Odisha News

ଆନ୍ତଃରାଜ୍ୟ ଗଂଜେଇ ମାଫିଆଙ୍କୁ ଆନ୍ଧ୍ରପ୍ରଦେଶରୁ ଗିରଫ କଲା କନ୍ଧମାଳ ପୋଲିସ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ, ୨୩/୭ : ଆନ୍ତଃରାଜ୍ୟ ନିଶା କାରବାର ବିରୋଧରେ ସଫଳତା ହାସଲ କରି କନ୍ଧମାଳ ପୋଲିସ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାମ ରୁ ରୂପେଶ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ।
ଯିଏକି ଆନ୍ତରାଜ୍ୟ ଗଂଜେଇ ମାଫିଆ ଦିଲୀପ ଗୌଡ଼ଙ୍କ ଗଂଜେଇ ବ୍ୟବସାୟରେ ମୁଖ୍ୟ ପରିଚାଳକ ଥିଲେ । ମାଫିଆ ଦିଲ୍ଲୀପ ଗୌଡ଼ ରୂପେଶ ପ୍ରଧାନଙ୍କ ନାମରେ ଗଂଜେଇ ଚାଲାଣ ପାଇଁ ବ୍ୟବହୃତ ଟ୍ରକ, ବ୍ୟାଙ୍କ ଆକାଉଣ୍ଟ ଖୋଲି ଓଡିଶା ସମେତ ବାହାର ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ ଏବଂ ଗୁଜୁରାଟକୁ ବେଆଇନ ଭାବେ ଗଂଜେଇ ଚୋରାଚାଲଣ କରୁଥିଲେ ।
ପୋଲିସ ସୂଚନା ମୁତାବକ ୨୦୨୫ ମସିହା ଜୁନ ମାସ ୪ ତାରିଖରେ କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଦିଲ୍ଲୀପ ଗୌଡ଼ଙ୍କୁ ଏକ ବୋଲେରୋ ଗାଡ଼ି ସହିତ ୯୧କିଲୋ ଗଂଜେଇ ଜବତ କରି ଗିରଫ କରିଥିଲା ବାଲିଗୁଡା ପୋଲିସ ଏବଂ ତଦନ୍ତ ପରେ ଏଥିରେ ସମ୍ପୃକ୍ତ ଥିବା ୮ଜଣ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଫେରାର ଥିବା ମାଫିଆ ଦିଲ୍ଲୀପ ଗୌଡ଼ଙ୍କ ମୁଖ୍ୟ ସହଯୋଗୀ ରୂପେଶ ପ୍ରଧାନଙ୍କୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାମରୁ ଗିରଫ କରି ଅଧିକ ତଦନ୍ତ କରୁଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କନ୍ଧମାଳ ଏସପି ରାମେନ୍ଦ୍ର ପ୍ରସାଦ ।
ଗିରଫ ଅଭିଯୁକ୍ତ ମାନେ ହେଲେ ଗଞ୍ଜାମ ଜ଼ିଲ୍ଲା କବିସୂର‌୍ୟ୍ୟନଗର ଥାନା ଅଞ୍ଚଳର ମାଫିଆ ଦିଲ୍ଲୀପ ଗୌଡ଼, କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ସୁନାପାଙ୍ଗା ଗ୍ରାମର ଦୀନେଶ ନାୟକ,ସିମାଞ୍ଚଳ ବିଶ୍ୱାଳ, କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ପର୍ତମାହା ଗ୍ରାମର ସୁନୀଲ ମଲ୍ଲିକ, କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଗୁଳିମରାସାହିର ଦୀପକ କୁମାର ଦିଗାଲ, ମହେନ୍ଦ୍ର ମଲିକ, ରାଜସ୍ତାନ ର ଇଶ୍ୱର ସିଂ, ଚୁନ୍ଦ ବାଦ ଆର ଓଝା ଏବଂ କନ୍ଧମାଳ ଜ଼ିଲ୍ଲା ଦାରିଙ୍ଗବାଡି ଥାନା ଅଞ୍ଚଳର ରୂପେଶ କୁମାର ପ୍ରଧାନଙ୍କୁ ଗିରଫ କରି ମାଫିଆ ଦିଲ୍ଲୀପ ଗୌଡ଼ଙ୍କ ନାମରେ ଥିବା ୪କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା କନ୍ଧମାଳ ପୋଲିସ ।
ସେଥିମଧ୍ୟରୁ ବ୍ୟାଙ୍କ ଆକାଉଣ୍ଟ ରେ ଥିବା ୧୬ଲକ୍ଷ ଟଙ୍କା, ୨କୋଟି ଟଙ୍କାର ଜମି ଏଂବ ୩୦ଲକ୍ଷ ଟଙ୍କାର ସୁନା ଗହଣା ଜବତ କରିଥିବା ବିଷୟ ପୋଲିସ ପକ୍ଷରୁ ସୂଚନା ମିଳିଛି ।
