୩ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି, ୧୬/୨: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଏସପିଙ୍କ ନିକଟରେ ୩ ହାର୍ଡକୋର ମାଓବାଦୀ ସମେତ ୩୩ ମାଓବାଦୀ ଆତ୍ମସର୍ପଣ କରିଛନ୍ତି। ତିନି ହର୍ଡକୋର୍ ମାଓବାଦୀଙ୍କ ମୁଣ୍ଡ ଉପରେ ରେ ୩ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରହିଥିଲା।
ଆତ୍ମସର୍ପଣ ମାଓ ସମର୍ଥକ ସମସ୍ତେ କିଷ୍ଟାରାମ୍ ଅଞ୍ଚଳ। ଏମାନେ ପୋଲିସକୁ ଟାର୍ଗେଟ କରି ଅନେକ ମାଓ ହିଂସାକାଣ୍ଡରେ ସାମିଲ୍ ଥିଲେ। ତେବେ ଏହି ମାଓ ଗଡ ରେ ଗୋଟିଏ ପରେ ଗୋଟିଏ ସିଆରପିଏଫ କ୍ୟାମ୍ପ ହେବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।
ତେଣୁ ମାଓବାଦୀ ଙ୍କ ଗତିବିଧି କମିବା ସହ ଅନେକ ଉନ୍ନୟନ କାର୍ୟ୍ୟ ଆଗକୁ ବଢ଼ି ପାରିଛି। ତେଣୁ ରାଜ୍ୟ ସରକାରଙ୍କ ଏଭଳି କାର୍ୟ୍ୟ ରେ ଆକର୍ଷିତ ହୋଇ ପୁଲିସ୍ ଆଗରେ ୩୩ ମାଓ ସମର୍ଥକ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କୁ ମୂଖ୍ୟ ସ୍ରୋତରେ ସାମିଲ କରିବାକୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଦେବାକୁ ସୁକମା ପ୍ରତିଶୃତି ଦେଇଛନ୍ତି।