Odisha News

ଜିଲ୍ଳାରୁ ଦ୍ଵିତୀୟ ଥର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବା ପାଇଁ ମନୋନୀତ ହେଲେ ହିନ୍ଦୀ ଶିକ୍ଷକ ରାଜେଶ ମେହେର

କ୍ରିଷ୍ନପଦୋ ରାୟଙ୍କ ରିପୋର୍ଟ
ମାଲକାନଗିରି,୬/୧୧ : ମାଲକାନଗିରି ସଦର ବ୍ଲକ୍ ଅନ୍ତର୍ଗତ କୃଶିୱାଡ଼ା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ରାଜେଶ କୁମାର ମେହେର ।
୨୦୨୫-୨୬ ଶିକ୍ଷାବର୍ଷ ପାଇଁ ତୃତୀୟ ଭାଷା ବର୍ଗରେ ଜିଲ୍ଲା ସ୍ତରୀୟ ମୁଖମନ୍ତ୍ର ଶିକ୍ଷା ପୁରସ୍କାର ନିମନ୍ତେ ମନୋନୀତ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ କି, ସେ ଲଗାତାର ଦ୍ଵିତୀୟ ଥର ପାଇଁ ଏହି ପୁରସ୍କାର ପାଇବାକୁ ଯାଉଛନ୍ତି।
ଚଳିତ ନଭେମ୍ବର ୧୦ ତାରିଖରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ରାଜେଶ କୁମାର ମେହେର ଜଣେ କର୍ତ୍ତବ୍ୟନିଷ୍ଠ ତଥା ଛାତ୍ରବତ୍ସଳ ଶିକ୍ଷକ ଭାବେ ସମଗ୍ର ଜିଲ୍ଲାରେ ପରିଚିତ ।
ହିନ୍ଦୀ ଶିକ୍ଷାଦାନ କ୍ଷେତ୍ରରେ ତାଙ୍କର ଦକ୍ଷତା ଓ ନିଆରା ଶିକ୍ଷାଦାନ ପଦ୍ଧତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ହିନ୍ଦୀ ଭାଷା ପ୍ରତି ଆଗ୍ରହ ସୃଷ୍ଟି କରିବା ସହ ଏହି ବିଷୟକୁ ସହଜ, ସରଳ କରିପାରିଛି । ୨୦୨୫-୨୬ ଶିକ୍ଷାବର୍ଷ ରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ହିନ୍ଦୀ ବିଷୟରେ ୫ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ସଫଳତା ହାସଲ କରିଥିବା ବେଳେ ଅଧିକାଂଶ ଛାତ୍ରଛାତ୍ରୀ ୮୦ ପ୍ରତିଶତରୁ ଅଧିକ ନମ୍ବର ରଖୁଥିଲେ ।
ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ମୃତିକା ସୁକୁଲ ତାଙ୍କୁ ପ୍ରଶଂସା କରିବା ସହ ବିଦ୍ୟାଳୟର ଅନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

Related Posts