Home Posts tagged ODISHA (Page 2)
Odisha News
ଭୁବନେଶ୍ବର,୨୭/୪ : ବିଜୁ ଜନତା ଦଳ ଆଜି ସନ୍ଧ୍ୟାରେ ଆଉ ଏକ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ବଦଳରେ ପ୍ରାର୍ଥୀ ବଦଳାଇଛନ୍ତି।ସାମ୍ବାଦିକତାରୁ ରାଜନୀତିରେ ପ୍ରବେଶ କରିଥିବା ଗୌତମବୁଦ୍ଧ ଦାସଙ୍କୁ ବିଜେଡି ଭୋଗରାଇ ଆସନରେ ଅବତୀର୍ଣ୍ଣ କରିଛି।ସେହିପରି ବିଜେଡି ଖୋର୍ଦ୍ଧାରେ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କୁ ନିରାଶ ହେବାକୁ ପଡ଼ିଛି। ଖୋର୍ଦ୍ଧାରେ ବିଜେଡି ରାଜେନ୍ଦ୍ର ସାହୁ ଓ Continue Reading
Odisha News
ନୂଆପଡା,୨୭/୪: ଓଡିଶାରେ ଚାଲିବ କେବଳ ନବୀନ ଇଞ୍ଜିନ । ୨୪ ବର୍ଷ ଧରି ରାଜ୍ୟରେ ନବୀନ ଇଞ୍ଜିନ ଚାଲିଛି, ଆହୁରି ଚାଲିବ। ପଡୋଶୀ ଛତିଶଗଡରେ ଡବଲ ଇଞ୍ଜିନ ଥିଲା, ସିଙ୍ଗଲ ଇଞ୍ଜିନ ହୋଇଗଲା। ଏବେ ଆଉ ଗୋଟିଏ ଇଞ୍ଜିନ ଆସିଛି ।ଯଦି ଡବଲ୍ ଇଞ୍ଜିନ ଭଲ କାମ କରୁଛି ତେବେ ଗୋଟିଏ ଇଞ୍ଜିନ କାହିଁକି ବନ୍ଦ ହୋଇଗଲା ବୋଲି ଭାଜପାକୁ କାର୍ତ୍ତିକ ପାଣ୍ଡିଆନ ପ୍ରଶ୍ନ କରିଛନ୍ତି। ନୂଆପଡାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି ପାଣ୍ଡିଆନ ଏଭଳି […]Continue Reading
Odisha News
ଭୁବନେଶ୍ୱର,୨୭/୪: ସାରା ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ତତଲା କଡେଇରେ ଭାଜି ହେବା ସହ ରାଜଧାନୀବାସୀ ଶନିବାର ପ୍ରବଳ ତାତିରେ ଆକ୍ତାମାକ୍ତା ହୋଇଛନ୍ତି। ସକାଳୁ ସକାଳୁ ଖରା ସମ୍ଭାଳି ହେଉନି।ଘରୁ ଗୋଡ କାଢିଲେ ଆକାଶରୁ ନିଆଁ ଖସିବା ପରି ଅନୁଭବ ହେଉଛି। ତେବେ ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ତାପମାତ୍ରା ୪୪ ଟପିିଛି। ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ରାଜଧାନୀ ଭୁବନେଶ୍ୱର ପରିଗଣିତ ହୋଇଛି।ପାଣିପାଗ ବିଭାଗ ସୂଚନାନୁସାରେ, Continue Reading
Odisha News
ଅନୁଗୋଳ,୨୭/୪: ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଧକ୍କାରେ ୩ଜଣ ବାଇକ୍ ଆରୋହୀଙ୍କ ଜୀବନ ଚାଲିଯାଇଛି।ମୃତକ ହେଲେ ମୂଷାପାପୁଲି ଗ୍ରାମର ଜଣେ ଯୁବକ ହୋଇଥିବା ବେଳେ ଅନ୍ୟ ୨ଜଣ ଡେରଜାଙ୍ଗ ଅଞ୍ଚଳର ବୋଲି ଜଣାପଡିଛି।ମିଳିଥିବା ସୂଚନା ମୁତାବକ, ଏକ ବାଇକ୍ରେ ୩ଜଣ ଯୁବକ ଯାଉଥିଲେ। ସେତିକିବେଳେ ଏକ ଟ୍ରକ୍ ଭାରସାମ୍ୟ ହରାଇ ବାଇକ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ୩ଜଣଙ୍କ ମୃତ୍ୟୁ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ, ୨୭/୪: ସାଧାରଣ ନିର୍ବାଚନ ପାଇଁ ଅନେକ ସ୍ଥାନରେ ପ୍ରାର୍ଥୀମାନେ ପ୍ରଚାରକୁ ଜୋରଦାର କରିବା ସହ ନିଜ ଦଳ ସପକ୍ଷରେ ଭୋଟରଙ୍କୁ ମନାଉଛନ୍ତି ।କନ୍ଧମାଳ ଜିଲାରେ କଂଗ୍ରେସ ସ୍ଥିତି ମଜବୁତ କରିବାକୁ ଚେଷ୍ଟା କରୁଥିବା ବେଳେ ଦଳ ଭିତରେ ରହି ଦଳ ବିରୋଧି କାର୍ଯ୍ୟ କରିବା ବିଷୟ ପଦାକୁ ଆସିଛି । ପଦବୀ ରହି ଦଳ ବିରୋଧି କାର୍ଯ୍ୟ କରୁଥିବାରୁ ଜିଲା କଂଗ୍ରେସ ସଭାପତି ଚନ୍ଦ୍ରଶେଖର ପରିଡା କାର୍ଯ୍ୟାନୁଷ୍ଠାନ ଆରମ୍ଭ Continue Reading
Odisha News
