ରାଜ୍ୟ ସ୍ତରୀୟ ଫୋଟ ପ୍ରଦର୍ଶନୀରେ ବାଲିଗୁଡ଼ାର ଷ୍ଟୁଡିଓ ବୁଲୁ ସମ୍ମାନିତ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୪/୫ : ଫଟୋ ସ୍ମୃତିଚାରଣର ପ୍ରତିଚ୍ଛବି । ଭାବାବେଗ, ସୃଜନଶୀଳତା ଏବଂ ନୂତନ କଳ୍ପନାର ପ୍ରତୀକ । ଏହି ବାର୍ତ୍ତାକୁ ବାଣ୍ଟିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ‘ବିଶ୍ୱ ପ୍ରେସ ଦିବସ’ ଅବସରରେ ଆୟୋଜିତ ହୋଇଯାଇଛି ଦୁଇଦିନିଆ ରାଜ୍ୟ ସ୍ତରୀୟ ଫଟୋ ପ୍ରଦର୍ଶନୀ – ୨୦୨୫।
ଭୁବନେଶ୍ୱର ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ଏହି ଫଟୋ ପ୍ରଦର୍ଶନୀକୁ ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମର କଥାବସ୍ତୁ ରହିଥିଲା “ପ୍ରେସ୍ ଫର୍ ଦ ପ୍ଲାନେଟ୍” ।
ପରିବେଶ ସଚେତନତା ଏବଂ ସ୍ଥାୟୀତାକୁ ପ୍ରୋତ୍ସାହିତ କରିବାରେ ଏକ ମୁକ୍ତ ପ୍ରେସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆକର୍ଷଣୀୟ ଫଟୋଚିତ୍ର ମାଧ୍ୟମରେ ଏହି ପ୍ରଦର୍ଶନୀରେ ପ୍ରେସ୍ ସ୍ୱାଧୀନତା ଏବଂ ଧରାପୃଷ୍ଠର ସୁରକ୍ଷା ଉପରେ ମହତ ବାର୍ତ୍ତା ଦିଆଯାଇଥିଲା ।
ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡାର ସୁରେନ୍ଦ୍ର କୁମାର ସେଠୀ (ବୁଲୁ ) ଏଥିରେ ଅଂଶ ଗ୍ରହଣ କରି ୫ ଟି ଫଟୋ ରୁ ୪ ଟି ଫଟୋ ସ୍ଥାନ ପାଇ ଅତିଥି ମାନଙ୍କ ଠାରୁ ମାନପତ୍ର ଓ ଟ୍ରଫି ଗ୍ରହଣ କରିଛନ୍ତି ଓ ସମଗ୍ର କନ୍ଧମାଳ ଜିଲା ରୁ ସୁରେନ୍ଦ୍ର ଜଣେ ମାତ୍ର ସମ୍ମାନିତ ହୋଇଥିବାରୁ ଜିଲ୍ଲା ପାଇଁ ଗୌରବ ଆଣିପାରି ଛନ୍ତି । ଏ ନେଇ ସବୁ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି।