ଗଜପତି : ବାଲ୍ୟ ବିବାହ ବନ୍ଦ କଲା ଜ଼ିଲ୍ଲା ପ୍ରଶାସନ
ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୯/୭ : ଗଜପତି ପ୍ରଶାସନ ପକ୍ଷରୁ ବାଲ୍ୟ ବିବାହ ଉପରେ ସଚେତନତା ସୃଷ୍ଟି କରାଯାଉଥିଲେ ମଧ୍ୟ ଏବେ ବି ଏହି ବାଲ୍ୟ ବିବାହ ଜାରି ରହିଛି ।
ଏହି ପରିପ୍ରେକ୍ଷୀରେ ପାରଳାଖେମୁଣ୍ଡି ପୌରପାଳିକା ଅନ୍ତର୍ଗତ ଏକ ୧୭ ବର୍ଷର ନାବାଳିକା ଦଶମ ଶ୍ରେଣୀରେ ପଢୁଅଛି , ତାହାର ବାହାଘର ଉଭୟ ବାପା ଏବଂ ମାଆ ସ୍ଥିର କରିଥିଲେ ବାପା ଯେହେତୁ ଭିନ୍ନକ୍ଷମ ଅଟନ୍ତି ଏବଂ ମାଆ ଜଣେ ଦିନ ମଜୁରିଆ ।
ତେଣୁ ନିଜ ସମ୍ପର୍କୀୟ ମଧ୍ୟରେ ଝିଅଟିକୁ ବାହା ଦେବୁ ବୋଲି ସ୍ଥିରୀକୃତ କରିଥିଲେ ଏବଂ ବାହାଘର ପୂର୍ବରୁ ନିର୍ବନ୍ଧ କାର୍ୟ୍ୟଟି ମଧ୍ୟ ସମାପନ କରିଥିଲେ ।
ଇତି ମଧ୍ୟରେ ୧୦୯୮ ଚାଇଲ୍ଡ ହେଲ୍ପ ଲାଇନ୍ ଟୋଲ୍ ଫ୍ରି ନମ୍ବରକୁ କଲ୍ ଆସିବା ପରେ ଚାଇଲ୍ଡ ହେଲ୍ପ ଲାଇନର ଜ଼ିଲ୍ଲା ସଂଯୋଜିକା, ଚାଇଲ୍ଡ ହେଲ୍ପ ଲାଇନର କେସ ୱାର୍କର, ଆଇ.ସି ଡି. ସ୍ ସୁପରଭାଇଜର , ୱାନ ଷ୍ଟପ କେନ୍ଦ୍ରର କର୍ମ , ମହିଳା ହବ ର କର୍ମୀ ଏବଂ ପାରଳାଖେମୁଣ୍ଡି ଥାନା ପୋଲିସଙ୍କ ମିଳିତ ଟିମ ଗଠନ କରି ବାଲ୍ୟ ବିବାହ ହେବାକୁ ଥିବା ଶିଶୁ କନ୍ୟାକୁ ଘରେ ପହଞ୍ଚି ବାଲ୍ୟ ବିବାହଟିକୁ ବନ୍ଦ କରାଗଲା ଏବଂ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇ ଶିଶୁ କଲ୍ୟାଣ ସମିତି ଗଜପତିଙ୍କ ଠାରେ ଉପସ୍ଥାପନା କରାଗଲା ।
ଶିଶୁଟିର ଉଜ୍ୱଳ ଭବିଷ୍ୟତ ନିମନ୍ତେ ପରିବାରର ସଦସ୍ୟ ଆଗାମୀ ଦିନରେ ଶିଶୁଟିକୁ ପାଠ ପଢ଼ାଇବେ ଏବଂ ବୟସ ନ ହେବା ପର୍ୟ୍ୟନ୍ତ ବିବାହ କରିବୁ ନାହିଁ ବୋଲି ଲିଖିତ ଆକାରରେ ଦେଇଥିଲେ, ଆଗାମୀ ଦିନରେ ଶିଶୁଟିର ଭବିଷ୍ୟତ ପାଇଁ ବାଲ୍ୟ ବିବାହ ନିଷେଧ ଅଧିକାରିଣୀ ଝିଅଟିକୁ ପରାମର୍ଶ ଦେବା ସହ ଶିକ୍ଷାକୁ ସୁନିଶ୍ଚିତ କରିବେ ବୋଲି ଜଣା ପଡିଛି ।