ବାଲିଗୁଡା ରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ବାଲିଗୁଡ଼ା, ୨୩/୭ : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଉପଖଣ୍ଡ ବୈଠକ କକ୍ଷ ଠାରେ ଉପଜିଲ୍ଲାପାଳ ତଥା ଉତ୍ସବ ପାଳନ କମିଟି ର ସଭାପତି ଶ୍ରୀମତୀ ପ୍ରଣିତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୮୦ତମ ସ୍ୱାଧୀନତା ଦିବସ ପାଳନ ଉତ୍ସବ ବାଲିଗୁଡ଼ା ମିନି ଷ୍ଟାଡିୟମ ଠାରେ ଆୟୋଜନ କରାଯିବ ।
ଉକ୍ତ ଦିନ ପ୍ରତ୍ୟୁଷ ୫ ଘଟିକା ରେ ଡାକବାଜି ଯନ୍ତ୍ର ଦ୍ୱାରା ସମଗ୍ର ସହରରେ ରାମଧୁନ ପରିବେଷଣ କରାଯିବ। ବିଭିନ୍ନ ଶିକ୍ଷା ଅନୁଷ୍ଠାନ ତଥା ସରକାରୀ କାର୍ଯ୍ୟାଳୟରେ ସକାଳ ୭ ଘଟିକା ମଧ୍ୟରେ ଅନୁଷ୍ଠାନର ମୁଖ୍ୟଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯିବାକୁ ଥିବାବେଳେ ସକାଳ ୯:୧୫ ଘଟିକା ସମୟରେ ବାଲିଗୁଡ଼ା ମିନି ଷ୍ଟାଡିୟମ ଠାରେ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାସ ଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ ଅଭିବାଦନ ଗ୍ରହଣ କରିବେ। ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ।
ଏଥିସହ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ କାରାଗାର ଏବଂ ଅନ୍ୟାନ୍ୟ ସ୍ଥାନରେ ଅନୁଷ୍ଠାନ ପକ୍ଷରୁ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ମଧ୍ୟ ସ୍ଥିର କରାଯାଇଛି ।
ଏହା ବ୍ୟତୀତ ଏକ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ମଧ୍ୟ ଆୟୋଜନ କରାଯିବ। ଏହି ବୈଠକରେ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାସ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭମ ଭୋସଲେ, ପିଏ ଆଇଟିଡିଏ କୃପାସିନ୍ଧୁ ବେହେରା,ସହକାରୀ ଜିଲ୍ଲାପାଳ ଅବିନାଶ ପଣ୍ଡା, ବାଲିଗୁଡ଼ା ଆଇ.ଆଇ.ସି ସମିର କୁମାର ପ୍ରଧାନ, ଏନ.ଏ.ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ, ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଙ୍କ ସମେତ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ଏବଂ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ ।
ଏହି ପ୍ରସ୍ତୁତି ବୈଠକରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶିବ ଶଙ୍କର ସମରଥ ପରିଚାଳନା କରିଥିବା ବେଳେ ଉତ୍ସବ ପରିଚାଳନା କମିଟି ର ଯୁଗ୍ମ ସମ୍ପାଦକ ତୀର୍ଥବାସୀ ଘଡାଇ, ରଶ୍ମିରଞ୍ଜନ ମହାରଣା ଏବଂ ଅଭିମନ୍ୟୁ ପ୍ରଧାନ ଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା।

Related Posts