଂ ଚଉଌଚଘଊଞ ବୈଠକ ଅନୁଷ୍ଠିତ ହୋଇଥିଲା ।
ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ମହେନ୍ଦ୍ର କୁମାର ସାହୁଙ୍କ ଆବହକତ୍ଵରେ ଅନୁଷ୍ଠିତ ଏହି ବୈଠକରେ, ଡାକ୍ତର ସନ୍ତୋଷ କୁମାର ତ୍ରିପାଠୀ ଅଧ୍ୟକ୍ଷ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଡାକ୍ତର ବି କେ ଆର ସିଂଦେଓ ହେମ୍ବ୍ରମ, ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ), ଡାକ୍ତର ଅମିତାଭ ଦାସ ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ(ଯକ୍ଷ୍ମା), ଡାକ୍ତର ନାରାୟଣ ପସାୟତ, ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ(ମ୍ୟାଲେରିଆ), ଡାକ୍ତର କିଶୋର ଚନ୍ଦ୍ର ପଟ୍ଟନାୟକ ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ), ଡାକ୍ତର ଶାନ୍ତା ନିବେଦିତା, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଗିରିଜା ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଜିଲ୍ଲାରେ ମ୍ୟାଲେରିଆ ସଂକ୍ରମଣ ହ୍ରାସ, ମଶା ଓ ଏହାର ଲାର୍ଭା ନିୟନ୍ତ୍ରଣ ଏବଂ ଜନସଚେତନତା ସୃଷ୍ଟି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ଜିଲ୍ଲାପାଳ କହିଥିଲେ ଯେ, ମ୍ୟାଲେରିଆ ମୁକ୍ତ ବୌଦ୍ଧ ଗଠନ ପାଇଁ ସ୍ୱାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ, ଏଏନଏମ୍ ଏବଂ ସମସ୍ତ ସମ୍ପୃକ୍ତ ବିଭାଗ ସମନ୍ୱିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ।
ମଶା ଓ ଲାର୍ଭା ନିୟନ୍ତ୍ରଣ ପାଇଁ ରାସାୟନିକ ସ୍ପ୍ରେ ମେସିନ ଏବଂ ଫଗିଂ ମେସିନର ବ୍ୟବହାର ବୃଦ୍ଧି କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ସୂଚନା ଦିଆଯାଇଥିଲା ଯେ, ଆସନ୍ତା ୨୮ ଜୁନ୍ ଜାତୀୟ ପଲ୍ସ ପୋଲିଓ ଦିବସ ଅବସରରେ ଜିଲ୍ଲାର ୪,୯୧୪ ଜଣ ଶିଶୁଙ୍କୁ ପୋଲିଓ ଟିକା ପ୍ରଦାନ କରାଯିବ।
ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ଏବଂ ଶତପ୍ରତିଶତ ଶିଶୁଙ୍କୁ ଟିକାକରଣ ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ଜିଲ୍ଲାପାଳ ନିକଟରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିବା ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ନିମନ୍ତେ ସିଡିଏମ୍ ଏବଂ ପିଏଚଓଙ୍କୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରି- କନସେପସନ ଏବଂ ପ୍ରି- ନାଟାଲ ଡାଇଗ୍ନୋଷ୍ଟିକ ଟେକ୍ନିକ୍ସ (ଚଉଌଚଘଊଞ) ଆଇନ, ୧୯୯୪ ସମ୍ପର୍କିତ ଜିଲ୍ଲା ପରାମର୍ଶଦାତା କମିଟି ବୈଠକ ମଧ୍ୟ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଗର୍ଭସ୍ଥ ଶିଶୁ ମୃତ୍ୟୁହାରକୁ ଶୂନ୍ୟରେ ପହଞ୍ଚାଇବା ଲକ୍ଷ୍ୟରେ ସମସ୍ତ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।
ଜିଲ୍ଲାରେ ଭ୍ରୂଣ ଲିଙ୍ଗ ନିର୍ଣ୍ଣୟ ଓ ଭ୍ରୂଣ ହତ୍ୟା ଭଳି ବେଆଇନ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ଅଲ୍ଟ୍ରାସାଉଣ୍ଡ କେନ୍ଦ୍ରଗୁଡ଼ିକ ଉପରେ କଡ଼ା ନଜର ରଖିବା ସହ ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।
ମହିଳା ଓ ଶିଶୁ ବିକାଶ ସମନ୍ଵୟ ବୈଠକରେ ଜିଲ୍ଲାପାଳ ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁ ହାର କୁ ଶୂନ୍ୟ କରିବା ପାଇଁ ସମ୍ପୃକ୍ତ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ସ୍ଵାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀ, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ,ଜିଲ୍ଲା ମଙ୍ଗଳ ଅଧିକାରୀ, ସମସ୍ତ ବ୍ଲକର ସିଡିପିଓ, ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଓ କମିଟିର ସଦସ୍ୟମାନେ, ସ୍ୱାସ୍ଥ୍ୟବିଭାଗର ଅନ୍ୟାନ୍ୟ କର୍ମକର୍ତ୍ତା, ଆଶାକର୍ମୀ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।




