ମହାମାୟୀ ପୀଠ ରେ ବିଶ୍ୱ ଶାନ୍ତି ନାମ ଯଜ୍ଞ, ଘୃତ ଯଜ୍ଞ ଅନ୍ନ ଯଜ୍ଞ ଉଦଯାପିତ : ଶତାଧିକ ଭକ୍ତଙ୍କ ସମାଗମ
![](https://odishanewsonline.com/wp-content/uploads/2024/11/SANJAYA-.jpg)
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୧/୧୦ : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ର ଭଗାମୁଣ୍ଡା ସ୍ଥିତ ମହାମାୟୀ ପୀଠରେ ବିଶ୍ୱ ଶାନ୍ତି ନାମ ଯଜ୍ଞ, ଘୃତଯଜ୍ଞ ଓ ଅନ୍ନଯଜ୍ଞ କାର୍ଯ୍ୟକ୍ରମ ରବିବାର ଉଦଯାପିତ ହୋଇଯାଇଛି । ପ୍ରଥମ ଦିନ ବିଲ୍ଲ ବରଣ, ଅଧିବାସୀ ସହ କଳସ ଯାତ୍ରା ମହା ଆଡମ୍ବର ରେ ହୋଇ ଥିଲା ।
ମହାମାୟୀ ମନ୍ଦିର ପରିଚାଳନା କମିଟିର ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଅଷ୍ଟ ପ୍ରହର ନାମଯଜ୍ଞ, ଅନ୍ନ ଯଜ୍ଞ, ଓ ଜ୍ଞାନଯଜ୍ଞ ଅବସରରେ ସକାଳୁ ସକାଳୁ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ମହାମାୟୀ, ମା ‘ ପାଟ୍ଟଖଣ୍ଡା ଓ ମା ‘ବରାଳ ଦେବୀ ଙ୍କ ନିକଟରେ ପୂଜାର୍ଚ୍ଚନା ପରେ ମହାମାୟୀ ଦେବୀଙ୍କ ପ୍ରାଙ୍ଗଣରେ ଅଷ୍ଟ ପ୍ରହର ନାମ ଯଜ୍ଞ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବାଲିଗୁଡା ସମେତ ଆଖପାଖ ଅଞ୍ଚଳର ପ୍ରାୟ ୧୦ ରୁ ଉର୍ଦ୍ଧ ପୁରୁଷ ଓ଼ ମହିଳା ସଂକୀର୍ତ୍ତନ ଦଳ ଅଂଶ ଗ୍ରହଣ କରିଥିଲେ ।
ବିଶେଷ କରି ମହିଳା ସଂକୀର୍ତ୍ତନ ଦଳ ର କୀର୍ତ୍ତନ ବହୁତ ଆକର୍ଷଣୀୟ ହୋଇଥିବାରୁ ଏହା ଦେଖିବାକୁ ଭକ୍ତ ଶ୍ରଦ୍ଧାଳୁ ଏବଂ ଦର୍ଶକ ଙ୍କ ଭିଡ଼ ଜମିଥିଲା । ଏଥିରେ ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳର କୋଣ ଅନୁକୋଣ ରୁ ଶତାଧିକ ଭକ୍ତ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା ।
ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଙ୍ଘର ସାଧାରଣ ସଭା ଓ ନୂତନ କର୍ମକର୍ତ୍ତା ଚୟନ
ବାଲିଗୁଡା,୧୦/୧୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସଭାଗୃହ ଠାରେ ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଙ୍ଘର ସାଧାରଣ ସଭା ଓ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଙ୍ଘ ର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ କୁମାର ରଥ ପର୍ଯ୍ୟବେକ୍ଷକ ଭାବେ ଅଂଶ ଗ୍ରହଣ କରି ଆଜିର ସାଧାରଣ ସଭା ଓ ନୂତନ କର୍ମକର୍ତ୍ତା ଚୟନ ସଭା କୁ ସୁଚାରୁ ରୂପେ ତୁଲାଇ ଥିଲେ।
ଏ କାର୍ଯ୍ୟକ୍ରମ ରେ କନ୍ଧମାଳ ଜିଲ୍ଲା ର ପ୍ରତ୍ୟେକ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରି ନୂତନ ସଭାପତି ଓ ନୂତନ ସାଧାରଣ ସମ୍ପାଦକ ଚୟନ କରିଥିଲେ। ୨୦୨୨ ରେ ଶେଷ ଥର ପାଇଁ ଚୟନ ପ୍ରକ୍ରିୟା ହୋଇଥିଲା ଓ ୨୦୨୨ ମସିହାର ଜିଲ୍ଲା କମିଟି କୁ ଭାଙ୍ଗି ଦିଆ ଯାଇଥିଲା। ନୂତନ କର୍ମକର୍ତ୍ତା ଚୟନ ପୂର୍ବରୁ ପୁରାତନ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ସହ ବିଦାୟ ଦିଆଯାଇଥିଲା।
ଜିଲ୍ଲା ର ନୂତନ ସଭାପତି ଭାବେ ସୁରଥ ମୁନି ଓ ସାଧାରଣ ସମ୍ପାଦକ ଭାବେ ତୀର୍ଥବାସୀ ଘଡ଼ାଇ ଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା। ଆଗାମୀ ଦିନରେ ଜିଲ୍ଲାର ସମସ୍ତ ବିଦ୍ୟାଳୟ, ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସମସ୍ୟା ର ସମାଧାନ ଦିଗରେ ଚେଷ୍ଟା କରିବେ ବୋଲି ଶ୍ରୀ ଘଢ଼ାଇ ମତ ପ୍ରକାଶ କରିଛନ୍ତି ।
