Odisha News

ଦର୍ଲିପାଲି ନିକଟରେ ସଡ଼କ ଦୁର୍ଘଟଣା, ଚାଲିଗଲା ୩ ଜୀବନ

ସୁନ୍ଦରଗଡ଼, ୨୬/୪: ଅଜଣା ଟ୍ରକ ଧକ୍କାରେ ତିନି ବାଇକ୍ ଆରୋହୀ ମୃତ। ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ଦର୍ଲିପାଲି ଏନ ଟି ପି ସି ପାୱାର ପ୍ଲାଣ୍ଟ କଲୋନୀ ସମ୍ମୁଖ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତିରେ ଅଜଣା ଟ୍ରକଟି ଧକ୍କା ମାରି ଫେରାର ହୋଇଯାଇଥିବା ସୂଚନା ରହିଛି।
ଗୋଟିଏ ବାଇକ୍ ରେ ଯାଉଥିବା ତିନି ସ୍ଥାନୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସେହି ଦର୍ଲିପାଲି ଗାଁର ରଞ୍ଜନ ପ୍ରଧାନ, ଆଶିଷ ଭୋଇ ଓ ରୂପକ ଧୁରୁଆ ।ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଲୋକେ।

Related Posts

Seo wordpress plugin by www.seowizard.org.