ଇଟାମାଟିରେ ରକ୍ତଦାନ ଶିବିର
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨/୧୦ : Give Blood Save Life ଓ ଜ୍ଞାନଦୀପ ବିଦ୍ୟାମନ୍ଦିର ତରଫରୁ ଗାନ୍ଧୀଜୟନ୍ତୀ ଉପଲକ୍ଷେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ୩୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।
ନୟାଗଡ଼ ବ୍ଲଡ ବ୍ୟାଙ୍କ୍ ଏହି ଶିବିରରେ ସହଯୋଗ କରିଥିଲେ। ଇଟାମାଟି ଅଞ୍ଚଳର ବହୁତ ରକ୍ତଦାତା ଓ ସମାଜସେବୀ ଏଥିରେ ଯୋଗ ଦେଇଥିଲେ। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡାକ୍ତର ବି. ଏସ୍. ରାଓ ଶିବିରରେ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।
ଇଟାମାଟି କଲେଜ ର ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ ରକ୍ତଦାନ ଏକ ମହତ ଦାନ ବୋଲି ସମସ୍ତ ରକ୍ତଦାତା ମାନଙ୍କୁ ବୁଝାଇଥିଲେ।
ଜ୍ଞାନଦୀପ ବିଦ୍ୟାମନ୍ଦିରର ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପଲତା ମିଶ୍ର ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।
ଅନ୍ୟାନ୍ୟ ଅତିଥି ବୃନ୍ଦ ଗତିଶ୍ୱର ସ୍ନାତକ ମହାବିଦ୍ୟାଳୟ ର ଯୁବ ରେଡ୍ କ୍ରସ୍ ସଂଯୋଜକ ଡକ୍ଟର ସୁଶାନ୍ତ କୁମାର ମାଝୀ, ଦୀପକ ଦଳବେହେରା, ସମାଜ ସେବୀ ଦାମୋଦର ସାହୁ, ଯୋଗ ଗୁରୁ ପ୍ରଦୀପ୍ତ କୁମାର ସାହୁ, ଶିକ୍ଷକ ପ୍ରସନ୍ନ ମିଶ୍ର, ସୁଶାନ୍ତ ରାୟ, ବବୁଲ୍ ଦାସ, ଏସଙ୍ଖର ଈକ୍ଷକ୍ଟକ୍ଟୟ ଝବଙ୍ଖର ଖସଲର ର ସଭାପତି ଶ୍ରୀଯୁକ୍ତ ଭାଗିରଥୀ ବାଇ ଜ୍ଞାନଦୀପ ବିଦ୍ୟାମନ୍ଦିରର ଅଧ୍ୟକ୍ଷା, ଶିକ୍ଷକ ଶିକ୍ଷୟତ୍ରୀ, ରକ୍ତଦାତା ଭାଇ ଭଉଣୀ, ସମସ୍ତ ଅତିଥି ବୃନ୍ଦ ଓ Give Blood Save Lifeର ସମସ୍ତ ସଦସ୍ୟ ଆଜିର ଶିବିର ରେ ସହଯୋଗ କରିଥିବାରୁ ଧନ୍ୟବାଦ ଦେଇଥିଲେ।




