Odisha News

ଗତକାଲି ରାତିରେ ଚୋରୀ କରିଥିବା ଅଭିଯୁକ୍ତ ଆଜି ଗିରଫ

ଗୁଲାମ୍ ଗସ୍‌ଙ୍କ ରିପୋର୍ଟ
ଯାଜପୁର , ୧୧ / ୭ : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଜାରକା ଗୋପବନ୍ଧୁ ନଗରରେ ଜଣେ ବ୍ୟକ୍ତିଙ୍କ ଘରୁ ୫ଲକ୍ଷ ଟଙ୍କା ଚୋରୀ କରି ଫେରାର ହୋଇଯାଇଥିବା ଦୁର୍ବୁତକୁ ପୁଲିସ ଗିରଫ କରିବା ସହ ତାନିକଟରୁ ୪ଲକ୍ଷ ୧୯ ହଜାର ଟଙ୍କା ଜବତ କରିଛି ।
ସୂଚନା ମୁତାବକ ଏହି ଥାନା ସୁନ୍ଦୁରିଆ ଗ୍ରାମର ଔଷଧ ବ୍ୟବସାୟୀ ଶରତ କୁମାର ଦାସ ଜାରକା ଗୋପବନ୍ଧୁ ନଗରରେ କିଛି ବର୍ଷ ହେଲା ଘର କରି ସେଠାରେ ରହିବା ସହ ଔଷଧ ହୋଲସେଲିଙ୍ଗ ବ୍ୟବସାୟ କରୁଛନ୍ତି ।
ଗତକାଲି ସନ୍ଧ୍ୟାରେ ଏକ ବିବାହ ଭୋଜିରେ ଯୋଗଦେବା ଲାଗି ଶରତ ସମେତ ପରିବାର ଲୋକେ ଘରେ ତାଲା ପକାଇ ଛତିଆ ଅଂଚଳକୁ ଯାଇଥିଲେ ।
ତେବେ ରାତି ୧୧ଟାରେ ଶରତ ପରିବାର ସହ ଘରକୁ ଫେରି ଦେଖନ୍ତିତ ତାଙ୍କର ପାଇଖାନା ଘର ଝରକା ଭଙ୍ଗାଯାଇଛି ଏବଂ ଟେବୁଲ ଡ୍ରୟର ଖୋଲା ରହିଛି ଏବଂ ସେଥିରେ ଥିବା ୫ ଲକ୍ଷ ଟଙ୍କା ଚୋରୀ ହୋଇଥିବା ଜାଣିବାକୁ ପାଇଥିଲେ ।
ଏନେଇ ଶରତ ଆଜି ସକାଳେ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ୨୮୦/୨୬ରେ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଆଜି ଏହି ଥାନା ନିଳାଦେଇପୁର ଗ୍ରାମର ଚନ୍ଦନ ବେହେରାଙ୍କ ପୁଅ ଅଭିଯୁକ୍ତ ବବୁଲ ବେହେରା(୨୦)କୁ ଗିରଫ କରିବା ସହ ତା ନିକଟରୁ ନଗଦ ୪ ଲକ୍ଷ ୧୯ ହଜାର ୬୫୦ ଟଙ୍କା , ଅଭିଯୁକ୍ତ କିଣିଥିବା ୩୦ ହଜାର ଟଙ୍କା ମୁଲ୍ୟର ଏକ ଭିବୋ ନୁଆ ମୋବଲ ଫୋନ, ୫୦ ହଜାର ଟଙ୍କା ମୁଲ୍ୟର ଏକ ନୁଆ ଓପୋ ଫୋନ ଓ ଏକ ଟଚପ୍ୟାଡ ମୋବାଇଲ ଜବତ କରିଛି ।
ମିଳିଥିବା ସୂଚନା ମୁତାବକ ଅଭିଯୁକ୍ତ ବବୁଲ ବେହେରାର ମା ଶରତ ଦାସଙ୍କ ଘରେ କାମ କରୁଥିବା ବେଳେ ବହୁ ସମୟରେ ଯୁବକ ଜଣକ ତାଙ୍କ ଘରକୁ ଆସିଥାଏ ।
ଗତକାଲି ଘରେ କେହି ନଥିବାର ସୁରାଗ ପାଇବା ପରେ ଯୁବକ ଜଣକ ପାଇଖାନା ଝରକା ଭାଙ୍ଗି ଘରେ ପସି ଡ୍ରୟରରୁ ୫ ଲକ୍ଷ ଟଙ୍କା ଚୋରୀ କରିନେଇଥିବା ଆଜି ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯାଜପୁର ରୋଡ ଡିଏସପି ଶରତ ଚନ୍ଦ୍ର ପାତ୍ର ସୂଚନ ଦେଇ କହିଛନ୍ତି ।
ତେବେ ଅଭିଯୋଗ ପାଇବା ପରେ ତୁରନ୍ତ ଧର୍ମଶାଳା ଥାନା ଅଧିକାରୀ ଚିନ୍ମୟୀ ସାହୁ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବା ସହ ତା ନିକଟରୁ ଟଙ୍କା ଓ ମୋବାଲ ଜବତ କରିଥିବାରୁ ଥାନାଅଧିକାରୀଙ୍କୁ ସାଧାରଣରେ ପ୍ରଶଂସା କରାଯାଇଛି ।

Related Posts