ଆଧାରକାର୍ଡରେ ନାମ ତ୍ରୁଟି ଯୋଗୁଁ ଅସହାୟ ବିଧବାମହିଳା ଭତା ପାଇବାରୁ ବଂଚିତ
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୭/୧୨ : ଆଧାରକାର୍ଡରେ ନାମ ତ୍ରୁଟି ଯୋଗୁଁ ଅସହାୟ ବିଧବା ମହିଳା ଭତା ପାଇବାରୁ ବଂଚିତ । ବାଲିଗୁଡା ବ୍ଲକ ଅନ୍ତର୍ଗତ ମିଡିଆକିଆ ପଂଚାୟତର ପୁରୁଣା ସାହିର ଫିମ୍ପା ବିନ୍ଧାଣୀ(୪୧)ଙ୍କ ଭୋଟପରିଚୟପତ୍ର.ରେସନକାର୍ଡ,ବ୍ୟାଙ୍କ ଖାତା ରେ ଫିମ୍ପା ବିନ୍ଧାଣି ରହିଛି ଏହା ତାଙ୍କର ପ୍ରକୃତ ନାମ ।
କିନ୍ତୁ ଆଧାର କାର୍ଡ ନମ୍ବର ୪୯୪୨୯୮୩୯୩୪୫୯ରେ ବୈଦିଆ ବିନ୍ଧାଣି ହୋଇଯାଇଛି । ବୈଦିଆ ବିନ୍ଧାଣି ତାଙ୍କ ପୁଅ ,ମା ପୁଅର ଦୁଇଟି ଆଦାର କାର୍ଡରେ ଗୋଟିଏ ନାମ ହୋଇଯ।।ଇଛି । ଯାହାଫଳରେ ସେ ବିଧବା ଭତା ଠାରୁ ସମସ୍ତ ଭତା ଏବଂ ଆବାସ ଯୋଜନା ଆଦି ସରକାରୀ ସୁବିଧା ପାଇବାରୁ ବଂଚିତ ହେଉଛନ୍ତି ।
ଗରୀବ ଓ ନିରିହ ହୋଇଥିବାରୁ ତାଙ୍କର ଆଶାରକାର୍ଡରେ ନାମ ତ୍ରୁଟି ସଂଶୋଧନ କରିପାରୁନାହାନ୍ତି । ଏହି ଭୁଲପାଇଁ ସେ ସମସ୍ତ ସରକାରୀ ଓ ବେସରକାରୀ କାଗଜ ପତ୍ରର କାମ କରିପାରୁନାହାନ୍ତି ।
ସେ ଅନୁରୋଧ କରିଛନ୍ତି ଯେ ଆଧାରକାର୍ଡରେ ତାଙ୍କ ନାମକୁ ସଂଶୋଧନ କରିବାକୁ ଯାହାଫଳରେ ସେ ସମସ୍ତ ସୁବିଧା ପାଇପାରିବେ । ଏହି ବାବଦରେ ବିଡିଓ ଅକ୍ଷୟ ମଳିକ କହିଛନ୍ତି ଏହା ଉପରେ ତଦନ୍ତ କରି ପଦକ୍ଷେପ ନେବି ।
ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲରେ ବିଜ୍ଞାନ ଓ ଚିତ୍ରକଳା ପ୍ରଦର୍ଶିନୀ
ବାଲିଗୁଡା, ୧୭/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲ ପରିସରରେ ବିଜ୍ଞାନ ଓ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମଣ୍ଡଳ ସାଧନ ସଂଯୋଜିକା ଶ୍ରୀମତୀ ସୌଦାମିନୀ ସାହୁ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ମହାରଣା, ଅଞ୍ଚଳ ର ବରିଷ୍ଠ ଚିତ୍ରକାର ରଶ୍ମି ରଞ୍ଜନ ମହାରଣା ପ୍ରମୁଖ ଉପସ୍ଥିତ ରହି ଦୀପ ଧୂପ ପ୍ରଜ୍ବଳନ ପୂର୍ବକ ପୁଷ୍ପ ମାଲ୍ୟାର୍ପଣ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।
ଉପସ୍ଥିତ ଅତିଥିଙ୍କ ଅଭିଭାଷଣରେ ବିଜ୍ଞାନର କାର୍ଯ୍ୟକାରିତା ଓ ତା’ର ମହତ୍ୱ ସମ୍ପର୍କ ରେ ଆଲୋକପାତ କରିଥିବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ମହାପାତ୍ର ବିଜ୍ଞାନର ଉପକାରିତା ବିଷୟରେ ଶିଶୁଙ୍କୁ ସୁନ୍ଦର ଭାବେ ବୁଝାଇଥିଲେ ।
ବିଦ୍ୟାଳୟର ଶିକ୍ଷୟିତ୍ରୀ ରଶ୍ମିପ୍ରଭା ଦାସ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସୋନାଲି ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ତଥା ଅଭିଭାବକ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।




