ବିସିସିଆଇ ଚୟନ କମିଟିରେ ଆରମ୍ଭ ହେଲା ପ୍ରଜ୍ଞାନ ଯୁଗ, ରମେଶ ପାୱାର ହେଲେ ସାମିଲ୍
ନୂଆଦିଲ୍ଲୀ, ୧୯/୧୦ : ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ରେ ଓଡ଼ିଆ ପୁଅ ପ୍ରଜ୍ଞାନ ଓଝାଙ୍କୁ ବଡ଼ ଦାୟିତ୍ବ ମିଳିଛି। ପୁରୁଷ କ୍ରିକେଟ୍ ଟିମ୍ର ଚୟନ କମିଟିରେ ପ୍ରଜ୍ଞାନ ଓଝାଙ୍କୁ ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଭାବେ ଦାୟିତ୍ବ ଦେଇଛି।
ପୂର୍ବତନ ସ୍ପିନର ଅଜିତ ଆଗରକରଙ୍କ ସ୍ଥାନରେ ଦାୟିତ୍ବ ନେବେ। ଶ୍ରୀ ଓଝାଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତାଙ୍କର କ୍ୟାରିୟରରେ ସବୁଠାରୁ ଅଧିକ ଟେଷ୍ଟ ମ୍ୟାଚ୍ ଖେଳିଥିବା ବରିଷ୍ଠ ଖେଳାଳି ଆଧାରରେ ମିଳିଛି।
ବିସିସିଆଇର କ୍ରିକେଟ ପରାମର୍ଶଦାଦା କମିଟି (ସିଏସି))ରେ ସାମିଲ ଅଶୋକ ମାଲହୋତ୍ରା ଏବଂ ଜତିନ ପରାଂଜପେ ଚୟନ କମିଟିର ସଦସ୍ୟର ନିଯୁକ୍ତି ପାଇଁ ପ୍ରକ୍ରିୟା ପୂରା କରିଛନ୍ତି। ଉଭୟ ବିସିସିଆଇ ମୁଖ୍ୟାଳୟରେ ଆବେଦନକାରୀଙ୍କ ସ୍କ୍ରିନିଂ ଏବଂ ସାକ୍ଷାତକାର ପରେ ରମେଶ ପାୱାରଙ୍କ ନାମକୁ ସର୍ବସମ୍ମତିରେ ସୁପାରିସ କରିଛନ୍ତି।
ଏହା ପରେ ପୂର୍ବତନ କ୍ରିକେଟର ରମେଶ ପାୱାରଙ୍କୁ ଚୟନ କମିଟିର ନୂଆ ସଦସ୍ୟ ଭାବେ ସାମିଲ କରାଯାଇଥିଲା। ବୋର୍ଡ ପୂର୍ବତନ ସଭାପତି ଅଜିତ ଆଗରକରଙ୍କ କାର୍ୟ୍ୟକାଳକୁ ପ୍ରଶଂସା କରିଛି, ଯାହାଙ୍କର ନେତୃତ୍ବରେ ଭାରତୀୟ ଟିମ୍ ୩ଟି ଆଇସିସି ଟ୍ରଫି, ୨ଟି ଏସିଆ କପ ଚାମ୍ପିଅନ ଏବଂ ଏସୀୟ କ୍ରୀଡ଼ାର ସ୍ବର୍ଣ୍ଣ ପଦକ ଆଣି ଥିଲା। ନୂଆ କମିଟିରେ ଏବେ ପ୍ରଜ୍ଞାନ ଓଝା ଅଧ୍ୟକ୍ଷ ଭାବେ ଭୂମିକା ତୁଲାଇବେ।




