Odisha News

ବନ୍ଧୁ ପାଇଁ ଦିନଟିଏ

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର,୧୦/୪ : ଆଜିର ବ୍ୟସ୍ତବହୁଳ ଜୀବନରେ ସମସ୍ତେ ନିଜ ରୋଜଗାର ପଛରେ ଧାଉଁଥିବା ବେଳେ ଯେତେବେଳେ ହଠାତ୍ ନିଜର ପିଲାବେଳର ସାଙ୍ଗ ମିଳିଯାଏ ସେତେବେଳେ ମନରେ ବହୁତ ଶାନ୍ତି ଲାଗେ ।
ମନରେ ଥିବା କିଛି କଥା ଆଉ ବ୍ୟଥାକୁ ସାଙ୍ଗ ସାଥିରେ ଆଦାନ ପ୍ରଦାନ କରିଥିଲେ ମନଟା ଟିକେ ହାଲକା ଲାଗିବା ସହିତ ଶାନ୍ତି ମିଳିଥାଏ । ଏହି ପରିପ୍ରେକ୍ଷୀରେ ଯାଜପୁର ସହରର ସର୍ବପୁରାତନ ବିରଜା ହାଇସ୍କୁଲର ୧୯୯୮ ମାଟ୍ରିକ୍ ବ୍ୟାଚ୍‌ର ବନ୍ଧୁମିଳନ ସ୍ଥାନୀୟ ସୁଭଦ୍ରା ଶକ୍ତି କାଫେ ବିରଜା ମନ୍ଦିର ନିକଟରେ ଏକ ଆନନ୍ଦ ଉଲ୍ଲାସ ପରିବେଶରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ପ୍ରାୟ ୮୦ ଜଣ ବନ୍ଧୁବାନ୍ଧବିଙ୍କ ସମେତ ସେମାନଙ୍କର ପରିବାର ସହ ପ୍ରାୟ ୨୮ ବର୍ଷ ପରେ ଗୋଟିଏ ଛାତ ତଳେ ବସିବାର ଅନୁଭୁତିକୁ ବଖାଣିବାକୁ ଏକ ଅଭୁଲା ସ୍ମୃତିର ରୂପ ଦେଇଥିଲେ ।
ବନ୍ଧୁମିଳନ ଉତ୍ସବରେ ବନ୍ଧୁମାନଙ୍କର କୁନି କୁନି ପିଲାମାନେ ବିଭିନ୍ନ ପ୍ରକାର ମନୋରଂଜନ କାର୍ଯ୍ୟକ୍ରମ କରିବା ସହ ଦୁଇ ଜଣ ସାଙ୍ଗ ଯେଉଁମାନେ ଆଜି ଏହି ଦୁନିଆରେ ନାହାଁନ୍ତି ସେମାନଙ୍କ ପାଇଁ ନିରବ ପ୍ରାର୍ଥନା କରିବା ସହ ଭଗବାନ ନିକଟରେ ତାଙ୍କ ପରିବାରବର୍ଗର ମଙ୍ଗଳ କାମନା କରିଥିଲେ ।
ଏକ ଆନନ୍ଦ ଉଲ୍ଲାସରେ ଦୀର୍ଘ ଦିନ ବ୍ୟବଧାନ ପରେ ଏପରି କାର୍ଯ୍ୟକ୍ରମକୁ ବନ୍ଧୁମାନେ ସାଦର ସହକାରେ ଗ୍ରହଣ କରିବା ସହ ପ୍ରତି ବର୍ଷ ଏହାକୁ ଉଜ୍ଜିବିତ କରିବାକୁ ନିଷ୍ପତି ନେଇଥିଲେ ।

Related Posts