Odisha News

ବାଲିଗୁଡ଼ା ଠାରୁ ସମ୍ୱଲପୁର ସରକାରୀ ବସ ଚଳାଚଳ ଦାବି

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୫/୪ : ଓଡିଶା ର ସର୍ବ ବୃହତ୍ତମ ଉପଖଣ୍ଡ କହିଲେ କନ୍ଧମାଳ ଜିଲ୍ଲା ବାଲିଗୁଡା କୁ ହିଁ ବୁଝାଏ, ହେଲେ ଏଠାରେ ସବୁ କିଛି ଅଭାବ ଅସୁବିଧା ଓ ଅବ୍ୟବସ୍ଥା ଦେଇ ଗତି କରୁଛି ।
ସେ ଭିତରେ ବାଲିଗୁଡା ଠାରୁ ସମ୍ବଲପୁର ଯିବାକୁ ସାଧାସଳଖ ସରକାରୀ ବସ୍ ଚଳାଚଳ ନଥିବାରୁ ଅଞ୍ଚଳବାସୀ ଅସୁବିଧା ଭୋଗୁଛନ୍ତି ।
ଏ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତଥା ସ୍ଥାନୀୟ ବିଧାୟକଙ୍କୁ ମୌଖିକ ଓ ଲିଖିତ ଭାବେ ଜଣାଇଥିଲେ ହେଁ ଅଦ୍ୟାବଧି ସୁଦ୍ଧା କୌଣସି ଭାବେ ବିହିତ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ଅଞ୍ଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ପରେ ପୁନଃରାୟ ଅବଗତ କରାଯାଇଛି ।
ସୂଚନା ଯୋଗ୍ୟ ଯେ, ବାଲିଗୁଡା, ବାରଖମା, ସୁଡୁରା, ଲଣ୍ଡାଗାଁ, କଣ୍ଟାମାଳ ଦେଇ ସମ୍ବଲପୁର ପ୍ରାୟ ୧୮୦ କିମି । ଏହି ରୁଟ ରେ ବସ୍ ଚଳାଚଳ ହେଲେ ବୁର୍ଲା ମେଡିକାଲ କଲେଜକୁ ସିଧାସଳଖ ଯାତ୍ରା କରିହେବ ।
ବାଲିଗୁଡା ତଥା ଆଖପାଖ ଅଞ୍ଚଳର ଅଧିକାଂଶ ଛାତ୍ରଛାତ୍ରୀ ବୁର୍ଲା ମେଡିକାଲ ସହ ଅନେକ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। ବାଲିଗୁଡା, ସମେତ କ.ନୂଆଗାଁ, ରାଇକିଆ, ଦାରିଙ୍ଗବାଡି, ତୁମୁଡିବନ୍ଧ ଆଦି ବ୍ଳକର ଶତାଧୂକ ଛାତ୍ରଛାତ୍ରୀ ସମ୍ବଲପୁର ଏବଂ ଝାରସୁଗୁଡାର ବିଭିନ୍ନ ବିଦ୍ୟାଳୟ , ୟୁନିଭରସିଟି ଓ ଅନ୍ୟ ଅନୁଷ୍ଠାନରେ ପଢୁଛନ୍ତି । ସମ୍ବଲପୁରକୁ ସିଧାସଳଖ ଗାଡି ନଥୁବାରୁ ଅଧୂକ ଖର୍ଚ୍ଚାନ୍ତର ଶିକାର ହେଉଛନ୍ତି ।
ବୁର୍ଲା ଡାକ୍ତରଖାନାକୁ ମଧ୍ୟ ଅନେକ ଲୋକ ଚିକିତ୍ସା ପାଇଁ ଯାଇଥାନ୍ତି । ବାଲିଗୁଡା ଠାରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଆପେକ୍ଷା ବୁର୍ଲା ଡାକ୍ତରଖାନା ନିକଟତର ହେବ ବୋଲି ବାଲିଗୁଡା ବିଧାୟକଙ୍କ ନିକଟରେ କିଛି ସଂଘ ଏବଂ ବୁଦ୍ଧିଜୀବୀ ଲିଖୁତ ଜଣାଇଛନ୍ତି ।
