ଗଜପତି : ଜୈବିକ ଖତ ବିକ୍ରୟ କେନ୍ଦ୍ର ଉଦଘାଟିତ
ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୩/୬ : ଗଜପତି ଜିଲ୍ଲା କାଶୀନଗର ବ୍ଲକ୍ ଅନ୍ତର୍ଗତ ଖକ୍ଷରଡ଼ା ସ୍ଥିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲା କୃଷି ବିଭାଗର ଶ୍ରୀ ଅନ୍ନ ଅଭିଯାନ ପ୍ରକଳ୍ପ ଅନ୍ତର୍ଗତର ଆର୍ଥିକ ସହାୟତାରେ ଖାରଡା ଗ୍ରାମର “ମା ଭବାନୀ ସ୍ୱୟଂ ସହାୟିକା ଗୋଷ୍ଠି” ସହଯୋଗରେ ଜୈବିକ ଖତ ବିକ୍ରୟ କେନ୍ଦ୍ର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ବ୍ଲକ ସଂଯୋଜକ ଶ୍ରୀ ଲାବନ ରଇତ ଶକ୍ତି – କାଶୀନଗର , ଜିଲ୍ଲା ଅତିରିକ୍ତ ସଂଯୋଜକ ଶ୍ରୀ ଗଗନ ପାଲ , ଜିଲ୍ଲା ୟା.ପି:- ସୁଶ୍ରୀ ଶ୍ରୀ ଶର୍ମିଷ୍ଠା ମିଶ୍ର (ୱାସନ )ଗଜପତି , ସରପଞ୍ଚ ଶ୍ରୀ ଅଖିଳ କୁମାର ପାତ୍ର , ବ୍ଲକ ସଂଯୋଜକ ଶ୍ରୀ ହୃଷିକେଶ ପଣ୍ଡା , ଅତିରିକ୍ତ ବ୍ଲକ ସଂଯୋଜକ ଶ୍ରୀ ଗୁରୁନାଥ ଭୂୟାଁ କାଶୀନଗର ପ୍ରମୁଖଙ୍କ ଉପସ୍ଥିତିରେ ସଂଯୋଜକ ସି.ସି.ଡି , ସଂସ୍ଥା ପାରଳାଖେମୁଣ୍ଡି ଓ ଶ୍ରୀ ଅନ୍ନ ଅଭିଯାନ ର ଆର୍ଥିକ ସହାୟତା କରା ଯାଇଥିଲା ।
କାର୍ଯ୍ୟକ୍ରମରେ ବ୍ଲକ ସଂଯୋଜକ ଶ୍ରୀ ହୃଷିକେଶ ପଣ୍ଡା “ବିଷ ମୁକ୍ତ ଚାଷ” ପାଇଁ ଜୈବିକ ଖତର ଆଵଶ୍ୟକତା , ଆର୍ଥିକ ଲାଭ ଓ ପରିବେଶ ସୁରକ୍ଷା ରେ ଏହାର ଭୂମିକା ଉପରେ ଆଲୋଚନା କରିଥିଲେ।
ଏଥିସହ ବିଭିନ୍ନ ଜୈବିକ ଖତ ଓ ସାର ଯଥା:- ହାଣ୍ଡି ଖତ , ଜିବାମୃତ , ବୀଜମୃତ ହଦରୀ ଓ ଅମୃତ ଜଳ ର ବ୍ୟବହାର ଓ ଉପକାର ବିଷୟରେ ଅବଗତ କରାଇବା ସହ ହାଣ୍ଡି ଖତ ର ପ୍ରସ୍ତୁତି କାରାଇଥିଲେ ।
ଜିଲ୍ଲା ଅତିରିକ୍ତ ସଂଯୋଜକ ଶ୍ରୀ ଗଗନ ବିହାରୀ ପାଲ , ଜୈବିକ ଖତ ଓ ସାର ବଜାରିକରଣ ବିଷୟରେ ଧାରଣା ଦେଇଥିବା ବେଳେ ଜିଲ୍ଲା ୟା.ପି:- ସୁଶ୍ରୀ ଶ୍ରୀ ଶର୍ମିଷ୍ଠା ମିଶ୍ର ଆର୍ଥିକ ପ୍ରୋତ୍ସାହନ ର ପରିଚାଳନା ବିଷୟରେ ଗୁରୁତ୍ୱାରୋପ କରିଥିଲେ ।
କାର୍ଯ୍ୟକ୍ରମ ଅବସରରେ ଜୈବିକ ଖତ ଓ ସାର ପ୍ରସ୍ତୁତି , ବ୍ୟବହାର ଓ ତାର ଉପକାରିତା ବିଷୟରେ ଏକ ପାମ୍ପଲେଟ ମଧ୍ୟ ଅତିରିକ୍ତ ବ୍ଲକ ସଂଯୋଜକ ଶ୍ରୀ ଗୁରୁନାଥ ଭୂୟାଁ ବଣ୍ଟନ କରିଥିଲେ ।
ସ୍ଥାନୀୟ ସରପାଞ୍ଚ ଶ୍ରୀ ଅଖିଳ କୁମାର ପାତ୍ର ପଞ୍ଚାୟତ ସ୍ତରରେ ଜୈବିକ ଖତ ଓ ସାରର ପ୍ରସାର କରିବା ପାଇଁ ପ୍ରତିଶୃତି ଦେଇଥିଲେ ।
ବ୍ଲକ ସଂଯୋଜକ ଶ୍ରୀ ଲାବନ ରଇତ, ମିଶନ ଶକ୍ତି , ମା ଭବାନୀ ସ୍ୱୟଂ ସହାୟକ ଗୋଷ୍ଠି ଭଲ ବ୍ୟବସାୟ କରି ଅଧିକ ଲାଭବାନ ସହ ବ୍ଲକ ସ୍ତରରେ ଏକ ଉଦାହରଣ ହେବାପାଇଁ ବିଶେଷ ଧ୍ୟାନ ଦେବାକୁ କହିଥିଲେ ।
ମ.ବୀ.କେ. ଶ୍ରୀମତୀ ମମତା ଦିଦି ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।




