Top Stories

ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ନେଇ ସଚେତନତା ସଭା

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୨/୬ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରେ ‘ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ’ (SIR ୨୦୨୬) ସମ୍ପର୍କରେ ଏକ ସଚେତନତା ସଭା ସ୍ଥାନୀୟ ବସଷ୍ଟାଣ୍ଡ ନିକଟସ୍ଥ ୱାଚ ଟାୱାର ନିକଟରେ ଅନୁଷ୍ଠିତ ହୋଇଯାଇଛି।
ଉପ-ଜିଲ୍ଲାପାଳ ତଥା ଉପଖଣ୍ଡ ନିର୍ବାଚନ ଅଧିକାରୀ ଶ୍ରୀମତୀ ପ୍ରଣିତା ଦାସ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବନବାସୀ ଛାତ୍ରଛାତ୍ରୀ ମାନେ ତିନୋଟି ସୁନ୍ଦର ଗଣନୃତ୍ୟ ପରିବେଷଣ କରି SIR ୨୦୨୬ ସମ୍ପର୍କରେ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ବିଡିଓ ଅକ୍ଷୟ କୁମାର ମଲ୍ଲିକ, ସହକାରୀ ଜିଲ୍ଲାପାଳ ରୂପକ କୁଜୁର, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶିବ ଶଙ୍କର ସମରଥ ଏବଂ ତୀର୍ଥବାସୀ ଘଡ଼େଇ ପ୍ରମୁଖ ଯୋଗ ଦେଇଥିଲେ ।
ତୀର୍ଥବାସୀ ଘଡ଼େଇ ଏବଂ ବିଡିଓ ଅକ୍ଷୟ କୁମାର ମଲ୍ଲିକ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ (ଝଓଜ) କ\’ଣ, ଏହାର ପ୍ରକ୍ରିୟା ଏବଂ ଏହା କାହିଁକି ଜରୁରୀ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେ ବାଲିଗୁଡ଼ାର ସମସ୍ତ ନାଗରିକଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଉତ୍ସାହିତ କରିଥିଲେ।
ବାଲିଗୁଡ଼ା ଏନ୍ଏସିରେ ବ୍ୟାପକ ଦୁର୍ନୀତି ସହ ଆୟବ୍ୟୟର ହିସାବ ଦେଉନଥିବା ପ୍ରତିବାଦ ରେ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଦୁଇ କଂଗ୍ରେସ କାଉନସିଲରଙ୍କ ଧାରଣା
ବାଲିଗୁଡା, ୧୨/୬: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି କାର୍ଯ୍ୟାଳୟରେ ବ୍ୟାପକ ଦୁର୍ନୀତି ସହ ଆୟବ୍ୟୟର ହିସାବ ଦେଉନଥିବା ପ୍ରତିବାଦ ରେ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ଜଣ କଂଗ୍ରେସ କାଉନସିଲର ଶୁକ୍ରବାର ଧାରଣା ଦେଇଥିବା ଜଣାପଡିଛି ।
ବାଲିଗୁଡ଼ା ଏନ୍ଏସିରେ ବ୍ୟାପକ ଦୁର୍ନୀତି ହୋଇଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ଆୟବ୍ୟୟର ହିସାବ ଦେଉନଥିବା , ନିର୍ଦ୍ଧିଷ୍ଟ କିଛି ୱାର୍ଡ ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି । ମନଇଚ୍ଛା ଟେଣ୍ଡର ଡକାଯାଇ ଟେଣ୍ଡର ପିକ୍ସିଂ କରି କାମ ବଣ୍ଟା ଯାଇଥାଏ ବୋଲି ୧ନଂ. ୱାର୍ଡ଼ ର ଅଜୟ କୁମାର ନାୟକ ଓ ୧୩ ନଂ ୱାର୍ଡ ର ଆଲୋକ କୁମାର ନାୟକ ଏହି ଦୁଇଜଣ କାଉନସିଲର ଅଭିଯୋଗ କରିଛନ୍ତି ।
ଅନ୍ୟପଟେ ସ୍ବତନ୍ତ୍ର ଅଡିଟ୍ କରି ସମସ୍ତ ତଥ୍ୟ ନଦେବା ଯାଏଁ ଆମେ ଧାରଣାରୁ ହଟିବୁ ନାହିଁ ବୋଲି କହିଛନ୍ତି ଦୁଇ କଂଗ୍ରେସ କାଉନସିଲର ।
ଏହା ସହ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ର କିଛି କୁଜିନେତା ଏହି ଏନ୍ଏସି ବୈଠକ ପରିଚାଳନା କରୁଛନ୍ତି ତାଙ୍କୁ କିଏ ଅଧିକାର ଦେଲା ବୋଲି ପ୍ରଶ୍ନ କରିଛନ୍ତି। ସେପଟେ ଆଜି ସମିତି ବୈଠକ ଥିଲା । ବୈଠକ ଆରମ୍ଭରୁ ହିଁ ପୂର୍ବ ଆୟବ୍ୟୟ ର ହିସାବ ମାଗିଥିଲେ ଦୁଇ କଂଗ୍ରେସ କାଉନସିଲର । ଏଥି ପୂର୍ବରୁ ମଧ୍ୟ ବାରମ୍ବାର କୌଣସି ତଥ୍ୟ ମାଗିଲେ ମଧ୍ୟ ଦେଉ ନ ଥିବାରୁ ଆଜି ବାଧ୍ୟ ହୋଇ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଦୁଇ କଂଗ୍ରେସ କାଉନସିଲରଙ୍କ ଧାରଣା ଦେଇଥିଲେ । ବର୍ତ୍ତମାନ ର ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା ପରେ ପୂର୍ବ ବିଷୟରେ ଆଲୋଚନା କରିବାକୁ କହିଥିଲେ କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ । ଏଜେଣ୍ଡା ଅନୁଯାୟୀ ବୈଠକ ଅନୁଷ୍ଠିତ ହେବ କିନ୍ତୁ ସେମାନେ ଏହା ନ ମାନି ବୈଠକରୁ ଉଠିଯାଇ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ଦୁଇ କାଉନସିଲର । ଅନ୍ୟପଟେ ଦୁଇ କଂଗ୍ରେସ କାଉନସିଲରଙ୍କ ଅଭିଯୋଗ ଭିତ୍ତିହୀନ ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି ।

Related Posts