ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ରାଶି ପ୍ରଦାନ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୫/୩ : ବୌଦ୍ଧ ବ୍ଲକ ଟିକରପଡା ପଂଚାୟତ ଗୁଢ଼ୀଆଳି ଗ୍ରାମର ନନ୍ଦିନୀ ଦେହୁରୀ ମା ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ ହୋଇଥିଲେ ।
ଏହା ସହ ନିଜେ ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା କରିବା ସହ ସ୍ୱାମୀ ଦୁର୍ଲଭ ମଳିକଙ୍କ ନାମରେ ମଧ୍ୟ୍ୟ ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା କରିଥିଲେ ।
ଏଥିରେ ଟଙ୍କା ସ୍ୱାମୀଙ୍କ ଅକାଳ ମୃତ୍ୟୁ ହୋଇ ଯାଇଥିଲା । ବଘିଆପଡା ଭାରତୀୟ ଷ୍ଟେଟ ବ୍ୟାଙ୍କରେ ବ୍ୟାଙ୍କ ମିତ୍ର ସସ୍ମିତା ପ୍ରଧାନଙ୍କ ଜରିଆରେ ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନାରେ ୪୩୬ ଟଙ୍କା ବାନ୍ଧି ଏକ ପଲିସ କରିଥିଲେ ।
ଏଥିରେ ସ୍ୱାମୀଙ୍କ ମୃତ୍ୟୁ ପାଇଁ ନଦିନୀ ଦେହୁରୀକୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ୨ ଲକ୍ଷ ଟଙ୍କା ରାଶି ଚେକ ମାଧ୍ୟମରେ ପ୍ରଦାନ କରାଯାଇଛି ।
ବ୍ୟାଙ୍କ ପରିସରରେ ଶାଖା ପରିଚାଳକ ପ୍ରଦୀପ ମେହେର ଅତିଥି ଭାବେ ଯୋଗ ଦେଇ ଏହି ରାଶି ପ୍ରଦାନ କରିଥିଲେ । ଏହି ରାଶି ପ୍ରଦାନ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ବଘିଆପଡା ବ୍ୟାଙ୍କର କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶିଷ ଖାଁ, କ୍ୟାସ ଅଫିସର ଅନିକେତ ମହାପାତ୍ର,ଏକାଉଣ୍ଟେଣ୍ଡ ପ୍ରଶାନ୍ତ କୁମାର ଦାସ, ବ୍ୟାଙ୍କ ମିତ୍ର ସସ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।




