ନୟାଗଡ଼ : ଜୋନ ସଭାପତି ଚୟନ ପାଇଁ ଜିଲ୍ଲାର ୨୪ ଜିଲ୍ଲା ପରିଷଦ ଜୋନରେ କଂଗ୍ରେସ ସାଙ୍ଗଠନିକ ବୈଠକ ଅନୁଷ୍ଠିତ
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୬/୬: ଜୋନ ସଭାପତି ଚୟନ ପାଇଁ ଜିଲ୍ଲାର ୨୪ ଜିଲ୍ଲା ପରିଷଦ ଜୋନରେ କଂଗ୍ରେସ ସାଙ୍ଗଠନିକ ବୈଠକ ।
ଜୁନ ୨୫ ମଧରେ ସାରିବା ପାଇଁ ବ୍ଲକ ସଭାପତି ମାନଙ୍କୁ ପ୍ରସ୍ତାବ ଦେଲା ଜିଲ୍ଲା କଂଗ୍ରେସ ନୟାଗଡ଼ ଜିଲ୍ଲା ବ୍ୟାପି ପ୍ରତ୍ୟେକ ଜିଲ୍ଲା ପରିଷଦ ଜୋନ/ମଣ୍ଡଳ ମାନଙ୍କରେ କଂଗ୍ରେସ ସଭାପତି ଚୟନ ପାଇଁ ସାଙ୍ଗଠନିକ ବୈଠକ ଆୟୋଜନ କରାଯାଇ ବ୍ଲକ କଂଗ୍ରେସ ସଭାପତି ମାନେ ପ୍ରତ୍ୟେକ ଜୋନରୁ ସଭାପତି ପାଇଁ ଅନ୍ୟୁନ ତିନି ଜଣଙ୍କ ନାମ ଡିସିସି କୁ ସୁପାରିଶ କରିବା ପାଇଁ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରଣଜିତ ଦାଶ ଜିଲ୍ଲାର ଆଠଗୋଟି ବ୍ଲକ ସଭାପତିଙ୍କୁ ଚିଠି କରିଛନ୍ତି । ଏଆଇସିସି ଏବଂ ପିସିସି ମାର୍ଗଦର୍ଶିକା ଅନୁସାରେ ପ୍ରତ୍ୟେକ ଜୋନ/ମଣ୍ଡଳ ସ୍ତରୀୟ ସଭାପତି ଚୟନ ପାଇଁ ସମ୍ପୃକ୍ତ ଜୋନର ପ୍ରତ୍ୟେକ ବୁଥରୁ ବିଏଲଏ-୨ ଙ୍କ ସମେତ ସର୍ବନିମ୍ନ ପାଞ୍ଚଜଣ ଲେଖାଏଁ ଦଳୀୟ କର୍ମୀଙ୍କ ଉପସ୍ଥିତି ବାଧ୍ୟତାମୂଳକ କରାଯାଇଛି ।
ଏହି ବୈଠକରେ କର୍ମୀ ମାନଙ୍କ ଦ୍ୱାରା ମନୋନୀତ ଦକ୍ଷ ସଙ୍ଗଠକଙ୍କୁ ଜୋନ ସଭାପତି ମନୋନୀତ କରାଯିବାର ଆବଶ୍ୟଜତା ଉପରେ ଧ୍ୟାନ ଦେବାପାଇଁ ବ୍ଲକ ସଭାପତି ମାନଙ୍କୁ କୁହାଯାଇଛି ।
ଜିଲ୍ଲା ବ୍ୟାପି ଏହି ସାଙ୍ଗଠନିକ ବୈଠକ ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାର ସମସ୍ତ ଦଳୀୟ ନେତୃବୃନ୍ଦଙ୍କୁ ବିଭିନ୍ନ ବ୍ଲକ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି ।
ଜୁନ ମାସ ୨୫ ତାରିଖ ଶୁଦ୍ଧକ୍ଷ ଡିସିସି ପର୍ଯ୍ୟବେକ୍ଷକ ମାନଙ୍କ ଉପସ୍ଥିତିରେ ଦଳୀୟ କର୍ମୀ ମାନଙ୍କ ପ୍ରସ୍ତାବ ଆଧାରରେ ଜୋନ/ମଣ୍ଡଳ ସଭାପତି ଚୟନ, ବ୍ଲକ କଂଗ୍ରେସ କମିଟି ପୁନଃଗଠନ ଏବଂ ପଞ୍ଚାୟତ କଂଗ୍ରେସ କମିଟି ମଧ୍ୟ ଗଠନ କରାଯିବ ।
ଜୁନ ଶେଷ ସପ୍ତାହରେ ଜିଲ୍ଲାବ୍ୟାପି କଂଗ୍ରେସ ସଂଗଠନ ପୁନର୍ବିନ୍ୟାସ କରାଯିବା ପାଇଁ ଲକ୍ଷଧାର୍ଯ୍ୟ କରାଯାଇଛି । ନୟାଗଡ଼ ଜିଲ୍ଲାରେ କଂଗ୍ରେସ ସଂଗଠନ ଦାୟିତ୍ୱରେ ଥିବା ଏଆଇସିସି ସମ୍ପାଦକ ଶ୍ରୀ ଯେଟ୍ଟୀ କୁସୁମ କୁମାର ଏବଂ ପିସିସି ପର୍ଯ୍ୟବେକ୍ଷକ ତଥା ବରିଷ୍ଠ ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି ଜିଲ୍ଲା ଗସ୍ତ କରି ସାଙ୍ଗଠନିକ ପ୍ରକ୍ରିୟା ସମୀକ୍ଷା କରିବା ପାଇଁ ଦିନଧାର୍ଯ୍ୟ ହୋଇଥିବାରୁ କଂଗ୍ରେସ ଶିବିରରେ ତତ୍ପରତା ପ୍ରକାଶ ପାଇଛି ।
ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଶାସକ ବିଜେପି ସହ ସିଧାସଳଖ ନିର୍ବାଚନ ଲଢ଼ିବା ପାଇଁ କଂଗ୍ରେସ ସଂଗଠନରେ ପୁନର୍ବିନ୍ୟାସ କରାଯାଉଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ପ୍ରେସବାର୍ତ୍ତାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି । ଡିସିସି ପର୍ଯ୍ୟବେକ୍ଷକ ତାଲିକା ମଧ୍ୟ ଏହି ପ୍ରେସବାର୍ତ୍ତା ସହିତ ଦିଆଯାଇଛି




