ଓଡ଼ିଶା ଫଟୋଗ୍ରାଫର ମହାସଂଘ ପକ୍ଷରୁ ଫଟୋ ଓ ଭିଡିଓ ବାଣିଜ୍ୟ ମେଳାରେ କନ୍ଧମାଳର ଦୁଇ ପ୍ରତିଭାଙ୍କୁ ସମ୍ମାନ
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୨୮/୯: ଓଡ଼ିଶା ଫଟୋଗ୍ରାଫର ମହାସଂଘ ପକ୍ଷରୁ ଭୁବନେଶ୍ୱର ସୋଆ ୟୁନିଭରସିଟି ପରିସରରେ ଆୟୋଜିତ ଫଟୋ ଓ ଭିଡିଓ ବାଣିଜ୍ୟ ମେଳା-୨୦୨୬ରେ କନ୍ଧମାଳ ଜିଲ୍ଲାର ଦୁଇ ଫଟୋଗ୍ରାଫରଙ୍କୁ ‘ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଛି।
ବାଲିଗୁଡ଼ାର ଷ୍ଟୁଡିଓ ବୁଲୁ ର ବୁଲୁ ଭାଇ ଏବଂ ଫୁଲବାଣୀର ଷ୍ଟୁଡିଓ ନୀଳକମଲ ର ବାଦଲ ଏହି ସମ୍ମାନ ପାଇଛନ୍ତି। ସେପ୍ଟେମ୍ବର ୨୫ରୁ ୨୭ ତାରିଖ ପର୍ୟ୍ୟନ୍ତ ତିନିଦିନ ଧରି ଚାଲିଥିବା ଏହି ମେଳାରେ ଦେଶର ବିଭିନ୍ନ ଫଟୋ ଓ ଭିଡିଓ ସାମଗ୍ରୀ ନିର୍ମାତା ଓ ବିକ୍ରେତା ସଂସ୍ଥା ଯୋଗ ଦେଇଥିଲେ।
ସୋନି, ନିକୋନ, କେନନ, ଟାମ୍ରନ, ଇପସନ୍ ଭଳି ପ୍ରମୁଖ କମ୍ପାନୀ ସେମାନଙ୍କର ନୂଆ ପ୍ରଯୁକ୍ତି ଓ ଉପକରଣ ପ୍ରଦର୍ଶନ କରିଥିଲେ। କ୍ୟାମେରା, ମେମୋରୀ କାର୍ଡ, ଫଟୋ ଫ୍ରେମ୍, ବ୍ୟାଗ୍, ଇଙ୍କ, ଏଲଇଡି ଫ୍ରେମ୍, ପେନ୍ଡ୍ରାଇଭ୍ ବକ୍ସ, ଫଟୋ ଆଲବମ୍ ଆଦି ସାମଗ୍ରୀର ପ୍ରଦର୍ଶନୀ ସହ ବିଭିନ୍ନ ଉପକରଣ ର ଡେମୋ ମଧ୍ୟ ଦିଆଯାଇଥିଲା।
ମେଳାର ଅନ୍ୟତମ ଆକର୍ଷଣ ଥିଲା ମାଗଣା କ୍ୟାମେରା ସର୍ଭିସିଂ, ନୂଆ କ୍ୟାମେରା ପ୍ରଦର୍ଶନ ଓ ର୍ୟାମ୍ପ୍ ଶୋ। ବିଭିନ୍ନ ସ୍ଥାନରୁ ଆସିଥିବା ଫଟୋଗ୍ରାଫର ଓ ଦର୍ଶକମାନେ ଏହାକୁ ଉପଭୋଗ କରିଥିଲେ।
ବାଲିଗୁଡ଼ାରୁ ପାପୁ ଷ୍ଟୁଡିଓ, ସମଲେଶ୍ୱରୀ ଷ୍ଟୁଡିଓ, ଅରୁଣ ଷ୍ଟୁଡିଓ, ମୟୂରୀ ଷ୍ଟୁଡିଓ ଓ ଏନଏସଡି ଷ୍ଟୁଡିଓର ପ୍ରତିନିଧିମାନେ ମଧ୍ୟ ମେଳାରେ ଯୋଗ ଦେଇଥିଲେ। କନ୍ଧମାଳର ଦୁଇ ଫଟୋଗ୍ରାଫରଙ୍କୁ ପ୍ରତିଭା ସମ୍ମାନ ମିଳିବା ଜିଲ୍ଲାର ଫଟୋଗ୍ରାଫି କ୍ଷେତ୍ର ପାଇଁ ଏକ ଗୌରବର ବିଷୟ ବୋଲି ସାଥୀ ଫଟୋଗ୍ରାଫରମାନେ କହିଛନ୍ତି।
କ୍ରୀଡ଼ା ପ୍ରତିଭାକୁ ସମ୍ମାନ, ବାଲିଗୁଡ଼ା କ୍ରୀଡ଼ା ସଂଘର ନିଆରା ପଦକ୍ଷେପ : ପ୍ରତିଯୋଗୀ ଙ୍କୁ ସମ୍ମାନିତ