ଏ ସମ୍ପର୍କ ରେ ବିଧାୟକ ଚକ୍ରମଣି କହଁର ବାଲିଗୁଡା ଠାରୁ ସମ୍ବଲପୁର ସିଧା ସଳଖ ବସ୍ ଚଳାଚଳ ନେଇ ପରିବହନ ମନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି।
ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି ପାଳିତ
ବାଲିଗୁଡା, ୧୫/୪ : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ପ୍ରଭୁ ଶ୍ରୀରାମଙ୍କ ପରମଭକ୍ତ ହନୁମାନଙ୍କ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣାସଂକ୍ରାନ୍ତି ତଥା ଓଡ଼ିଆ ନୂତନ ବର୍ଷ ମହାସମାରୋହରେ ପାଳିତ ହୋଇଯାଇଛି ।
ସଦର ମହକୁମା ମା \’ ପାଟଖଣ୍ଡା ମନ୍ଦିର ପରିସରରେ ଥିବା, ରାମେଶ୍ୱର ମନ୍ଦିର ନିକଟରେ, ଏବଂ ସବ ଜେଲ ନିକଟରେ ଥିବା ହନୁମାନ ମନ୍ଦିର ଠାରେ ସକାଳୁ ସକାଳୁ ରୀତିନୀତି ଅନୁଯାୟୀ ପୂଜାପାଠ, ହୋମଯଜ୍ଞ ୧୦୮ ହନୁମାନ ଚାଳିସା ପାଠ କରିବା ସହ ବିଭିନ୍ନ ବ୍ୟକ୍ତି ବିଶେଷ ଙ୍କ ଦ୍ୱାରା ହନୁମାନ ଚାଳିସା ବହି ବଣ୍ଟନ କରାଯାଇଥିଲା। ବିଭିନ୍ନ ମନ୍ଦିର ପରିଚାଳନା କମିଟି, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବିଭିନ୍ନ ବ୍ୟକ୍ତି ବିଶେଷ ଙ୍କ ତରଫରୁ ପଣା ଭୋଗ ଲାଗି କରିବା ପରେ ଲୋକଙ୍କୁ ବଣ୍ଟନ କରିଥିଲେ ଓ ମଧ୍ୟାହ୍ନ ରେ ଅର୍ଣ୍ଣ ବଣ୍ଟନ କରିଥିଲେ ।
ସେହିପରି ଗ୍ରାମରେ ଥିବା ସମସ୍ତ ହନୁମାନ ମନ୍ଦିର ବ୍ୟତୀତ ଶିବମନ୍ଦିର, ଜଗନ୍ନାଥ ମନ୍ଦିର, ପାଟଖଣ୍ଡା ମନ୍ଦିର, ଦୁର୍ଗା ମନ୍ଦିର ସମେତ ସମସ୍ତ ଦେବାଦେବୀ ପୀଠରେ ସ୍ବତନ୍ତ ଉତ୍ସବ ସାଙ୍ଗକୁ ରୀତିନୀତି ଅନୁଯାୟୀ ପୂଜା ପାଠ କରାଯାଇଛି। ଭକ୍ତ ମାନେ ସମସ୍ତ ଦେବାଦେବୀ ଦର୍ଶନ କରିଥିଲେ । ଏହି ଅବସରରେ ସମସ୍ତ ଦାଣ୍ଡ ଅଗଣାରେ ଓଡ଼ିଆ ନବବର୍ଷ କୁ ସ୍ୱାଗତ କରିଥିଲେ।
ଶ୍ରୀଜଗନ୍ନାଥ ମନ୍ଦିରରେ ନୂତନ ପଞ୍ଜିକା କୁ ପୂଜାକରି ପଠନ କରିଥିଲେ। ସେହି ପାଞ୍ଜି ଆଜିଠାରୁ ଶୁଭାରମ୍ଭ କରାଯାଇଛି। ସକାଳେ ଓ ସନ୍ଧ୍ୟାରେ ବିଭିନ୍ନ ମନ୍ଦିର ରେ ଭକ୍ତଙ୍କ ଗହଳ ଚହଳ ଲାଗି ରହିଥିଲା ।

Related Posts