ଲାଞ୍ଚ ନେଇ ଧରାପଡ଼ିଲେ ସହକାରୀ କୃଷି ଅଧିକାରୀ ଓ ବିଟିଏମ୍

ଭୁବନେଶ୍ୱର,୨୩/୨: ଭିଜିଲାନ୍ସ ଜାଲରେ ୨ କୃଷି ଅଧିକାରୀ। ଲାଞ୍ଚ ନେବାବେଳେ ଉମରକୋଟ ସହକାରୀ କୃଷି ଅଧିକାରୀ ନୀଳକଣ୍ଠ ପରିଡ଼ା ଓ ଟେକ୍ନୋଲୋଜି ମ୍ୟାନେଜର ସୁରେନ୍ଦ୍ର ବୁନ୍ଦେଲା ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଜଳନିଧି ସ୍କିମରେ ସବ୍ସିଡି କରାଇଦେବାକୁ ନେଇ ଜଣେ ଚାଷୀଙ୍କ ପାଖରୁ ୫ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ମାଡିବସିଥିଲା।