ଖୋରଧା ଜିଲ୍ଲା ଷଷ୍ଠ ଜିଲ୍ଲା ପରିଷଦର ଷଷ୍ଠ ସାଧାରଣ ବୈଠକ ଅନୁଷ୍ଠିତ
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୩/୬ : ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସଭା ଗୃହରେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ରୂପଶ୍ରୀ ରାଣୀ ଗୁମାନସିଂଙ୍କ ଅଧ୍ୟକ୍ଷତାରେ ଖୋରଧା ଜିଲ୍ଲା ଷଷ୍ଠ ଜିଲ୍ଲା ପରିଷଦର ଷଷ୍ଠ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି ।
ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପରେ ସମସ୍ତ ଅତିଥି ମାନଙ୍କୁ ଉତ୍ତରୀୟ ଓ ଫୁଲ ଚାରା କୁଣ୍ଡ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ବୈଠକର ସଭାପତି ଶ୍ରୀମତୀ ରୂପଶ୍ରୀ ରାଣୀ ଗୁମାନସିଂହ ଙ୍କ ଅଭିଭାଷଣ ପରେ ପୂର୍ବ ବୈଠକର ବିବରଣୀକୁ ଆଲୋଚନା କ୍ରମେ ଦୃଢ଼ୀକରଣ କରାଯାଇଥିଲା ।
ବୈଠକରେ ମାନ୍ୟବର ବିଧାୟକ ଖୋରଧା ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦ୍ଦେବ ଯୋଗଦେଇ କହିଲେ ଖୋରଧା ଜିଲ୍ଲା ବିକଶିତ ଓଡିଶା ଓ ବିକଶିତ ଭାରତର ପ୍ରମୁଖ ଅଙ୍ଗ ଭାବେ ପରିଚିତ କରାଇବା ନିମନ୍ତେ ସମସ୍ତ ଜନ ପ୍ରତିନିଧି ଦଳମତ ନିର୍ବିଶେଷରେ ଏକାଠି ହୋଇ କାର୍ଯ୍ୟ କରିବାକୁ ଆହ୍ଵାନ ଦେଇଥିଲେ ।
ଶ୍ରୀଯୁକ୍ତ ଜଗଦ୍ଦେବ କହିଥିଲେ ଖୋରଧା ଜିଲ୍ଲା ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ଅଗ୍ରଣୀ ଭୂମିକା ନିର୍ବାହ କରିବାରେ ଆଗକୁ ବଢି ଚାଲିଛି ଯାହା ଆମ ପାଇଁ ଗୌରବ ।
ସମସ୍ତ ଅଧିକାରୀ ବିଭିନ ପ୍ରକଳ୍ପ ପ୍ରସ୍ତାବ ସୁପାରିଶ ସମୟରେ ଜନ ପ୍ରତିନିଧି ମାନଙ୍କ ସହ ଆଲୋଚନା କରନ୍ତୁ ଏବଂ ବିଧିବଦ୍ଧ ସରକାରଙ୍କ ନିୟମ ଅନୁସାରେ ତ୍ୱରାନ୍ୱିତ ଭାବେ କାର୍ଯ୍ୟ କରନ୍ତୁ । ବୈଠକରେ ମାନ୍ୟବର ବିଧାୟକ ବେଗୁନିଆ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ଯୋଗଦେଇ କହିଲେ ସରକାରୀ ଅଧିକାରୀ ଓ ଜନପ୍ରତିନିଧି ପରସ୍ପର ସମନ୍ୱୟ ରକ୍ଷା କରି ଜିଲ୍ଲାର ବିକାଶ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଖୋରଧା ଜିଲ୍ଲାର ସମ୍ମାନକୁ ଅକ୍ଷୁର୍ଣ୍ଣ ରଖିବାକୁ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ବିଧାୟକ ଶ୍ରୀଯୁକ୍ତ ସାହୁ ନିଜ ଅଞ୍ଚଳର ବିଦ୍ୟୁତ ସରବରାହରେ ଲୋ ଭୋଲ୍ଟେଜ,ବିଦ୍ୟୁତ କାଟ ଏବଂ ନଳକୂପ ଖନନ ଦିଗରେ ଗୁରୁତ୍ୱାରୋପ କରିଥିଲେ ।
