Odisha News

ବାଲିଗୁଡାରେ ୨୪ ଘଣ୍ଟିଆ ଔଷଧ ଦୋକାନ ବନ୍ଦ ସମ୍ପୂର୍ଣ୍ଣ ସଫଳ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୦/୫ : ଅଲ୍ ଇଣ୍ଡିଆ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ୨୦ ତାରିଖରେ ଦିଆଯାଇଥିବା ୨୪ ଘଣ୍ଟିଆ ଔଷଧ ଦୋକାନ ବନ୍ଦ ଡାକରାକୁ କନ୍ଧମାଳ ଜିଲ୍ଲା କେମିଷ୍ଟ ଓ ଡ୍ରଗିଷ୍ଟ ସଂଘ ପକ୍ଷରୁ ପୂର୍ଣ୍ଣ ସମର୍ଥନ ଜଣାଇ ବାଲିଗୁଡା ରେ ଥିବା ସମସ୍ତ ଔଷଧ ଦୋକାନ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା ।
ଔଷଧର ଅନଲାଇନ ବିକ୍ରୟ ବନ୍ଦ କରିବା, କର୍ପୋରେଟ ସଂସ୍ଥା ମାନଙ୍କ ଦ୍ୱାରା ଅତ୍ୟଧିକ ରିହାତି ପ୍ରଦାନକୁ ରୋକିବା ଏବଂ ବଜାରରୁ ନକଲି ଔଷଧକୁ ଦୂର କରିବା ଭଳି ତିନୋଟି ପ୍ରମୁଖ ଦାବିକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଥିଲା ।
ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ଏକ ବୈଠକ ସଂଘର ସଭାପତି ସୁଶାନ୍ତ କୁମାର ପଣ୍ଡା ଓ ସମ୍ପାଦକ ରାମଚନ୍ଦ୍ର ପାତ୍ରଙ୍କ ତତ୍ତ୍ୱାବଧାନରେ ବାଲିଗୁଡା ଠାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକାରିଣୀ ବୈଠକରେ ଜିଲ୍ଲାର ବିଭିନ୍ନ ସ୍ଥାନର କେମିଷ୍ଟମାନେ ଯୋଗଦେଇଥିଲେ ।
ଏହି ବନ୍ଦକୁ ସମ୍ପୂର୍ଣ୍ଣ ସଫଳ କରିଥିବା ଯୋଗୁଁ ସମସ୍ତ ଔଷଧ ବ୍ୟବସାୟୀଙ୍କ ସହ ଜନସାଧାରଣ ସହଯୋଗ କରିଥିବାରୁ କୃତଜ୍ଞତା ଜଣାଯାଇଛି ।

Related Posts