Odisha News

ପୁରୁଷୋତ୍ତମ ମାସ ଉପଲକ୍ଷେ ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୯/୫ : ପୁରୁଷୋତ୍ତମ ମାସ ଉପଲକ୍ଷେ କନ୍ଧମାଳ ଜିଲ୍ଲାର ବାଲିଗୁଡା ସ୍ଥିତ ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ସୌଜନ୍ୟରୁ ମନ୍ଦିର ପରିସରରେ ଏକ ମାସ ବ୍ୟାପୀ ଶ୍ରୀମଦ ଭାଗବତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଜାରି ରହିଛି।
ଚଳିତ ମାସ ୧୭ ତାରିଖରୁ ଆରମ୍ଭ ହୋଇଥିବା ପାରାୟଣ ଆସନ୍ତା ଜୁନ ମାସ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ସକାଳୁ ଭାଗବତ ପାରାୟଣ ଏବଂ ସନ୍ଧ୍ୟା ୭ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ବାବାଜୀ ଦଧୂବାମନ ଦାସ ମହାରାଜ ପ୍ରବଚକ ଭାବେ ଏବଂ ବ୍ୟାସ ଭାବେ ଭ୍ରମରବର ନାୟକ ଉପସ୍ଥିତ ରହି ପୁରୁଷୋତ୍ତମ ମାସ ଓ ଭାଗବତ ମହିମା ଉପରେ ପ୍ରବଚନ ଦିଆଯାଉଛି।
ସକାଳ ଓ ସନ୍ଧ୍ୟା କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଏହାକୁ ନେଇ ସମଗ୍ର ଅଞ୍ଚଳ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।
ଏଥିରେ ଦୟାନିଧୀ ଭାଇ, ବିଜୟ କୁମାର ଗୌଡ, ବିଜୟ କୁମାର ଅମାୟତ, ବିଶ୍ଵଜିତ ସାହୁ, ଗିତାଞ୍ଜଳି ମହାକୁଡ, ମେଘଭାଇ, ଧରଣୀବିର ଗୌଡ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯାଗ କରୁଛନ୍ତି ।
ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ବୋର୍ଡର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମକୁ ସଂଚାଳନ କରୁଛନ୍ତି।

Related Posts