ମାନ୍ୟବର ବିଧାୟକ ଜୟଦେବ ଶ୍ରୀଯୁକ୍ତ ନବକିଶୋର ମଲ୍ଲିକ ଯୋଗଦେଇ କହିଲେ ଯେ ପ୍ରଶାସନ ଓ ପ୍ରତିନିଧି ନିଜ ଅଂଚଳର ବିକାଶ ଏବଂ ଜିଲ୍ଲାର ବିକାଶ ପାଇଁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।
ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଅମ୍ରିତ୍ ଋତୁରାଜ କହିଲେ ଯେ ପଂଚାୟତ ସମିତି ଅଧ୍ୟକ୍ଷ ଅଧ୍ୟକ୍ଷା ଏବଂ ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା ନିଜ ନିଜ ଅଂଚଳରେ ଥିବା ସମସ୍ୟା ଉପରେ ପ୍ରକଳ୍ପ ଗୁଡ଼ିକୁ କାର୍ଯ୍ୟ କରିବା ନିମନ୍ତେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ପ୍ରସ୍ତାବ ଦେବାକୁ ପରାମର୍ଶ ଦେଇଥିଲେ ।
ଉକ୍ତ ପରାମର୍ଶ ଗୁଡିକୁ ସଂପୃକ୍ତ ବିଡ଼ିଓ ଓ ସମ୍ପୃକ୍ତ ଅଧିକାରୀ ପ୍ରସ୍ତାବ ଗୁଡିକର କାର୍ଯ୍ୟକାରିତା ଉପରେ ଅନୁଧ୍ୟାନ କରି ଅନୁମୋଦନ ନିମନ୍ତେ ଜିଲ୍ଲା ପରିଷଦକୁ ପଠାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ବୋଲଗଡ ବ୍ଲକ ର ୨୭ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ନିଜ ଅଞ୍ଚଳର ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ବୈଠକରେ ପ୍ରସ୍ତାବ ଆଗତ କରିଥିଲେ ।
ସେହିପରି ଚିଲିକା ବ୍ଲକ ର ଚାରି ନମ୍ବର ଜୋନ ର ଜିଲ୍ଲା ପରିଷଦ ସଦସ୍ୟା,ନାଚୁଣୀରେ ନଳକୂପ ଖନନ, ଖୋରଧା ବ୍ଲକ ର ୭ ନମ୍ବର ଜିଲାପରିଷଦ ଜୋନ୍ ର ଜିଲ୍ଲା ପରିଷଦ ସଦସ୍ୟା ଛତାବର ବଜାର, ଓ ଗଙ୍ଗପଡା ସ୍କୁଲ ଆଦିରେ ନଳକୂପ ଖନନ ପାଇଁ ପ୍ରସ୍ତାବ ମାନ ଆଗତ କରିଥିଲେ ।
ଏହି କ୍ରମେ ମାନ୍ୟବର ବିଧାୟକ ଖୋରଧା ଶ୍ରୀଯୁକ୍ତ ଜଗଦ୍ଦେବ କହିଲେ ଅଗ୍ରାଧିକାର ଭିତ୍ତିରେ ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା ୪ ଗୋଟି ନଳ କୂପର ପ୍ରସ୍ତାବ ଦେବାକୁ ପରାମର୍ଶ ଦେଇଥିଲେ । ମାନ୍ୟବର ଜୟଦେବ ବିଧାୟକ ଶ୍ରୀଯୁକ୍ତ ମଲ୍ଲିକ ଭଲ ପାଣି ପଡୁଥିବା ଲେୟାର ପର୍ୟନ୍ତ ନଳକୂପ ଖୋଳି ବସାଇବା, ବାଲିଅନ୍ତା ବ୍ଲକ ୧୬ ନମ୍ବର ଜିଲ୍ଲା ପରିଷଦ ଜୋନ ଅଂଚଳରେ ନଳକୂପରେ ଆସୁଥିବା ଲୌହ ମିଶ୍ରିତ ଜଳ ସମାଧାନ କରିବା ଦିଗରେ ବୈଠକରେ ଜିଲ୍ଲାପାଳ ଅଧିକ୍ଷଣ ଯନ୍ତ୍ରୀ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳକୁ ନିର୍ଦ୍ଦେଶ ଦେଇଥିଲେ ।
