୭ ଦଫା ଦାବିରେ ଭାରତୀୟ ମଜଦୂର ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୧୮/୩ : ଭାରତୀୟ ମଜଦୂର ସଙ୍ଘ ଅଖିଳ ଭାରତୀୟ ଫେଡରେସନର ୧୮୫ ତମ କାର୍ଯ୍ୟକାରିଣୀ ସମିତିର ଆସାମର ଗୌହାଟୀ ଠାରେ ନିଷ୍ପତ୍ତି ଅନୁଯାୟୀ ସାରା ଭାରତ ବର୍ଷରେ ଭାରତ ସରକାରଙ୍କ ଉଦେଶ୍ୟରେ ଦାବିପତ୍ର ଦେବାପାଇଁ ନିଷ୍ପତ୍ତି ହୋଇଥିଲା ଏବଂ ଭାରତ ସରକାର ଦୀର୍ଘ ୬ ବର୍ଷ ଧରି ଅଙ୍ଗନବାଡି କର୍ମୀ ଓ ସହାୟିକା ମାନଙ୍କର କୌଣସି ଦାବି ପୂରଣ ନ କରିବାରୁ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ୭ ଦଫା ଦାବି ସମ୍ବଳିତ ପ୍ରଦାନ କରାଯାଇଛି।
ଏଥିରେ ଜିଲ୍ଲାର ଶହ ଶହ ଅଙ୍ଗନବାଡି କର୍ମୀ ଓ ସହାୟିକା ଏକ ପ୍ରତିବାଦ ରାଲିରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ । ଶେଷରେ ଏକ ପ୍ରତିନିଧି ଦଳ ଭାରତ ସରକାରଙ୍କ ଉଦ୍ୟେଶରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।
ଦାବି ଗୁଡ଼ିକ ହେଲା ୧-ଇପିଏସ ୯୫ ଅନୁଯାୟୀ ସର୍ବନିମ୍ନ ୫୦୦୦.୦୦ ଟଙ୍କା ପେନସନ ତୁରନ୍ତ କରାଯାଉ ଏବଂ ଶେଷ ଦରମାର ୫୦%+ ମହଙ୍ଗା ସହାୟତା ପେନସନ ଦିଆଯାଉ ।
୨- ଇପିଏଫ ଦରମା ସୀମା ୧୫୦୦୦.୦୦ ଟଙ୍କାରୁ ୩୦୦୦୦.୦୦ ଟଙ୍କା ଏବଂ ଇଏସଆଇସି ଦରମା ସୀମା ୨୧୦୦୦.୦୦ ଟଙ୍କାରୁ ୪୨୦୦୦.୦୦ ଟଙ୍କାକୁ ବୃଦ୍ଧି କରାଯାଉ ।
୩ -ସାର୍ବଜନୀନ ସମ୍ପତି ବିକ୍ରୟ ତୁରନ୍ତ ବନ୍ଦ କରାଯାଉ । ୪- ବୀମା / ଆର୍ଥିକ କ୍ଷେତ୍ରରେ ୧୦୦% ବିଦେଶୀ ନିବେଶକୁ ନିଷିଦ୍ଧ କରାଯାଉ ।
୫ -ସ୍କିମ ୱାକର ମାନଙ୍କୁ ସରକାରୀ କର୍ମଚାରୀ ପରି ସମାନ ଦରମା ଏବଂ ସାମାଜିକ ସୁରକ୍ଷା ଦିଆଯାଉ । ୬-ଅସଂଗଠିତ କ୍ଷେତ ପାଇଁ ପର୍ଯ୍ୟାୟ ପାଣ୍ଠି ଉପଲବ୍ଧ କରାଯାଉ ।
୭ – ଠିକା ଶ୍ରମିକ ମାନଙ୍କୁ ପର୍ଯ୍ୟାୟ କ୍ରମେ ସ୍ଥାୟୀ ନିଯୁକ୍ତି ଦିଆଯାଉ ।
ଆଜିର ଏହି ଦାବି ପ୍ରଦାନ ବେଳେ ଜିଲ୍ଲା ସଭାପତି ପ୍ରଭାତୀ ପଟ୍ଟନାୟକ ,ଅଶୋକ କୁମାର ଶୁକ୍ଳା,ଲକ୍ଷଣ ଦାସ,କୁଞ୍ଜଲତା ଦାସ, ମନ୍ଦାକିନି ପ୍ରଧାନ, ବନିତାଞ୍ଜଳି ଦାସ,ରଞ୍ଜନ ଦାଶ, କପିଳେଶ୍ୱର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ।