ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ୟୁପିଏସସି କୋଚିଂ : ଜୁନ୍ ୨୮ରେ ପ୍ରବେଶିକା ପରୀକ୍ଷା
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଙ୍କ
ଭୁବନେଶ୍ୱର,୭/୬:ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାସଲ କରୁଥିବା ଆଶାୟୀଙ୍କ ପାଇଁ ଆସିଛି ଖୁସି ଖବର । ଓଡ଼ିଶା ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆଶାୟୀଙ୍କୁ ମିଳିବ ମାଗଣାରେ ତାଲିମ । ଏଥିପାଇଁ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ପ୍ରକାଶିତ ବିଜ୍ଞପ୍ତି ଅନୁସାରେ,ଆସନ୍ତା ଜୁନ୍ ୨୮, ୨୦୨୬ରେ ଯୋଗ୍ୟତା ପରୀକ୍ଷା ଅନୁଷ୍ଠିତ ହେବ । ୨୦୦ ଆଶାୟୀଙ୍କୁ ଏହି ସୁଯୋଗ ମିଳିବ । ଆଶାୟୀ ପରୀକ୍ଷାର୍ଥୀଙ୍କୁ ୧୧ ମାସ ଯାଏ ପ୍ରିଲିମ୍ସ ଏବଂ ମେନ୍ ପରୀକ୍ଷା ପାଇଁ କୋଚିଂ ଦିଆଯିବ ।
ସେମାନଙ୍କ ପାଇଁ ନିଶୁଳ୍କ ରହିବା ଏବଂ ଖାଇବା ବ୍ୟବସ୍ଥା ହେବ । ଏଥିପାଇଁ ଆଶାୟୀଙ୍କୁ ଅନଲାଇନରେ ଆବେଦନ କରିବାକୁ ପଡ଼ିବ । ଉଚ୍ଚ ଶିକ୍ଷା ବିଭାଗର ୱେବ୍ ସାଇଟ୍ www.dhe.gov.in ଏବଂ www.samsodisha.gov.in ସମ୍ପୂର୍ଣ୍ଣ ନିର୍ଦ୍ଦେଶାବଳୀ ପାଇ ପାରିବେ ।
ଆସନ୍ତାକାଲିଠାରୁ ଅନ୍ ଲାଇନ୍ ଆବେଦନ ଆରମ୍ଭ ହେବ । ଏଥିପାଇଁ ଜୁନ୍ ୮ ତାରିଖ ପୂର୍ବାହ୍ନ ୧୧ଟାରେ ସାମ୍ସ ପୋର୍ଟାଲରେ ଆବେଦନ ଫର୍ମ ଉପଲବ୍ଧ ହେବ ।
ଜୁନ୍ ୧୯ ଶୁକ୍ରବାର, ରାତ୍ର ୧୧.୪୫ ପର୍ଯ୍ୟନ୍ତ ଆବେଦନର ଶେଷ ତାରିଖ ରହିଛି । ଜୁନ୍ ୨୦ ତାରିଖ, ପୂର୍ବାହ୍ନ ୧୧ଟାରୁ ୧୧.୪୫ ପର୍ଯ୍ୟନ୍ତ ଯଦି ଆବଶ୍ୟକ ଥାଏ ତାହା ହେଲେ ସଂଶୋଧନ କରିହେବ । ଜୁନ୍ ୨୪ ତାରିଖ ବୁଧବାର ଆର୍ଡମିଟ୍ କାର୍ଡ ଉପଲବ୍ଧ ହେବ ।
ଏହା ପରେ ଜୁନ୍ ୨୮ ତାରିଖ ରବିବାର ଯୋଗ୍ୟତା ପରୀକ୍ଷା ଅନୁଷ୍ଠିତ ହେବ । ଜୁନ୍ ୨୯ ତାରିଖରେ ପ୍ରାରମ୍ଭିକ ଉତ୍ତର ପତ୍ର ପ୍ରକାଶ ପାଇବ । ଏହା ପରେ ଯୋଗ୍ୟ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରାଯିବ । ଏଥିପାଇଁ କୌଣସି ତାରିଖ ଘୋଷଣା କରାଯାଇ ନାହିଁ ।
ଯେଉଁ ୨୦୦ ଜଣ ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ କୋଚିଂ ଅନୁମତି ମିଳିବ ।