ବାଲିଗୁଡ଼ା, ୨୮/୯ : କ୍ରୀଡ଼ା କ୍ଷେତ୍ରରେ ବାଲିଗୁଡ଼ା ଉପଖଣ୍ଡର ଖେଳାଳିମାନେ ନିଜ ପ୍ରତିଭାର ପରିଚୟ ଦେଇଥିବାବେଳେ ସେମାନଙ୍କ ସଫଳତାକୁ ସମ୍ମାନ ଜଣାଇଛି ଉପଖଣ୍ଡ କ୍ରୀଡ଼ା ସଂଘ।
ସଂଘ ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇ ସଫଳ ଖେଳାଳିଙ୍କୁ ଉତ୍ସାହିତ କରାଯାଇଛି।
ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ମହାସିଙ୍ଗି ପଞ୍ଚାୟତର ଗୋଛାପଡ଼ା ଠାରେ ୪ ଦିନ ଧରି ଅନୁଷ୍ଠିତ ଜିଲ୍ଲାସ୍ତରୀୟ ପୁରୁଷ ଓ ମହିଳା କବାଡି ପ୍ରତିଯୋଗିତାର ଉଦଯାପନୀ ଉତ୍ସବ ରେ ବାଲିଗୁଡ଼ା ଉପଖଣ୍ଡ କ୍ରୀଡ଼ା ସଂଘର ପୁରୁଷ ଦଳ ଚାମ୍ପିଅନ ଏବଂ ମହିଳା ଦଳ ଉପଚାମ୍ପିଅନ ହୋଇଥିଲା। ସେହିପରି ଭୁବନେଶ୍ୱରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବଲ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ବାଲିଗୁଡ଼ା ମହିଳା ଦଳ ଚାମ୍ପିଅନ ହୋଇ ଉପଖଣ୍ଡ ପାଇଁ ଗୌରବ ଆଣିଥିଲା।
ଏହି ସଫଳତା ପାଇଁ ମହିଳା ଦଳର ଖେଳାଳିମାନଙ୍କ ସମେତ କବାଡି ଦଳର ସଫଳ ଖେଳାଳିଙ୍କୁ ସଂଘ ପକ୍ଷରୁ ଟି-ସାର୍ଟ ପ୍ରଦାନ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ଉତ୍ସବରେ ଉପଖଣ୍ଡ କ୍ରୀଡ଼ା ସଂଘର ଉପଦେଷ୍ଟା ଶେଖ୍ ସାଦିକ୍, ଦେବବ୍ରତ ସିଂଦେଓ, ସୁରେନ୍ଦ୍ର କୁମାର ପାତ୍ର, ଉପସଭାପତି ସତ୍ୟ ନାରାୟଣ ପାଢ଼ୀ, , ସମ୍ପାଦକ ସୁଶାନ୍ତ କୁମାର ଦାସ, ଯୁଗ୍ମ ସମ୍ପାଦକ, ମାନସ ରଞ୍ଜନ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ରଞ୍ଜିତ୍ କୁମାର ମହାନ୍ତି, କ୍ରୀଡ଼ା ଆୟୋଜକ ଉପଦେଷ୍ଟା ମଣ୍ଡଳୀ ଏଲିଆସ ଦିଗାଳ, କ୍ରୀଡ଼ା ସମ୍ପାଦକ ଶିବାନନ୍ଦ ପଟ୍ଟନାୟକ, ଏ. ଶ୍ରୀନିବାସ ଦୋରା, କ୍ରୀଡ଼ା ଆୟୋଜକ ସମିତି ସଦସ୍ୟ ପ୍ରଶାନ୍ତ କୁମାର ସାହୁ, ଗଙ୍ଗାଧର ପଣ୍ଡା, ସୂର୍ୟ୍ୟ ନାରାୟଣ ସୁଆର ସମେତ ସଂଘର ସଦସ୍ୟ ମାନେ ଉପସ୍ଥିତ ରହି ଖେଳାଳି ମାନଙ୍କ ସଫଳତାକୁ ପ୍ରଶଂସା କରିଥିଲେ।
ଖେଳାଳିଙ୍କ ଏହି ସଫଳତା ଆଗାମୀ ଦିନରେ ବାଲିଗୁଡ଼ା ଅଞ୍ଚଳରେ କ୍ରୀଡ଼ା ପ୍ରତିଭାଙ୍କୁ ଅଧିକ ଉତ୍ସାହିତ କରିବ ବୋଲି ଆଶା ପ୍ରକାଶ ପାଇଛି।




