Odisha News

ଦିନ ଦ୍ୱିପହରରେ ଦୋକାନରୁ ୬୦,୦୦୦ ଟଙ୍କା ମୂଲ୍ୟର ନଗଦ ଟଙ୍କା ଲୁଟି ନେଲେ ୨ ଲୁଟେରା

ସୋର,୩୦/୩: ଜିନିଷ କିଣିଲେ। ଏହା ବଦଳରେ ଟଙ୍କା ବି ଦେଲେ। ହେଲେ ଏହାପରେ ଶହେ ଟଙ୍କା ବଦଳରେ ୨ଟି ୫୦ ଟଙ୍କା ମାଗିବା ବାହାନାରେ ଦୋକାନ ମାଲିକଙ୍କଠାରୁ ଲୁଟି ନେଲେ ୬୦ ହଜାରର ଟଙ୍କା । ଦୋକାନ ମାଲିକଙ୍କ ଉପସ୍ଥିତିରେ ତାଙ୍କ ଆଖି ସାମନାରେ କ୍ୟାସ୍ ବକ୍ସରେ ହାତ ପୁରେଇ ଲୁଟେରା ୫ଶହ ଟଙ୍କିଆ ବଣ୍ଡଲ ଲୁଟି ନେଇଥିବା ବେଳେ ଏହାର ଟେର ପାଇପାରିଲେନି ଦୋକାନୀ।
ଟଙ୍କା ଗାଏବ ନେଇ ଜାଣି ସିସିଟିଭି ଯାଞ୍ଚ କରିବା ପରେ ଯାହା ଦେଖିଲେ, ମୁଣ୍ଡରେ ହାତ ଦେବା ଛଡ଼ା ଆଉ କିଛି ବାଟ ନାହିଁ। ଏନେଇ ମାଲିକଜଣକ ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ବାଲେଶ୍ୱର ଜିଲ୍ଲା ସୋର ଥାନା ଆଶ୍ରମ ଛକ ନିକଟରେ ଥିବା ଲୁଗା ଦୋକାନରୁ ଏପରି ଅଭିନବ ଉପାୟରେ ହୋଇଛି ଲୁଟ୍। ଏହାର ଚିତ୍ର ସିସିଟିଭିରେ କଏଦ ହୋଇଛି ।
ସିସିଟିଭି ଫୁଟେଜ ଅନୁଯାୟୀ, ଶାଢୀ କିଣିବା ବାହାନାରେ ୨ ଲୁଟେରା ଆଶ୍ରମ ଛକ ନିକଟରେ ଥିବା ଲୁଗା ଦୋକାନକୁ ଯାଇଥିଲେ। ଲୁଗା କିଣା ବାବଦକୁ ୫ ଶହ ଟଙ୍କା ଦେଇଥିଲେ । ଦୋକାନି ଜଣକ ଶହେ ଟଙ୍କା ଫେରସ୍ତ କଲା ବେଳେ ଏହା ବଦଳରେ ୨ ଖଣ୍ଡ ୫୦ ଟଙ୍କିଆ ମାଗିଥିଲେ । ପରେ ଲୁଟେରାଜଣକ ଦୋକାନ କ୍ୟାସ୍ ବକ୍ସରେ ହାତ ପୁରାଇ ୫ଶହ ଟଙ୍କିଆ ବଣ୍ଡଲ କୌଶଳକ୍ରମେ ଉଠାଇ ସେଠାରୁ ଚାଲି ଯାଇଥିଲେ ।
କ୍ୟାସ ପେଢିରେ ୬୦ ହଜାର ଟଙ୍କା ନ ଥିବା ଦେଖି ଦୋକାନୀ ସିସିଟିଭି ଯାଞ୍ଚ କରିଥିଲେ। ଏହାପରେ ଯୁବକଦ୍ୱୟ ଟଙ୍କା ଲୁଟି ନେଇଥିବା ଜାଣି ମାଲିକ ଅମିତାଭ ଅଗ୍ରଓ୍ୱାଲ ସୋର ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ମିଳିପାରିନି ଲୁଟେରାଙ୍କ ପତ୍ତା ।

Related Posts

Seo wordpress plugin by www.seowizard.org.