Odisha News

ଲଗାଣ ବର୍ଷା ଯୋଗୁଁ ଶଗଡ଼ିଆ ସେତୁ ଉପରେ ୪ ଫୁଟ ବନ୍ୟାଜଳ ପ୍ରବାହିତ, ଯୋଗାଯୋଗ ବିଛିନ୍ନ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ହରଭଙ୍ଗା, ୧୮/୭:ଲଘୁଚାପ ଜନିତ ବର୍ଷା ଯୋଗୁଁ ହରଭଙ୍ଗା ଅଂଚଳରେ ବନ୍ୟା ପରିସ୍ଥିତି ଉପୁଜିଛି । ପ୍ରକାଶ ଥାଉକି ଗତକାଲି ବିଳମ୍ବିତ ରାତ୍ରରୁ ଆଜି ଦିନ ୧୦ଟା ପର୍ଯ୍ୟନ୍ତ ହରଭଙ୍ଗା ଅଂଚଳରେ ବାଦଲ ଫଟା ପ୍ରବଳ ଧାରରେ ବର୍ଷା ହେବା ଫଳରେ ସମଗ୍ର ଅଂଚଳ ଜଳମଗ୍ନ ହେବା ସହ, ବୌଦ୍ଧ ପୂର୍ତ୍ତ ବିଭାଗର ହରଭଙ୍ଗା -ଛତ୍ରଙ୍ଗ ରାସ୍ତାରେ ଥିବା ‘ଶଗଡ଼ିଆ ସେତୁ’ ଉପରେ ୪ଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରଭାବିତ ହେଉଥିବା ଯୋଗୁ ଯୋଗାଯୋଗ ବିଛିନ୍ନ ହୋଇପଡିଛି ।
ଫଳରେ ବହୁ ଗାଡି ମଟର ଯାଇ ନପାରି ଅଟକି ରହିଛି, ସେହିପରି ଫୁଲବାଣୀ -ଟିକରପଡା ରାସ୍ତାର କୁଶଙ୍ଗ ଠାରେ ଥିବା ‘ବଡ଼ଝୋର ସେତୁ ‘ଉପରେ ୫ଫୁଟ ବନ୍ୟାଜଳ ପ୍ରଭାବିତ ହେଉଛି ।
ଫଳରେ ଯୋଗାଯୋଗ ବିଛିନ୍ନ ହୋଇପଡିଛି ।ବନ୍ୟାଜଳ ପ୍ରବଳ ବେଗରେ ସେତୁ ଉପରେ ପ୍ରଭାବିତ ହେବାଫଳରେ ଲୋକମାନେ ଯାଇନପାରି ଅଟକି ରହିଛନ୍ତି ।
ସୂଚନା ମତେ ଆଜି ବହୁ ଛାତ୍ରଛାତ୍ରି ମାନେ ଫୁଲବାଣୀ ଠାରେ ଏମ.ବି.ବି.ଏସ ନିଟ ପରୀକ୍ଷା ଦେବାପାଇଁ ଯାଉଥିବା ଛାତ୍ରଛାତ୍ରି ମାନେସେତୁ ଉପରେ ବନ୍ୟାଜଳ ପ୍ରଭାହିତ ହେଉଥିବା ଯୋଗୁଁ ପରୀକ୍ଷା ଦେଇ ଯାଇପାରିନଥିବା ଅଭିଯୋଗ କରିଛନ୍ତି ।
ଏଣୁ ଏହି ସେତୁ ଗୁଡ଼ିକ ଉଚ୍ଚ ଲେବୁଲ ସେତୁ କରିବାକୁ ଅଂଚଳବାସୀଦାବୀ କରିଛନ୍ତି । କାରଣ ଏହି ସେତୁ ଗୁଡିକ ପୂର୍ବରୁ ଲୋ ଲେବୁଲ ସେତୁ ଯୋଗୁଁ ବନ୍ୟାଜଳ
ପ୍ରଭାହିତ ହେଉଛି ।
ଏଣୁ ଏହି ସେତୁ ଗୁଡ଼ିକ ଉଚ୍ଚ ଲେବୁଲ ସେତୁ କରିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି । ଏବାବଦରେ ବୌଦ୍ଧ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ ପ୍ରଭାତ ଦାସ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ନିରଞ୍ଜନ ଧଳଙ୍କୁ ପଚାରିବାରୁ ସେ କହିଲେ ଶଗଡ଼ିଆ ସେତୁକୁ ଉଚ୍ଚ ଲେବୁଲ ସେତୁ କରିବା ପାଇଁ ସର୍ଭେ କରାଯାଇ ରାଜ୍ୟ ପୂର୍ତ୍ତବିଭାଗ କୁ ପ୍ରସ୍ତାବ ଦିଆଯାଇଛି । ଏହା ଅନୁମୋଦନ ହେଲେ ଅକ୍ଟୋମ୍ବର ସୁଦ୍ଧା ଟେଣ୍ଡର
ପ୍ରକ୍ରିୟା ହେବ ବୋଲି ଯନ୍ତ୍ରୀ ପ୍ରକାଶ କରିଛନ୍ତି ।

Related Posts

Seo wordpress plugin by www.seowizard.org.