Odisha News

ଗୁଣାତ୍ମକ ବିଜୁଳି ସେବାକୁ ଟିପିଏନଓଡିଏଲର ଗୁରୁତ୍ଵ ଗ୍ରୀଷ୍ମରେ ଚାହିଦା ପୂରଣ ଓ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଇବାକୁ ପ୍ରୟାସ

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ବର, ୫/୪ : ଟିପି ନର୍ଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ପକ୍ଷରୁ ଗ୍ରୀଷ୍ମ ଋତୁରେ ଉପଭୋକ୍ତାଙ୍କୁ ନିରନ୍ତର ଓ ଗୁଣାତ୍ମକ ବିଜୁଳି ସେବା ଯୋଗାଇବା ପାଇଁ ବଳିଷ୍ଠ ପଦକ୍ଷେପ ଗ୍ରହଣ କରାଯାଇଛି ।
ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଶୀର୍ଷ ଚାହିଦା ୧୩୯୩ ମେଗାୱାଟ୍ ହେବା ନେଇ ଟିପିଏନଓଡିଏଲ ଆକଳନ କରିବା ସହ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଜାରି ରଖିଛି।
ମିଳିଥିବା ସୂଚନା ମୁତାବକ ୩୩ କେଭି, ୧୧ କେଭି ତାର, ଟ୍ରାନ୍ସଫରମର୍ର ପ୍ରତିଷେଧମୂଳକ ଓ ବିଭ୍ରାଟ ଜନିତ ରକ୍ଷଣାବେକ୍ଷଣ ଓ ଫ୍ୟୁଜ୍ କଲ୍ ଅଭିଯୋଗର ତ୍ୱରିତ ମୁକାବିଲା ଏବଂ ସବଷ୍ଟେସନଗୁଡ଼ିକର ବାର୍ଷିକ ରକ୍ଷଣାବେକ୍ଷଣ ଚୁକ୍ତି ପାଇଁ ଟିପିଏନ୍‌ଓଡିଏଲ୍ ପକ୍ଷରୁ ବିଜନେସ୍ ଆସୋସିଏଟସ୍‌ମାନଙ୍କୁ ନିଯୁକ୍ତ କରାଯାଇଛି ।
ସେହିପରି ଚବିଶ ଘଂଟିଆ ପିଏସ୍‌ସିସି କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ ଭାବେ ପରିଚାଳନା ସାଙ୍ଗକୁ ଏକ ଉତ୍ସର୍ଗୀକୃତ ୨୪ ଘଂଟିଆ କଲ୍ ସେଂଟର ସ୍ଥାପନ କରାଯାଇଛି।
ସ୍ଥାନୀୟ ଟିମ୍ ଓ ବାଲେଶ୍ୱର ପିଏସ୍‌ସିସିର ମୁଖ୍ୟ ନିୟନ୍ତ୍ରଣ କକ୍ଷ ସହ ସମନ୍ୱୟ ରକ୍ଷା କରିବା ପାଇଁ ସର୍କଲ୍ ଓ ଡିଭିଜନ ସ୍ତରୀୟ ନିୟନ୍ତ୍ରଣ କକ୍ଷ ସ୍ଥାପନ ମଧ୍ୟ କରାଯାଇଛି ।
୧୧ କେଭି ଓ ଏଲ୍‌ଟି ତାରର ରକ୍ଷଣାବେକ୍ଷଣ ପାଇଁ ଏଏମ୍‌ସି ଅଧୀନରେ ୨୫୮ ଯାନ ସହିତ ୭୪୬୪ ବିଏ କର୍ମଚାରୀଙ୍କୁ ସହରାଞ୍ଚଳରେ ୨୪ ଘଣ୍ଟା ଏବଂ ଗ୍ରାମାଞ୍ଚଳରେ ୧୨ଘଣ୍ଟା ପାଇଁ ନିୟୋଜନ କରାଯାଇଛି।
ପିଏସ୍‌ଏସ୍ ଓ ୩୩ କେଭି ଲାଇନ୍ର ରକ୍ଷଣାବେକ୍ଷଣ ଲାଗି ଅତିରିକ୍ତ ଯାନ ସହିତ ବିଏ କର୍ମଚାରୀ ମଧ୍ୟ ମୂତୟନ କରାଯାଇଛି।
ଜରୁଜିକାଳୀନ ସ୍ଥିତି ପାଇଁ ଡିଜି ସେଟ ବ୍ୟବସ୍ଥା ସାଙ୍ଗକୁ ଯେକୌଣସି ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ଉପକରଣର ଏକ ସ୍ୱତନ୍ତ୍ର ଭଣ୍ଡାର ସ୍ଥାପନ କରାଯାଇଛି।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଜନସ୍ବାସ୍ଥ୍ୟ କେନ୍ଦ୍ରକୁ ଅଗ୍ରାଧିକାର ଭିତ୍ତିରେ ବିଦ୍ୟୁତ୍ ଯୋଗାଣ ସ୍ବାଭାବିକ କରିବା, ଜରୁରୀକାଳୀନ ସମୟରେ ଓସଡମା ସହ ସମ୍ପର୍କ ସ୍ଥାପନର ବ୍ୟବସ୍ଥା ସାଙ୍ଗକୁ ସୁରକ୍ଷା କ୍ଷେତ୍ରରେ ମଧ୍ୟ ବ୍ୟାପକ ପ୍ରସ୍ତୁତି ହୋଇଛି।
ତେବେ ଗ୍ରୀଷ୍ମ ପ୍ରବାହରେ ଶୀର୍ଷ ବିଜୁଳି ଚାହିଦା ମେଣ୍ଟାଇବା ଲାଗି ସବୁ କ୍ଷେତ୍ରରେ ସମ୍ପୂର୍ଣ ପ୍ରସ୍ତୁତ ଓ ନିରବଚ୍ଛିନ୍ନ ବିଜୁଳି ଯୋଗାଇବା ଲାଗି ସମସ୍ତ ପ୍ରସ୍ତୁତି ଜାରି ରଖିଥିବା ଟିପିଏନଓଡିଏଲ ପକ୍ଷରୁ କୁହାଯାଇଛି ।
ସାଂପ୍ରତିକ ଗ୍ରୀଷ୍ମ ପ୍ରବାହର ପ୍ରତିକୂଳ ସ୍ଥିତିରେ ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ବିଜୁଳି ସେବା ଯୋଗାଇବା ପାଇଁ ନିୟୋଜିତ ହୋଇଥିବା କର୍ମଚାରୀମାନଙ୍କର ସୁରକ୍ଷା ଓ ସ୍ୱାସ୍ଥ୍ୟବସ୍ଥାକୁ ମଧ୍ୟ ଟିପିଏନଓଡିଏଲ୍ ଗୁରୁତ୍ଵ ଦେଉଛି।

Related Posts

Seo wordpress plugin by www.seowizard.org.