Odisha News

ପରିଗଣନା ଫର୍ମ ବାଣ୍ଟିଲେ ଉପଜିଲ୍ଲାପାଳ ‘ଏସ ଆଇଆର’ କୁ ନେଇ ବାଲିଗୁଡା ବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୩୧/୫ : କନ୍ଧମାଳ ଜିଲ୍ଲାରେ ଆଜିଠୁ ପରିଗଣନା ଫର୍ମ ବଣ୍ଟନ ଆରମ୍ଭ ହୋଇଛି। ସ୍ଥାନୀୟ ବିଏଲ ଓ ଉପଜିଲ୍ଲାପାଳ ତଥା ଉପଖଣ୍ଡ ନିର୍ବାଚନ ଅଧୀକାରୀ ଶ୍ରୀମତୀ ପ୍ରଣୀତା ଙ୍କୁ ପରିଗଣନା ଫର୍ମ ପ୍ରଦାନ କରିଥିଲେ । ଉପ ଜିଲ୍ଲାପାଳ ତାକୁ ଗ୍ରହଣ କରିବା ସହିତ ବାଲିଗୁଡା ସହରର ବିଭିନ୍ନ ଅଞ୍ଚଳକୁ ଯାଇ ପରିଗଣନା ଫର୍ମ ବଣ୍ଟନ କରି ବିଏଲଓ ଏବଂ ଜନସାଧାରଣଙ୍କୁ ଉତ୍ସାହିତ କରିଥିଲେ।
ଉପ ଜିଲ୍ଲାପାଳ ଏସ ଆଇ ଆର ସମ୍ପର୍କିତ ପ୍ରତିକ୍ରିୟାରେ କହିଛନ୍ତି ଯେ, ଶନିବାର ଠାରୁ ଆରମ୍ଭ ହୋଇଥିବା ଜିଲ୍ଲାର ସମସ୍ତ ଅଞ୍ଚଳରେ ପରିଗଣନା ଫର୍ମ ବଣ୍ଟନ ଆସନ୍ତା ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହି ଅଭିଯାନରେ ବୁଥ୍ ସ୍ତରୀୟ ଅଧୂକାରୀ (ବିଏଲଓ) ମାନେ ପ୍ରତ୍ୟେକ ଘରକୁ ଯାଇ ଭୋଟରମାନଙ୍କୁ ପରିଗଣନା ଫର୍ମ ବାଣ୍ଟିବେ।
ଏହି ଫର୍ମରେ ଭୋଟରଙ୍କ ପୁରୁଣା ତଥ୍ୟ ସହ ଏକ ନୂତନ ଫଟୋଗ୍ରାଫ୍ ଲଗାଇବା ପାଇଁ ସ୍ଥାନ ରହିଛି। ଭୋଟର ମାନେ ନିଜର ଏବଂ ନିଜ ପରିବାର ସଦସ୍ୟଙ୍କ ସଠିକ୍ ବିବରଣୀ ଯେପରିକି- ଜନ୍ମ ତାରିଖ, ଆଧାର ନମ୍ବର, ମୋବାଇଲ୍ ନମ୍ବର ଏବଂ ଭୋଟର କ୍ରମିଜ ନମ୍ବର ଆଦି ପୂରଣ କରିବେ।
କୌଣସି ସନ୍ଦେହ ଉପୁଜିଲେ, ଫର୍ମରେ ଉଲ୍ଲେଖ ଥିବା ବିଏଲ୍‌ଓଙ୍କ ମୋବାଇଲ୍ ନମ୍ବରରେ ଲୋକେ ସିଧାସଳଖ ଯୋଗାଯୋଗ କରିପାରିବେ। ଫର୍ମ ବାଣ୍ଟିବାର କିଛି ଦିନ ପରେ ବିଏଲ୍‌ଓମାନେ ପୁଣିଥରେ ଘରକୁ ଆସି ପୂରଣ ହୋଇଥିବା
ଫର୍ମଗୁଡ଼ିକୁ ସଂଗ୍ରହ କରିବେ।
ଏଥିସହିତ ସେମାନେ ଦୁଇଟି ଫର୍ମରୁ ଗୋଟିଏ ନିଜ ସହ ନେବେ ଏବଂ ନାଗରିକମାନଙ୍କୁ ପ୍ରମାଣ ସ୍ୱରୂପ ଅନ୍ୟ ଫର୍ମ ଦସ୍ତଖତ କରି ପ୍ରଦାନ କରିବେ। ଭୋଟର ତାଲିକାରେ ବାଦ୍ ପଡ଼ିଥିନବା ଯୋଗ୍ୟ ଭୋଟରଙ୍କୁ ସାମିଲ କରିବା ଏବଂ ଅଯୋଗ୍ୟଙ୍କ ନାମ ହଟାଇବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ।
