ଡ଼ଲଫିନ ହୋଟେଲରେ ସେକ୍ସ ରାକେଟ ,କିଙ୍ଗ ପିନ ସମେତ ୨ ଦେହଜୀବୀ, ୪ ଗ୍ରାହକ ,ହୋଟେଲ ମାଲିକ , ମ୍ୟାନେଜର ଧରାପଡିଲେ
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା,୧୯/୪: ଖୋର୍ଦ୍ଧା ଶିଳ୍ପାଂଚଳ ଥାନା ଅନ୍ତର୍ଗତ ଜଟଣୀ ବାଇପାସ ଓଭରବ୍ରିଜ ନିକଟ ଡଲଫିନ୍ ହୋଟେଲ୍ ରୁ ସେକ୍ସ ରାକେଟ ଠାବ କରିଛି ପୁଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ।
କିଙ୍ଗପିନ ସମେତ ୪ଜଣ ଗ୍ରାହକ ଓ ୨ଜଣ ଦେହଜିବୀ ଏବଂ ହୋଟେଲ ର ମାଲିକ ଓ ମ୍ୟାନେଜର୍ ଙ୍କୁ ଧରିଛି ପୁଲିସ । ପୁଲିସ ନିଜଆଡୁ ୯୭/୨୬ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ବୋଲି କହିଛନ୍ତି ଥାନା ଅଧିକାରୀ ଉମେଶ ସାହୁ ।
ପ୍ରକାଶ ଯେ, ଏହି ହୋଟେଲ ଟି ଜଟଣୀ ବାଇପାସ ନିକଟରେ ରହୁଛି ।
ଜନଗହଳୀପୂର୍ଣ୍ଣ ରାସ୍ତା ହୋଇନଥିବାରୁ ଏହାର ସୁଯୋଗ ନେଇ ହୋଟେଲ ରେ ଚାଲିଥିଲା ସେକ୍ସ ରାକେଟ୍ । ଧରା ହୋଇଥିବା କିଙ୍ଗପିନ୍ ହୋଟେଲ ମାଲିକଙ୍କ ସହ ମିଶି ଏଠାରେ ରାକେଟ ଚଳାଇଥିଲେ । ପ୍ରଥମେ କେହି ସନେ୍ଦହ କରିନଥିଲେ । ପରବର୍ତି ସମୟରେ ସେଠାକୁ ଲୋକଙ୍କ ଯିବା ଆସିବା ଲାଗି ରହିବା ଯୋଗୁ ସ୍ଥାନୀୟ ଲୋକେ ସନେ୍ଦହ କରିବା ଆରମ୍ଭ କରିଥିଲେ ।
ଅନ୍ୟପଟେ କିଛି ସ୍ଥାନୀୟ ବାସିନ୍ଦାଙ୍କ କହିବାନୁଯାୟୀ ଏ ସମ୍ପର୍କରେ ଜଣାପଢିବା ପରେ ପୋଲିସ୍ କୁ ସୂଚନା ଦିଆଯାଇଥିଲା ମଧ୍ୟ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ରାକେଟ ଧରାପଡିବା ପରେ ଆଗକୁ ବହୁ ଗୁମର ଖୋଲିବ ବୋଲି ଆଲୋଚନା ହେଉଛି । ଆଜି ଅଚାନକ ପସି ଧରିବା ପରେ ଘଟଣାକୁ ପଦାକୁ ଆସିଛି ।
ତେବେ ଆଜି ବିଶେଷ ସୁତ୍ରରୁ ଖରବପାଇ ସ୍ପେସାଲ ସ୍କ୍ୱାର୍ଡ ଓ ଶିଳ୍ପାଂଚଳ ପୁଲିସ ପକ୍ଷରୁ ଅପରାହ୍ନ ରେ ଉକ୍ତ ହୋଟେଲ ରେ ଚଢଉ କରାଯାଇଥିଲା । ହୋଟେଲ ବିଭିନ୍ନ ମହଲାରେ ରହିଥିବା ୩ଟି ରୁମ୍ ୨ଜଣ ଦେହଜିବୀ ଏବଂ ୪ଜଣ ଗ୍ରାହକଙ୍କୁ ଅସଞ୍ଜତ ଅବସ୍ଥାରେ ଉଦ୍ଧାର କରିଥିଲେ । ଏଥିସହିତ ଅନେକ ଆପତିଜନକ ସାମଗ୍ରୀ ପୁଲିସ ଜବତ କରିଛି ।
ଏଥିସହିତ ହୋଟେଲ ଭିତରୁ ରାକେଟ ର କିଙ୍ଗପିନ୍, ହୋଟେଲ ର ମାଲିକ ଓ ମ୍ୟାନେଜର କୁ ପୁଲିସ ଥାନାକୁ ଉଠାଇନେଇଛି । ସମସ୍ତଙ୍କୁ ପୁଲିସ ଶିଳ୍ପାଂଚଳ ଥାନାକୁ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି ।
ପ୍ରକାଶ ଥାଉକି, ସଦରଥାନା ପୁଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ମିଳିତ ଚଢଉ କରି ୨୦୨୫ ମାର୍ଚ୍ଚ ୩୧ ରେ ଦଧିମାଛଗାଡିଆ ଅଂଚଳରେ ଚାଲିଥିବା ରାସ୍ତାପାଶ୍ୱର୍ ଏକ ଘରୁ ରାଣୀ ମହୁମାଛି ସମେତ ଦେହଜିବୀ ଏବଂ ଗ୍ରାହକଙ୍କୁ ଧରିଥିଲା । ତେବେ ଏଠାରେ ଗିରଫ ହୋଇଥିବା ରାଣୀ ମହୁମାଛି ପୁନର୍ବାର ଡଲଫିନ୍ ହୋଟେଲ ଘଟଣାରେ ସମ୍ପୃକ୍ତ ରହିଥିବା ପୁଲିସ ସୂଚନା ଦେଇଛି ।




