ବନ୍ୟାକୁ ନେଇ ସରକାର ହାଇ ଆଲର୍ଟ; ପ୍ରଭାବିତ ଜିଲ୍ଲାରେ କର୍ମଚାରୀଙ୍କ ଛୁଟି ବାତିଲ, କାଲି ସନ୍ଧ୍ୟାରେ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା
ଭୁକମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବନେଶ୍ୱର, ୨୯/୭ : ୬ ଜିଲ୍ଲା, ୪୪ ବ୍ଲକ, ୨ ଲକ୍ଷରୁ ଅଧିକ ଜୀବନ ବନ୍ୟା ଲାଗି ପ୍ରଭାବିତ ହୋଇଛନ୍ତି । ୨୨୬ ଗାଁ ଏବେବି ଜଳବନ୍ଦୀରେ ରହିଛି । କେନ୍ଦୁଝରରୁ ୩ ଜଣଙ୍କ ମୃତ୍ୟୁ ନେଇ ସୂଚନା ଆସିଛି । ବନ୍ୟା ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଭାବିତ ଲୋକଙ୍କ ପାଇଁ ଯାହା ଆବଶ୍ୟକ ଜିଲ୍ଲାପାଳ ମାନେ ନିଖୁଣ ଭାବରେ ଦାୟିତ୍ୱ ନିର୍ବାହ କରିଛନ୍ତି । ୩୦ ହଜାର ଲୋକ ସ୍ଥାନାନ୍ତରିତ ହୋଇଛନ୍ତି । ରିଲିଫ ସେଣ୍ଟରରେ ରନ୍ଧା ଖାଦ୍ୟରେ ବ୍ୟବସ୍ଥା, ଶିଶୁ ଖାଦ୍ୟ ବ୍ୟବସ୍ଥା କରାଯାଇଛି । ଏବେ ପାଣିର ଉଚ୍ଚତା କମିଛି । ବାଲେଶ୍ବରରେ ପାଣି କମିଛି ଲୋକ ଘରକୁ ଫେରିଛୁନ୍ତି । ସାପ କାମୁଡା ପାଇଁ ଇଞ୍ଜେକ୍ସନ ଏବଂ ଔଷଧ ବ୍ୟବସ୍ଥା କରାଯାଇଛି । ମହାନଦୀ ତଳ ମୁଣ୍ଡରେ ବର୍ଷା ଆରମ୍ଭ ହୋଇଛି । ବର୍ତ୍ତମାନ ହୀରାକୁଦରେ ୨ ଗେଟ ଖୋଲଛି । ହୀରାକୁଦରେ ଏବେ ୬୦୦ ଫୁଟ ପାଣି ଅଛି । ୬୨୦ ଫୁଟ ପର୍ୟ୍ୟନ୍ତ ପାଣି ରଖାଯିବ । ଆଗକୁ ୯ ଲକ୍ଷ କ୍ୟୁସେକ ପାଣି ଛଡ଼ାଯିବ । ତେଣୁ ତଳିଆ ଅଞ୍ଚଳରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ସେହିପରି ଯେଉଁଠି ମାନେ ରିଲିଫ ସେଣ୍ଟରକୁ ଆସି ନାହାନ୍ତି । ଶଖିଲା ଖାଦ୍ୟ ଦିଆଯାଉଛି । ଅନେକ ଘର କ୍ଷତିଗ୍ରସ୍ତ ହୋଇଛି ପଲିଥିନ ବଣ୍ଟାଯାଇଛି । କେନ୍ଦୁଝରରେ ପାଣି ନିଷ୍କାସନ କରିବା ବେଳେ ଜଣେ ଅଗ୍ନିଶମ କର୍ମଚାରୀଙ୍କୁ ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ରହି ବନ୍ୟା ସ୍ଥିତି ବାବଦରେ ଅବଗତ ହେଲେ । ପଶ୍ଚିମ ଓଡିଶା ଏବଂ ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡିକୁ ହାଇଆଲର୍ଟ ରଖିଛୁ । ସ୍ଥିତି ନିୟନ୍ତ୍ରଣଧୀନ ରହିଛି । ଗଣମାଧ୍ୟମ ନ୍ୟୁଜ ଦେଖି ସ୍ଥିତି ଉପରେ ନଜର ରଖିବାକୁ ଜଣେ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ନଦୀ ବନ୍ଧ ପାଇଁ ଅଧିକାରୀମାନଙ୍କୁ ଆଲର୍ଟ କରାଯାଇଛି । ସମ୍ବେଦନଶୀଳ ସ୍ଥାନରେ ପୋଲିସ ଏବଂ ଅଧିକାରୀ ମୁତୟନ ଅଛନ୍ତି । ଯଦି କେଉଁଠି କ୍ଷତି ହେଉଛି ସାଙ୍ଗେ ସାଙ୍ଗେ ବାଲି ବସ୍ତା ପକାଇବେ । ୬୦ଟି ଅଗ୍ନିଶମ ଟିମ ମୁତୟନ ଅଛନ୍ତି।