ପଂଚାୟତ ମାନଙ୍କରେ କେତେକ ସୋଲାର ଲାଇଟ ନ ଜଳିବା ଓ ଏହାର ସମାଧାନ ଉପରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ଶ୍ରୀ ସାହୁ ସ୍ପଷ୍ଟି କରଣ ରଖିଥିଲେ ।
ବେଗୁନିଆ ବ୍ଲକ ୨୪ ନମ୍ବର ଜୋନ୍ ରେ ସଦଶ୍ୟାଙ୍କ ପ୍ରସ୍ତାବ ହାତି ମାନଙ୍କ ଉପଦ୍ରଵ ଓ ଏହାର ସମାଧାନ ଉପରେ ବନଖଣ୍ଡ ଅଧିକାରୀ, ଖୋରଧା ଶ୍ରୀ ଲାଡେ ଗଜାନନ ଦୟାନନ୍ଦ ବିସ୍ତୁତ ତଥ୍ୟ ଉପସ୍ଥାପନ କରିଥିଲେ ।
ଏଥି ସହ ମାନ୍ୟବର ବିଧାୟକ ଖୋରଧା ଶ୍ରୀଯୁକ୍ତ ଜଗଦେବ ଜୟଦେବ ନିର୍ବାଚନ ମଣ୍ଡଳୀରେ ଗ୍ରାମ୍ୟ ଉନୟନ ରାସ୍ତା ଅଗ୍ରଗତି , ୨୦୨୫ -୨୬ ରାସ୍ତା ଟେଣ୍ଡର କାର୍ଯ୍ୟର ଅଗ୍ରଗତି, ଗ୍ରାମ୍ୟ ଉନୟନ ଡିଭିଜନ ଖୋରଧା, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଡିଭିଜନ, ଖୋରଧା ଏବଂ ୱାଟକୋ ଡିଭିଜନ, ଖୋରଧା ଅତିରିକ୍ତ କାର୍ଯ୍ୟାଳୟ କାର୍ଯ୍ୟକାରିତା,ବାଣପୁର ବରଡିହ ବିଜୁ ସେତୁ ଯୋଜନା, ୩୦ ନମ୍ବର ଜୋନ ଗ୍ରାମ୍ୟ ଉନ୍ନୟନ ରାସ୍ତା ଅଗ୍ରଗତି , ହଂସପାଳରୁ ଅଭୟମୁଖି ପୂର୍ତ୍ତ ବିଭାଗ ରାସ୍ତା ମରାମତି, ଟଙ୍କପାଣି ପୂର୍ତ୍ତ ବିଭାଗ ରାସ୍ତା ମରମତି ,ଜଟଣୀ ବ୍ଲକର ସିଙ୍ଗିପୁର ହରିପୁର ଗ୍ରାମ୍ୟ ରାସ୍ତାର ମରାମତି , ଅତିଥି ଶିକ୍ଷକ ନିଯୁକ୍ତି ଆଦି ବିଷୟ ବସ୍ତୁ ବିଷୟରେ ପୁଙ୍ଖାନୁପୁଙ୍ଖ ବୈଠକରେ ଆଲୋନା କରାଯାଇଥିଲା ।
ଶେଷରେ ଜିଲ୍ଲା ପରିଷଦ ଉପ ସଭାପତି ଶ୍ରୀ ଗୋପୀନାଥ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।
ବୈଠକରେ ମାନ୍ୟବର ମନ୍ତ୍ରୀ ଆଇନ ପୂର୍ତ୍ତ ଓ ଅବକାରି ଓଡିଶା ସରକାରଙ୍କ ପ୍ରତିନିଧି ଶ୍ରୀ ଜିତେନ୍ଦ୍ର କୁମାର ଭୋଳ, ଏବଂ ସତନ୍ତ୍ର ଅଧିକାରୀ ରୋଷନ ଶତପଥୀ , ମାନ୍ୟବର ସାଂସଦ ପୁରୀ ଙ୍କ ପ୍ରତିନିଧି ଶ୍ରୀ ଦିଲୀପ ମହାନ୍ତି, ମାନ୍ୟବର ବିଧାୟକ ଜଟଣୀଙ୍କ ପ୍ରତିନିଧି ମଂଚାସୀନ ଥିବାବେଳେ ଜିଲ୍ଲାର ସମସ୍ତ ଜିଲ୍ଲା ପରିଷଦ ଜୋନ ସଦସ୍ୟ ସଦସ୍ୟା, ପଂଚାୟତ ସମିତି ଅଧ୍ୟକ୍ଷା ଅଧ୍ୟକ୍ଷ, ସମସ୍ତ ଗୋଷ୍ଠୀ ଉନୟନ ଅଧିକାରୀ ,ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତି ବୃନ୍ଦ ଉପସ୍ଥିତଥିଲେ ।




