Odisha News

ବ୍ୟାପକ ଅନିୟମିତତାର ଅନ୍ୟ ନାମ ଉଦ୍ୟାନ କୃଷି : ତଦନ୍ତ ହେଲେ ଜଣା ପଡିବ ଅସଲ ସତ

ପ୍ରମୋଦ ସାହୁକାରଙ୍କ ରିପୋର୍ଟ
ଚନ୍ଦ୍ରପୁର/ ରାୟଗଡ଼ା,୧୧/୧୦: କେନ୍ଦ୍ର ଏବଂ ରାଜ୍ୟ ସରକାର କୃଷକ ମାନଙ୍କର ଆୟ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ଯେତେସବୁ ଯୋଜନା ପ୍ରଣୟନ କରିଚାଲିଛନ୍ତି, ତୃଣମୂଳ ସ୍ତରରେ ତାହା କାର୍ଯ୍ୟକାରୀ ହେଉନଥିବା ଜଳ ଜଳ ଦେଖା ଯାଉଛି ।
ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁର ପଞ୍ଚାୟତ ସମିତିର ଅନେକ ଅଞ୍ଚଳରେ ଜଳ ସେଚନର ସୁବିଧା ନଥିବାରୁ ଉଦ୍ୟାନ କୃଷି ପାଇଁ ପ୍ରକୃଷ୍ଠ ଅଞ୍ଚଳ । ଜନଜାତି ବୋହୁଳ ଉକ୍ତ ଅଞ୍ଚଳରେ ଚାଷୀ ମାନଙ୍କ ଅଣଜଳସେଚିତ ଜମି ପାଇଁ ପ୍ରୋତ୍ସାହିତ କରାଗଲେ ଛୋଟ ଏବଂ ମଧ୍ୟମ ବର୍ଗର ଚାଷୀ ପରିବାର ଉପକୃତ ହୋଇ ପାରନ୍ତେ ।
ଏ ଦିଗରେ ଚାଷୀ ମାନଙ୍କୁ ସଚେତନ କରିବା ଦୂରରେ ଥାଉ, ବିଭାଗର ସ୍ଥାନୀୟ କର୍ମଚାରୀମାନେ ଆମ୍ବ ଏବଂ ଅନ୍ୟାନ୍ୟ ଫଳ ଚାରା, ଅଦା, ହଳଦୀ ଆଦି ବିହନ ଚାଷୀ ମାନଙ୍କୁ ଦେବା ପରିବର୍ତ୍ତେ ଖୋଲା ବଜାରରେ ବିକ୍ରି କରିଦେଉଥିବା ଅଭିଯୋଗ ହେଉଛି।
ବର୍ଷ ବର୍ଷ ଧରି ଏ ପ୍ରକାର ଅନିୟମିତତା ହୋଇ ଚାଲୁଥିବା ସତ୍ତ୍ୱେ କର୍ତ୍ତୃପକ୍ଷ ଅଣଦେଖା କରୁଥିବା ପରିଲକ୍ଷିତ ହଉଛି। କର୍ମଚାରୀ ମାନଙ୍କ ମନମୁଖୀ କାରବାରକୁ ପ୍ରତିହତ କରାଯିବ ସହିତ ଚାଷୀ ସ୍ୱାର୍ଥରେ ଦୁର୍ନୀତି ନିବାରଣ ବିଭାଗ ତରଫରୁ ତଦନ୍ତ କରାଯିବାକୁ ସଚେତନ ଚାଷୀ ମହଲରୁ ଦାବି ହେଉଛି ।

Related Posts