ଯେଉଁମାନେ ବାହାରେ ରହୁଛନ୍ତି କିମ୍ବା ଅଫଲାଇନରେ ଫର୍ମ ପୂରଣ କରିପାରିବେ ନାହିଁ, ସେମାନେ (voters.eci.gov.in) ଜରିଆରେ ଅନଲାଇନ୍ ମାଧ୍ୟମରେ ନିଜର ଆବେଦନ ଦାଖଲ କରିପାରିବେ, ଯାହାକୁ ପରେ ବିଏଓ ଏବଂ ଇଆରଓ ଯାଞ୍ଚ କରିବେ। ଏହି ଗୁରୁତ୍ଵପୂର୍ଣ ପ୍ରକ୍ରିୟାକୁ ସଫଳ କରିବା ନିମନ୍ତେ ବିଏଓ ଏବଂ ଅନ୍ୟାନ୍ୟ ଅଧିକାରୀ ମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ବାଲିଗୁଡା ବାସୀଙ୍କୁ ଉପ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।
ପାଇକ ଖଣ୍ଡାୟତ ସମାଜ ଗଠନ ପାଇଁ ସାଧାରଣ ବୈଠକ ଅନୁଷ୍ଠିତ
ବାଲିଗୁଡା, ୩୧/୫ : ଶ୍ରୀଜଗନ୍ନାଥ ପାଇକ ଖଣ୍ଡାୟତ କୁଳ ସମାଜ କନ୍ଧମାଳ ର ନିର୍ଦ୍ଦେଶ କ୍ରମେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରେ କୁଳ ସମାଜ ଗଠନ ପାଇଁ ପ୍ରଥମ ବୈଠକ ସ୍ଥାନୀୟ ମାଁ ବରାଳ ଦେବୀ ମନ୍ଦିର ପ୍ରାଙ୍ଗଣ ରେ ମୃତ୍ୟୁଞ୍ଜୟ ପ୍ରଧାନୀ ଙ୍କ ଆବାହନ କ୍ରମେ ଜିଲ୍ଳା ସମ୍ପାଦକ ଶ୍ରୀକାନ୍ତ ଦଳ ବେହେରା ଙ୍କ ଉପସ୍ଥିତି ରେ କୁଳ ସମାଜ ର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ଙ୍କ ଫୋଟ ଚିତ୍ରରେ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ପୁଷ୍ପ ମାଲ୍ୟାର୍ପଣ କରି ଅନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ ।
ବାଲିଗୁଡା ସହର ର ଶତାଧିକ ପାଇକ ଖଣ୍ଡାୟତ ଭାଇ ଙ୍କ ଉପସ୍ଥିତ ରେ ଆୟୋଜିତ ଉକ୍ତ ସଭାରେ ସମ୍ପାଦକ ଶ୍ରୀକାନ୍ତ ଦଳ ବେହେରା ନିଜ ବକ୍ତବ୍ୟ ରେ ଯୁବଶକ୍ତି କୁ ସଂସ୍କାର ଶିକ୍ଷା, ନାରୀ ଶିକ୍ଷା,ପାରିବାରିକ ସର୍ଭେ ସମ୍ବନ୍ଧରେ ଆଲୋଚନା କରି ବୁଝାଇଥିଲେ ।
ଆଗାମୀ ଜୁନ୍ ୧୦ ତାରିଖ ରେ ନୂତନ କମିଟି ଗଠନ ସହ କାର୍ଯ୍ୟକର୍ତ୍ତା ଚୟନ ପ୍ରକ୍ରିୟା ଓ ଜୁନ ମାସ ଶେଷ ସପ୍ତାହ ରେ ବାରଖମାରେ ପାଇକ ଖଣ୍ଡାୟତର ଏକ ମହା ସମ୍ମିଳନୀ ଆୟୋଜନ କରାଯିବା ପାଇଁ ସ୍ଥିର କରାଯାଇଛି ।

Related Posts