Odisha News

ମଦ ଦୋକାନକୁ ବିରୋଧ, ତାଲା ଭାଙ୍ଗି ଲୁଟି ନେଲେ ପେଟି ପେଟି ମଦ

ଗୁଲାମ୍ ଗସ୍‌ଙ୍କ ରିପୋର୍ଟ
ଧର୍ମଶାଳା, ୨୭/୭ : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଗାନ୍ଧୀ ଛକ ନିକଟରେ ଖୋଲା ହେବାକୁ ଥିବା ମଦ ଦୋକାନକୁ ସ୍ଥାନୀୟ ଲୋକମାନେ ବିରୋଧ କରିବା ସହ ଦୋକାନରେ ଥିବା ମଦକୁ ଲୁଟିନେଇଛନ୍ତି ।
ସୁଚନା ମୁତାବକ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଚଣ୍ଡିଖୋଲ ନିକଟସ୍ଥ ଗାନ୍ଧୀ ଛକ ଠାରେ ସରକାରଙ୍କ ଅନୁମତି ପାଇ ଏକ ସ୍ୱୀକୃତି ପ୍ରାପ୍ତ ବିଦେଶୀ ମଦ ଦୋକାନ ଖୋଲିବାକୁ ଥିବା ବେଳେ ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ଆଜି ଲୋକମାନେ ଏକତ୍ରିତ ହୋଇ ମଦ ଦୋକାନ ଭିତରକୁ ପଶି ଘରର ତାଲା ଭାଙ୍ଗି ସେଠାରେ ଥିବା ପେଟି ପେଟି ମଦ ବୋହି ନେଇଥିଲେ।
ଯିଏ ଯେତେ ପାରିଲା ମଦ ବୋହି ନେଇଥିଲା। ଏପରିକି ସେଠାରେ ଲାଗିଥିବା ସିସି କ୍ୟାମେରାକୁ ଭାଙ୍ଗିବା ସହ କର୍ମଚାରୀଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଖବର ପାଇ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଁଚିଲା ବେଳକୁ ଘର ଭିତରୁ ସମସ୍ତ ମଦକୁ ସଫା କରିଦେଇଥିଲେ ଲୋକେ। ତେବେ ପୋଲିସ ସେଠାରେ ଥିବା କିଛି ଲୋକଙ୍କୁ କାବୁ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।

Related Posts