ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ଆତ୍ମପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୮/୨: ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ଅଧ୍ୟକ୍ଷା ସ୍ମିତାରାଣି ରାଉତରାୟ ଏବଂ ପୋଗ୍ରାମ ସହସଂଯୋଜିକା ରଶ୍ମିତା ଭୁଜବଳଙ୍କ ତତ୍ୱାବଧାନରେ ଫେୃୟାରୀ ୫ ତାରିଖ ରୁ ୧୪ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୮ ଦିନ ଧରି ଆତ୍ମପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଟାଉନ ଥାନା ଆଇ ଆଇ ସି ରଶ୍ମିରଞ୍ଜନ ପ୍ରଧାନ ଏବଂ ଆଡସିନାଲ ଆଇ ଆଇ ସି ପଞ୍ଚାନନ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଜାମଣ୍ଡଳର ଅଧ୍ୟାପିକା କୃଷ୍ଣକୁମାରୀ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ଅଧ୍ୟକ୍ଷା ମହୋଦୟ ପିଲାମାନଙ୍କର ଶୈଷିକ ବିକାଶ ସହିତ ନିଜକୁ ରକ୍ଷା ଆବଶ୍ୟକତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ରଶ୍ମିରଞ୍ଜନ ପ୍ରଧାନ ମଧ୍ୟ ସମାଜ ରେ ଝିଅ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଘଟଣା ଉପରେ ଆଲୋଚନା କରି ପିଲା ମାନଙ୍କୁ ତାଙ୍କର ସୁବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ସଚେତନ କରିଥିଲେ ।
ଏଥିରେ ୨୫୦ ଜଣ +୩ ୧ମ ବର୍ଷ ର ଛାତ୍ରୀ ୫ଟି ଗ୍ରୁପ ରେ ଯୋଗ ଦେଇଥିଲେ । ପ୍ରଶିକ୍ଷକ ରିନାବାଳା ସ୍ୱାଇଁ ଏବଂ ଝିଲମିଲ୍ ସାହୁ ୮ ଦିନ ଧରି ନିୟମାବଳୀ ଅନୁସାରେ ସମସ୍ତ ପ୍ରଶିକ୍ଷକ ଦେଇଥିଲେ ।
ଶେଷରେ ଅଧ୍ୟକ୍ଷାଙ୍କ ସହିତ ମୁଖ୍ୟ ଅତିଥିମାନେ ପିଲାମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ । ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଶେଷରେ କାର୍ଯ୍ୟକ୍ରମ ସହସଂଯୋଜିକା ରଶ୍ମିତା ଭୁଜବଳ ଧନ୍ୟବାଦ ଅର୍ପଣ କରିଥିଲେ ।