ମହାମାୟୀ ପୀଠ ରେ ବିଶ୍ୱ ଶାନ୍ତି ନାମ ଯଜ୍ଞ, ଘୃତ ଯଜ୍ଞ ଅନ୍ନ ଯଜ୍ଞ ଉଦଯାପିତ : ଶତାଧିକ ଭକ୍ତଙ୍କ ସମାଗମ
ନୂତନ ଗ୍ରାମପଞ୍ଚାୟତ ଗଠନ ଦାବି ରେ ଜନ ଆନ୍ଦୋଳନ
ବାଲିଗୁଡା,୧୦/୧୧ : ନୂତନ ଗ୍ରାମ ପଞ୍ଚାୟତ ଗଠନ ଦାବିରେ ତେଜିଲା ଜନ ଅସନ୍ତୋଷ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କୁ ଗଲେ ଅଞ୍ଚଳବାସୀ। ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହେବାପରେ ନୂତନ ଗ୍ରାମପଞ୍ଚାୟତ ଗଠନ ନିମନ୍ତେ ଆବେଦନ କଲେ ମଗଡୀଙ୍ଗିଆ ଅଞ୍ଚଳ ବାସୀ ।
କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ ଅଧିନସ୍ଥ ବଣ୍ଡଗୁଡା ଗ୍ରାମପଞ୍ଚାୟତ ଉପରେ ନିର୍ଭର କରି ରହିଆସୁଥିଲେ ମଗଡୀଙ୍ଗିଆ ଅଞ୍ଚଳବାସୀ ଓ ଅନେକ ଅସୁବିଧାର ସମୁଖୀନ ହେଉଥିଲେ। ଦୀର୍ଘ ୧୦ ବର୍ଷ ରୁ ଉର୍ଦ୍ଧ ହେବ ଅଞ୍ଚଳବାସୀ ନିଜ ସୁବିଧା ନିମନ୍ତେ ମଗଡୀଙ୍ଗିଆ ଠାରେ ନୂତନ ଗ୍ରାମପଞ୍ଚାୟତ ଦାବି କରି ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ପର୍ଯ୍ୟନ୍ତ ଯାଇଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇପାରିନାହିଁ। ସୂଚନା ପ୍ରକାରେ ଏହି ଅଞ୍ଚଳବାସୀ ପ୍ରଥମେ ବଣ୍ଡଗୁଡା ଗ୍ରାମପଞ୍ଚାୟତରେ ଅନ୍ତର୍ଭୁକ୍ତ ଥିଲେ, ହେଲେ ସରକାରଙ୍କ ନିର୍ଦେଶ କ୍ରମେ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଜିରିଡିକିଆ ଠାରେ ନୂତନ ପଞ୍ଚାୟତ ଗଠନ ପାଇଁ ଦାବି କରାଯାଇଥିଲା। ହେଲେ ୨୦୧୫ ମସିହାରେ ବଣ୍ଡଗୁଡା ଠାରୁ ଜିରିଡିକିଆ ମାତ୍ର ଏକ କିମି ବ୍ୟବଧାନ ରେ ପଞ୍ଚାୟତ ଗଠନ କରାଯାଇଥିଲା। ଫଳରେ ଏହି ଦଶ ଗୋଟି ଗାଁ ଲୋକେ ପାଖାପାଖି ୧୨ କିମି ଦୂରତା ହେଉଥିବା ଯୋଗୁଁ ପଞ୍ଚାୟତ କୁ ଯାଇ ରାସନ ଚାଉଳ, ଭତ୍ତା ପୁଣି ଅନ୍ୟାନ୍ୟ କାର୍ଯ୍ୟ କରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଫଳରେ କ.ନୂଆଗାଁ ଗୋଷ୍ଠୀ ଉନୟନ ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ଅଞ୍ଚଳବାସୀ। କୌଣସି ସୁଫଳ ନମିଳିବାରୁ କନ୍ଧମାଳ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ। କନ୍ଧମାଳ ଜିଲ୍ଲାପାଳ କୌଣସି ପଦକ୍ଷେପ ନ ନେବାରୁ ବାଧ୍ୟହୋଇ ଅଞ୍ଚଳବାସୀ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ, ସେଠାରେ ବର୍ତ୍ତମାନ ସୁଦ୍ଧା ବିଚରାଧୀନ ଥିବା ଜଣାପଡ଼ିଛି। ବର୍ତ୍ତମାନ ନୂତନ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଅଭିଯୋଗ ପ୍ରକଷ୍ଠ କୁ ଯାଇ ଲିଖିତ ଅଭିଯୋଗ କରିଥିଲେ।
କନ୍ଧମାଳ ଜିଲ୍ଲାପାଳ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରି କେବେ ଅଂଚଳବାସୀ ଙ୍କୁ ଉଚିତ ନ୍ୟାୟ ଦେଉଛନ୍ତି ତାହା ଦେଖିବାକୁ ବାକିରହିଲା। ଯଦି ଆଗାମୀ ଦିନରେ ଏହାର କାର୍ଯ୍ୟକାରୀ ନହେଲେ ବ୍ଲକ କାର୍ୟ୍ୟାଳୟ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ପାଇଁ କଠୋର ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ।