Bollywood

ଛାଡ଼ପତ୍ର ଚର୍ଚ୍ଚା ଭିତରେ ସାନିଆ-ସୋଏବଙ୍କ ବଡ଼ ଘୋଷଣା

ମୁମ୍ଵାଇ ୧୩/୧୧: କ୍ରୀଡ଼ା ଜଗତର ଷ୍ଟାର କପଲ୍ ସାନିଆଛାଡ଼ପତ୍ର ଚର୍ଚ୍ଚା ଭିତରେ ସାନିଆ-ସୋଏବଙ୍କ ବଡ଼ ଘୋଷଣା-ଶୋଏବ । ଦୁହିଁଙ୍କ ଛାଡପତ୍ରକୁ ଖୁବ୍ ଚର୍ଚ୍ଚା। କୁହାଯାଉଛି କି ଉଭୟ ଅଲଗା ହୋଇ ସାରିଛନ୍ତି।
ସେମାନଙ୍କ ଛାଡପତ୍ର ଖବର ଇଣ୍ଟରନେଟରେ ଏକ ହଇଚଇ ସୃଷ୍ଟି କରିଥିଲା। କିନ୍ତୁ ଦୁହେଁ ସେମାନଙ୍କ ଛାଡପତ୍ର ବିଷୟରେ କୌଣସି ନିଶ୍ଚିତତା କରିନାହାନ୍ତି। ଏହି ସମୟରେ, ବର୍ତ୍ତମାନ ଏପରି ସୂଚନା ସାମ୍ନାକୁ ଆସିଛି। ଯାହାକୁ ଶୁଣିଲା ପରେ ସମସ୍ତେ ଆଶ୍ଚର‌୍ୟ୍ୟ ହୋଇଯାଇଛନ୍ତି। ପ୍ରଶଂସକମାନେ ଏକ ଦୀର୍ଘ ନିଶ୍ଵାସ ନେବା ସହ ଅନ୍ୟ କେହି କହୁଛନ୍ତି ଏହା ପବ୍ଲିସିଟି ଷ୍ଟଣ୍ଟ ।
ନିକଟରେ ପାକିସ୍ତାନୀ ଗଣମାଧ୍ୟମରୁ ଖବର ଆସିଥିଲା ଯେ ସାନିଆ ଏବଂ ଶୋଏବ ମଧ୍ୟରେ ସବୁକିଛି ଠିକ୍ ଚାଲିନାହିଁ। ତା’ପରେ ସାନିଆ ମିର୍ଜାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଭାଇରାଲ୍ ହୋଇଥିଲା।
ଏହି ପୋଷ୍ଟରେ ସେ ହୃଦୟ ଭାଙ୍ଗିଯାଇଥିବା କଥା ସୂଚାଇ ଥିଲେ। ଏହି ଖବର ମଧ୍ୟରେ ସାମ୍ନାକୁ ଆସିଛି ସେମାନଙ୍କର ନୂତନ ଶୋ ‘ଦି ମିର୍ଜା ମଲିକ୍ ଶୋ । ଫ୍ଲିକ୍ସ ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ‘ଦ ମିର୍ଜା ମଲିକ ଶୋ’ର ପୋଷ୍ଟର ସେୟାର କରାଯାଇଛି।
ଏହି ପୋଷ୍ଟରେ ଶୋ’ର ରିଲିଜ୍ ବିଷୟରେ ଏକ ଅପଡେଟ୍ ଦେଇଛନ୍ତି। ଏହି ପୋଷ୍ଟରରେ ସାନିଆ ଏବଂ ଶୋଏବ ଏକାଠି ନଜର ଆସିଛନ୍ତି। ଏହା ବ୍ୟତୀତ କ୍ୟାପସନରେ ଏହା ଲେଖାଯାଇଛି- ‘ମିର୍ଜା ମଲିକ୍ ଶୋ’ ଖୁବ୍ ଶୀଘ୍ର ଉର୍ଦ୍ଦୁଲିକ୍ସରେ ରିଲିଜ୍ ହେବାକୁ ଯାଉଛି। ବର୍ତ୍ତମାନ ତାଙ୍କର ନୂତନ ଶୋ’ର ଖବର ସହିତ କିଛି ଲୋକ କମେଣ୍ଟ ବକ୍ସରେ ନିଜର ଖୁସି ବ୍ୟକ୍ତ କରୁଛନ୍ତି ତ ଆଉ କେହି କେହି ସେମାନଙ୍କ ଛାଡପତ୍ରକୁ ଗୁଜବ କହି ପ୍ରଚାର ପ୍ରସାର କରୁଛନ୍ତି ବୋଲି କହିଥିଲେ

Related Posts

Seo wordpress plugin by www.seowizard.org.