Odisha News

ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର ପଦର୍ଶନ କରିଛନ୍ତି ୱଣ୍ଡରଲାର ଲାଇଫଗାର୍ଡ କର୍ମଚାରୀ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୩୧/୫ : ଖୋରଧା ନିକଟବର୍ତ୍ତୀ କୁମାରବସ୍ତ ଗ୍ରାମ ନିକଟରେ ଅବସ୍ଥିତ ୱଣ୍ଡରଲା ୱାଟର ପାର୍କ କୁ ଦୈନିକ ବହୁ ସଂଖ୍ୟାରେ ପର୍ଯ୍ୟଟକ, ସ୍ଥାନୀୟ ଅଧିବାସୀ ଏବଂ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ମନୋରଞ୍ଜନ ପାଇଁ ଆସୁଥିବା ବେଳେ ଏଣ୍ଟ୍ରି ଫି ବାବଦ ୧୨୦୦ ରୁ ଅଧିକ ଟଙ୍କା ଦେବାକୁ ପଡ଼ୁଛି । ଭିତରେ ଥିବା ୱାଟର ପାର୍କରେ ଗାଧେଇବା ପିନ ପାର୍କ ଭିତରେ ଥିବା କାଉଣ୍ଟର ରୁ ଡ୍ରେସ କିଣିବା ପାଇଁ ବାଧ୍ୟ କରାଯାଉଛି ।
ଯେଉଁ ପର୍ଯ୍ୟଟକ ମାନେ ୱାଟର ପାର୍କ ରେ ଗାଧେଇବା ପାଇଁ ବାହାରୁ ଡ୍ରେସ ସାଙ୍ଗରେ ନେଇ ଗଲେ ବିଭିନ୍ନ ଆଳ ଦେଖାଇ ସେହି ଡ୍ରେସ ପିନ୍ଧି ଗାଧେଇବା ପାଇଁ ଅନୁମତି ଦିଆଯାଉ ନାହିଁ ।
ଏପରିକି ସାଙ୍ଗରେ ନେଇ ଯାଇଥିବା ନିଜର ଜିନିଷ ପତ୍ର ରଖିବା ପାଇଁ ଲଗେଜରେ ରଖିବାକୁ ବାଧ୍ୟ କରାଯିବା ସହିତ ସେଥିପାଇଁ ଚଢାଦର ନିଆଯାଉଛି ।
ଏପରିକି ଭିତରେ ଥିବା କ୍ୟାଣ୍ଟିନ ରେ ନିମ୍ନ ମାନର ଖାଦ୍ୟ ପର୍ଯ୍ୟଟକ ମାନଙ୍କୁ ଦେବା ସହିତ ଚଢା ଦର ନିଆଯାଉଛି।
ପାର୍କ ଭିତରେ ନିୟୋଜିତ ଲାଇଫ ଗାର୍ଡ ବିଶାଲ ପଟ୍ଟନାୟକ ପର୍ଯ୍ୟଟକ ମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ନେଇ ଅଭିଯୋଗ ହେଉଛି ।
ୱାଟର ପାର୍କ ର ପାଣି ନିୟମିତ ଭାବରେ ନିଷ୍କାସନ ବା ସଫା କରଯାଉନଥିବା ଏବଂ ମଳ ଭାସୁଥିବା ନେଇ କିଛି ପର୍ଯ୍ୟଟକ ଅଭିଯୋଗ କରିଥିଲେ ମଧ୍ୟ ପାର୍କ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନଥିବା କହିଛନ୍ତି ।
ଏହି ମଇଳା ପାଣିରେ ଗାଧେଇବା ଦ୍ୱାରା ବିଭିନ୍ନ ପ୍ରକାରର ଚର୍ମ ରୋଗ ହେଉଥିବା ନେଇ ମଧ୍ୟ ଅଭିଯୋଗ ହେଉଛି ।
ଏପରିକି ବିନା କୌଣସି ସରକାରୀ ଅନୁମତିରେ ପାର୍କ ନା ରେ ଜଙ୍ଗଲ ଜମି ଜବର ଦଖଲ ସହିତ, ବ୍ୟାପକ ଗଛ କାଟି ପରିବେଶକୁ ନଷ୍ଟ କରିଥିବା ଅଭିଯୋଗ ହୋଇଛି ।
ଏହି ଗମ୍ଭୀର ମାମଲାରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ.ଜି.ଟି) ରାଜ୍ୟ ମୁଖ୍ୟ ଶାସନ ସଚିବ, ଖୋରଧା ଜିଲ୍ଲାପାଳ ଏବଂ ସମ୍ପୃକ୍ତ କମ୍ପାନୀ ସମେତ ୧୨ ଜଣ ଙ୍କୁ ନୋଟିସ ଜାରି କରିଛନ୍ତି, ଯାହା ଚର୍ଚ୍ଚା ର ବିଷୟ ପାଲଟିଛି ।
ପାର୍କ କର୍ତ୍ତୁପକ୍ଷଙ୍କ ଏପରି ମନୋବୃତ୍ତି ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଜିଲ୍ଲା ପ୍ରସାଶନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

Related Posts