Odisha News

ଭତ୍ତା ଟଙ୍କା କୁ ଅପେକ୍ଷା କରି ଆଖି ବୁଜିଲେ ବୃଦ୍ଧା , ଦଶାହରେ ୧ ହଜାର ଧରାଇ ଦେଲେ, ମିଳୁ ନ ଥିଲା ରାଶନ ସାମଗ୍ରୀ। ଏହା ଏକ ସମ୍ବେଦନଶୀଳ ଘଟଣା- ବିଡ଼ିଓ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୬/୫: ଭତ୍ତା ଟଙ୍କାକୁ ଚାହିଁ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ତେବେ ଦଶାହ ଦିନ ତାଙ୍କ ପରିବାରକୁ ଗୋଟିଏ ମାସର ଭତ୍ତା ଟଙ୍କା ଧରାଇ ପ୍ରଶାସନ ନିଜ ମୁଣ୍ଡରୁ ଦାୟିତ୍ଵ ଖସାଇ ଦେଇଛି।
ଏଭଳି ଘଟଣା ଖୋରଧା ବ୍ଲକ ଅନ୍ତର୍ଗତ ବଙ୍ଗିଦା\” ପଞ୍ଚାୟତର ଭାଟପଡ଼ା ଗ୍ରାମରେ ଦେଖିଘବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ମୁତାବକ, ଏହି ଗ୍ରାମର ରଙ୍ଗି ପାତାଲସିଂହ (୭୦)ଙ୍କ ସ୍ବାମୀ ସିଦ୍ଧନାଥ ପାତାଳସିଂହ ୨୦୨୫ ନଭେମ୍ବର ୨୭ରେ ମୃତ୍ୟୁବରଣ କରିଥିଲେ। ତେବେ ରଙ୍ଗିଙ୍କ ନାମରେ ରାଶନକାର୍ଡ (ନଂ-୧୯୦୯୦୨୧୦୪୯୮) ଥିବା ସତ୍ତ୍ବେ ମଧ୍ୟ . କୌଣସି ସାଗ୍ରମୀ ଦିଆଯାଇନାହିଁ । ସ୍ୱାମୀଙ୍କ ଦେହାନ୍ତ ପରେ ରଙ୍ଗି ବିଧବା ଭତ୍ତା ପାଉଥିଲେ।
ଭତ୍ତା ଟଙ୍କାରୁ ସେ ତାଙ୍କର ଔଷଧ ଆଣିବା ସହ ଅନ୍ୟାନ୍ୟ ଖର୍ଚ୍ଚ କରୁଥିଲେ। ତେବେ ଗତ ଦୁଇ ମାସ ହେବ ରୋଗଶଯ୍ୟା ହେବାରୁ ସେ ପଞ୍ଚାୟତକୁ ଯାଇ ଭତ୍ତା ଆଣିବା ପାଇଁ ଅକ୍ଷମ ହୋଇପଡ଼ିଥିଲେ। ଭତ୍ତା ଟଙ୍କା ମିଳି ନ ଥିବା ବେଳେ ଗତ ୧୬ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା।
କୌଣସି ଅଘଟଣ ଆଶଙ୍କାରେ ରଙ୍ଗିଙ୍କ ଦଶାହରେ ମାସକର ଭତ୍ତା ୧ ହଜାର ଟଙ୍କା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଥିବା ସମ୍ପୃକ୍ତ ମୃତାଙ୍କ ପୁଅ ହୃଦାନନ୍ଦ ପାତାଳ ସିଂ ଅଭିଯୋଗ ଆଣିଛନ୍ତି। ତେବେ ଏହା ଗୋଟିଏ ଘଟଣା ନୁହଁ, ଏହି ଗ୍ରାମର ଦୃଷ୍ଟିବାଧିତ ନିରାକାର ସୁନ୍ଦରରାୟ (୫୫) ମଧ୍ୟ ୩ ମାସର ଭତ୍ତା ପାଇ ନ ଥିବା ଜଣାପଡିଛି । ଅନ୍ୟପକ୍ଷରେ ଏନେଇ ଖୋରଧା ବିଡିଓ ସିଦ୍ଧାର୍ଥ ପଟ୍ଟନାୟକ କହିଛନ୍ତି, ଏହା ଏକ ସମ୍ବେଦନଶୀଳ ଘଟଣା। ବିଧବା ଭତା ନ ପାଇବା ଏବଂ ରାଶନକାର୍ଡରୁ ସାମଗ୍ରୀ ବନ୍ଦ ସମ୍ପର୍କରେ ଏହାର ତଦନ୍ତ କରାଯାଇ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କୁ ରାଶନ ସାମଗ୍ରୀ ଦିଆଯିବା ବ୍ୟବସ୍ଥା କରାଯିବ।
ସେହିପରି ଉପଜିଲାପାଳ ସଂକଳ୍ପ ସ୍ବସ୍ତିକ ସାହୁ କହିଛନ୍ତି, ଏହାର ତଦନ୍ତ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ପ୍ରକାଶ ଯେ, ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ଯୋଗ୍ୟ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ, ମଧୁବାବୁ ବାଦ୍ଧକ୍ୟ ଭତ୍ତା ଏବଂ ସ୍ୱାମୀ ପରିତ୍ୟକ୍ତଙ୍କୁ ମଧ୍ୟ ଭତ୍ତା ଦେବା ବ୍ୟବସ୍ଥା ରହିଛି।
ଏ ବବାଦକୁ ସରକାର ମାସିକ ୧ହଜାର ଟଙ୍କା ଏବଂ ୮୦ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ମାସିକ ୩୧ଶହ ଟଙ୍କା ଦେବା ଘୋଷଣା କରାଯାଇଛି।
ସୂଚନା ମୁତାବକ, ଜିଲାର ଉପରୋକ୍ତ ଭତ୍ତା ପାଇବା ପାଇଁ ପ୍ରାୟ ୫୦ପ୍ରତିଶତ ଅପେକ୍ଷା କରି ରହିଥିବା ବେଳେ ଯେଉଁମାନେ ଏହି ଯୋଜନାରେ ଭତ୍ତା ପାଉଛନ୍ତି, ସେମାନଙ୍କୁ ଗତ ୨ରୁ ୩ମାସ ହେବା ଭତ୍ତା ଦିଆଯାଇନାହିଁ। ଖୋରଧା ବ୍ଲକର ୨୨ଟି ପଞ୍ଚାୟତ ଏବଂ ପୌରାଞ୍ଚଳର ୨୨ ୱାର୍ଡରେ ଶତାଧିକ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି ।
ଏ ସମ୍ପର୍କରେ ଭତ୍ତା ବଣ୍ଟନ ଦାୟିତ୍ୱରେ ଥିବା ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଦିଆଯିବାର ବ୍ୟବସ୍ଥା ରହିଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଟଙ୍କା ଆସିନାହିଁ, ସରକାରଙ୍କ ପକ୍ଷରୁ ଟଙ୍କା ଆସିଲେ ଦିଆଯିବ।

Related Posts