ପ୍ରକାଶ ପାଇଲା ଓସିଏସ୍ -୨୦୨୪ ରେଜଲ୍ଟ, ବୁବୁନ ସାହୁ ଟପ୍ପର
ଭୁବନେଶ୍ୱର, ୨୬/୫ : ଓଡ଼ିଶାର ପ୍ରଶାସନିକ ସେବାକୁ ନେଇ ଅପେକ୍ଷାର ଅନ୍ତ ଘଟିଛି। ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ପରିଚାଳିତ OCS-୨୦୨୪ (ଓଡ଼ିଶା ସିଭିଲ ସର୍ଭିସ) ପରୀକ୍ଷାର ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇଛି। ଏଥିରେ ମୋଟ ୨୦୦ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇ ପ୍ରଶାସନିକ ସେବାରେ ପ୍ରବେଶ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।
ଏଥର ମେରିଟ୍ ତାଲିକାରେ ବୁବୁନ ସାହୁ ପ୍ରଥମ ସ୍ଥାନ ଅଧିକାର କରି ଟପ୍ପର ହୋଇଛନ୍ତି। ସେହିପରି ଶୋଭନା ମହାନ୍ତି ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଜିତମିତ୍ର ସାହୁ ତୃତୀୟ ସ୍ଥାନ ହାସଲ କରିଛନ୍ତି। ଚତୁର୍ଥ ସ୍ଥାନରେ କନକ ଜୈନ ଓ ପଞ୍ଚମ ସ୍ଥାନରେ ସଂଗ୍ରାମ ପ୍ରଧାନ ରହିଛନ୍ତି।
ଏହାଛଡ଼ା ଅମନ ଗୋୟଲ ଷଷ୍ଠ, ଶାନ୍ତନୁ କୁମାର ଶତପଥୀ ସପ୍ତମ, ନିତେଶ କୁମାର ବାରିକ ଅଷ୍ଟମ, ଶୀତଲ ପାତ୍ର ନବମ ଏବଂ ଈତିଶ୍ରୀ ଜେନା ଦଶମ ସ୍ଥାନ ଅଧିକାର କରିଛନ୍ତି।
ଫଳାଫଳ ପ୍ରକାଶ ପାଇବା ପରେ ସଫଳ ପ୍ରାର୍ଥୀଙ୍କ ମଧ୍ୟରେ ଉତ୍ସାହ ଓ ଖୁସିର ମାହୋଲ୍ ଦେଖିବାକୁ ମିଳିଛି। ଦୀର୍ଘଦିନର କଠିନ ପରିଶ୍ରମ ଓ ଅଧ୍ୟବସାୟର ଫଳ ପାଇଥିବା ଏହି ମେଧାବୀମାନେ ଏବେ ରାଜ୍ୟ ପ୍ରଶାସନର ଦାୟିତ୍ୱ ସମ୍ଭାଳିବା ପାଇଁ ପ୍ରସ୍ତୁତ।




