Odisha News

ବୌଦ୍ଧରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସଚେତନତା ରାଲି ଓ ସାଧାରଣ ସଭା ଅନୁଷ୍ଠିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୮/୬ : ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ “SIR– Special Intensive Revision ( ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ)” କାର୍ଯ୍ୟକ୍ରମ ବୌଦ୍ଧ ଜିଲ୍ଲାରେ ସଫଳ ଭାବେ କାର୍ଯ୍ୟନ୍ୱୟନ ହେଉଛି।
ଏହି ବିଶେଷ ସଂଶୋଧନ ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ଭୋଟର ତାଲିକାକୁ ଅଧିକ ସଠିକ୍, ସ୍ୱଚ୍ଛ ଏବଂ ତ୍ରୁଟିମୁକ୍ତ କରିବା।
ଏହି ପରିପ୍ରେକ୍ଷୀରେ ଜିଲ୍ଲାର ୮୫-କଣ୍ଟାମାଳ ଓ ୮୬-ବୌଦ୍ଧ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ସମସ୍ତ ମତଦାନ କେନ୍ଦ୍ରର BLO ଏବଂ BLO ସୁପରଭାଇଜରମାନଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି।
ଘରେ ଘରେ ପହଞ୍ଚି ଯୋଗ୍ୟ ମତଦାତାଙ୍କ ନାମ ସଂଯୋଜନ, ମୃତ ଏବଂ ସ୍ଥାନାନ୍ତରିତ ଭୋଟରଙ୍କ ନାମ ବିଲୋପ ସହିତ ତଥ୍ୟ ସଂଶୋଧନ କାର୍ଯ୍ୟ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଏବଂ ନିରପେକ୍ଷତା ସହ କରାଯାଉଛି।
ଜନସାଧାରଣଙ୍କ ମଧ୍ୟରେ ଝଓଜ କାର୍ଯ୍ୟକ୍ରମ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବୌଦ୍ଧ ସହରରେ ଏକ ବିଶାଳ ସଚେତନତା ରାଲି ଆୟୋଜିତ ହୋଇଥିଲା। ସ୍ଥାନୀୟ ସଂଗ୍ରହାଳୟ (ମ୍ୟୁଜିୟମ) ପରିସରରୁ ଏହି ରାଲିକୁ ଜିଲ୍ଲାପାଳ ଶ୍ରୀ ବିଭୂତି ଭୂଷଣ ନାୟକ ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ କୁଲଦୀପ ମୀନା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଏଥିରେ ପ୍ରଶାସନ ର ବରିଷ୍ଠ ଅଧିକାରୀ ଙ୍କ ସହିତ ବହୁସଂଖ୍ୟାରେ ଛାତ୍ରଛାତ୍ରୀ , ଜନ ସାଧାରଣ ଯୋଗ ଦେଇଥିଲେ ।
ରାଲିଟି ସମଗ୍ର ବୌଦ୍ଧ ସହର ପରିକ୍ରମା କରି ବିଭିନ୍ନ ସଚେତନତାମୂଳକ ସ୍ଲୋଗାନ ମାଧ୍ୟମରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇଥିଲା।
ପରବର୍ତ୍ତୀ ସମୟରେ ମ୍ୟୁଜିୟମ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ଜିଲ୍ଲାପାଳ ଶ୍ରୀ ନାୟକ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ମୀନା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ , ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଡିଏଫଓ ରାଜେନ୍ଦ୍ର ଗୋଛାୟତ, ଉପଜିଲ୍ଲାପାଳ ବିନୟ କୁମାର ଭୋଇ, ବୌଦ୍ଧ ବିଡିଓ ଯୁଗଳ କିଶୋର ବିଶ୍ୱାଳ ଏବଂ ତହସିଲଦାର ଅନିତା କୁମାରୀ ସାହୁ ପ୍ରମୁଖ ଯୋଗଦେଇ ସ୍ଵତନ୍ତ୍ର ସଘନ ସଂଶୋଧନ ଝଓଜ କାର‌୍ୟ୍ୟକ୍ରମର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିବା ସହ ଉପସ୍ଥିତ ଜନସାଧାରଣ ଏବଂ ଅଧିକାରୀମାନଙ୍କୁ ପ୍ରେରିତ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ସଭା ପରିଚାଳନା କରିଥିଲେ । ଶେଷରେ ଡେପୁଟି କଲେକ୍ଟର (ନିର୍ବାଚନ) ଶ୍ରୀ ମନସିତ ସ୍ୱରୂପ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର‌୍ୟ୍ୟକ୍ରମରେ ବହୁ ସଂଖ୍ୟକ ସରକାରୀ ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ, ଶିକ୍ଷକ, ଈଖଙ, ସ୍ୱେଚ୍ଛାସେବୀ, ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ଏବଂ ଜନସାଧାରଣ ଯୋଗଦେଇଥିଲେ। ବୌଦ୍ଧ ଜିଲ୍ଲା ପ୍ରଶାସନ ସମସ୍ତ ନାଗରିକଙ୍କୁ ଝଓଜ କାର‌୍ୟ୍ୟକ୍ରମରେ ସକ୍ରିୟ ସହଯୋଗ କରିବା ଏବଂ ଏକ ନିର୍ଭୁଲ, ସ୍ୱଚ୍ଛ ଓ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତିରେ ଭାଗୀଦାର ହେବାକୁ ଅନୁରୋଧ କରିଛି।

Related Posts