ଭୁବନେଶ୍ବର/ସୋର,୨୬/୪: ସୋର ବିଧାୟକ ପର୍ଶୁରାମ ଧଡ଼ା ଆଜି ରାଜ୍ୟ କାର‌୍ୟ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେଇଛନ୍ତି। ତାଙ୍କ ସହ ବିଜେଡିର କେତେକ ସ୍ଥାନୀୟ ନେତା ବି ବିଜେପିରେ ମିଶିଛନ୍ତି।ଆଜି ସେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ବିଜେପି ସହ-ପ୍ରଭାରୀ ଲତା ଉସେଣ୍ଡିଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି।ଏହାସହ ପର୍ଶୁରାମଙ୍କର ଘରବାହୁଡ଼ା ହୋଇଛି ବୋଲି କହିଛନ୍ତି ମନମୋହନ Continue Reading
Odisha News
ଢେଙ୍କାନାଳ, ୨୬/୪: ବସରେ ଥିଲେ ୪୦ ଯାତ୍ରୀ। ଦ୍ରୁତ ଗତିରେ ବସ୍ଟି ଲକ୍ଷ୍ୟ ସ୍ଥଳ ଅଭିମୁଖେ ଯାଉଥିଲା। ମାତ୍ର ହଠାତ୍ ବିଚ୍ ରାସ୍ତାରେ ବସ୍ରେ ଲାଗିଲା ନିଆଁ। ଆଉ ହୁତୁହୁତୁ ହୋଇ ଜଳିଗଲା ବସ୍। ଏପରି ଏକ ଅଘଟଣ ଆଜି ଢେଙ୍କାନାଳ ଜିଲ୍ଲାରେ ଘଟିଛି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି।‘ପ୍ରିୟାଂଶି’ ନାମକ ବସ୍ ଆଜି ସକାଳେ ପ୍ରାୟ ୪୦ ଯାତ୍ରୀଙ୍କୁ ଧରି ଅନୁଗୁଳରୁ ଭୁବନେଶ୍ୱର ଅଭିମୁଖେ ବାହାରିଥିଲା। ବସ୍ଟି ଢେଙ୍କାନାଳ ଜିଲ୍ଲା ଅତିକ୍ରମ […]Continue Reading
Odisha News
ସୁନ୍ଦରଗଡ଼, ୨୬/୪: ଅଜଣା ଟ୍ରକ ଧକ୍କାରେ ତିନି ବାଇକ୍ ଆରୋହୀ ମୃତ। ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ଦର୍ଲିପାଲି ଏନ ଟି ପି ସି ପାୱାର ପ୍ଲାଣ୍ଟ କଲୋନୀ ସମ୍ମୁଖ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତିରେ ଅଜଣା ଟ୍ରକଟି ଧକ୍କା ମାରି ଫେରାର ହୋଇଯାଇଥିବା ସୂଚନା ରହିଛି।ଗୋଟିଏ ବାଇକ୍ ରେ ଯାଉଥିବା ତିନି ସ୍ଥାନୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସେହି ଦର୍ଲିପାଲି ଗାଁର ରଞ୍ଜନ ପ୍ରଧାନ, ଆଶିଷ ଭୋଇ ଓ ରୂପକ […]Continue Reading
Odisha News
ସମ୍ବଲପୁର, ୨୬/୪ : ଘରେ ପଶି ଜଣେ ବ୍ୟକ୍ତି ଭାଇବୋହୂ ଓ ପୁତୁରାକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି।ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଦଲକିବାହାଲ ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି।ମୃତକ ହେଲେ ପୂର୍ଣ୍ଣିମା ପିଙ୍ଗ୍ ଓ ତାଙ୍କ ଦେଢବର୍ଷର ପୁଅ ୟେଂଶୁ ପିଙ୍ଗ୍। ପୁଲିସ ଅଭିଯୁକ୍ତ ଲୋଚନ ପିଙ୍ଗକୁ ଅଟକ ରଖିଛି।ଲା ପରେ ପୂର୍ଣ୍ଣିମାଙ୍କ ପାଖରେ ଶୋଇଥିବା ଛୋଟ ପୁଅ ୟେଂଶୁ କାନ୍ଦିବାରୁ ତାଙ୍କୁ Continue Reading
Odisha News
କଣ୍ଟାମାଳ, ୨୫/୪: ବୌଦ୍ଧର କଣ୍ଟାମାଳ ପଢ଼େଲ ଡ୍ୟାମ୍ ନିକଟରେ ଏସଓଜି ଯବାନ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଜଙ୍ଗଲରେ ୪୦ରୁ୫୦ ମାଓବାଦୀ ଏଲୁଚି ରହିଥିବା କୁହାଯାଉଛି। ଏସଓଜି ଯବାନଙ୍କ କୁମ୍ବିଂ ଅପରେସନରେ ୨ ମାଓବାଦୀ ନିହତ ହୋଇଛନ୍ତି।ଏସଓଜି ଯବାନଙ୍କ ପକ୍ଷରୁ ଅତର୍କିତ ଆକ୍ରମଣରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା କୁହାଯାଉଛି।Continue Reading
Seo wordpress plugin by www.seowizard.org.