Odisha News

ଅପରେସନ ଗ୍ରୀନ କ୍ଲିନରେ ସଫଳତା, ୩ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ବୌଦ୍ଧ,୨୬/୪ : ନିଶା ବେପାରୀମାନେ ପୁଲିସକୁ ଚକମା ଦେବାକୁ ଆପଣାଉଛନ୍ତି ଭିନ୍ନ ଭିନ୍ନ ତରିକା। କେତେବେଳେ ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ କରୁଛନ୍ତି ତ ଆଉ କେତେବେଳେ ପୁଲିସକୁ ଆଖିରେ ଧୂଳି ଦେବା ପାଇଁ ଜଙ୍ଗଲରେ ଗଞ୍ଜେଇ ଲୁଚେଇ ରଖୁଛନ୍ତି। ଏପରି ସମାନ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ।
ଗତକାଲି ମନମୁଣ୍ଡା ଥାନା ଅନ୍ତର୍ଗତ ନଳୀକୁପା ଜଙ୍ଗଲରୁ ୩୮ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୁଲିସ। ଯାହାର ଆନୁମାନିକ ମୂଲ୍ୟ ୩କୋଟି ୮୦ ଲକ୍ଷ ଟଙ୍କା ହେବ।
ବୌଦ୍ଧ ଏସପି ରାଜ୍ ପ୍ରସାଦଙ୍କ ସୂଚନା ଅନୁସାରେ, ନଳୀକୁପା ଜଙ୍ଗଲରେ ବାହାର ରାଜ୍ୟକୁ ଚାଲାଣ ପାଇଁ ପ୍ରଚୁର ପରିମାଣରେ ଗଞ୍ଜେଇ ଗଚ୍ଛିତ ଥିବା ଖବର ମିଳିଥିଲା। ମନମୁଣ୍ଡା ପୁଲିସ ଟିମ୍ ଚଢ଼ାଉ କରି ୩କୋଟି ୮୦ ଲକ୍ଷ ଗଞ୍ଜେଇ ଜବତ କରିଛି। ବିଗତ ୨ ମାସ ମଧ୍ୟରେ ବୌଦ୍ଧ ଜିଲ୍ଲାରୁ ୨୫ କୋଟି ଟଙ୍କାର ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ମାମଲା୬୩ଟି ରୁଜୁ ହେବା ସହ ୯୭ଜଣଙ୍କୁ ଗିରଫ କରାଯାଇଛି। ଏହାସହ ୬ଟି ବନ୍ଧୁକ ଜବତ କରାଯାଇଛି।
ଏହି ଗଞ୍ଜେଇର ଚେର କେଉଁ ରାଜ୍ୟ ଯାଏ ଲମ୍ବିଛି, ଏଥିରେ ବନ ବିଭାଗ କର୍ମଚାରୀଙ୍କ ସଂପୃକ୍ତ ରହିଛି କି ପୁଲିସ ତାର ଖୋଳତାଡ କରୁଛି ପୁଲିସ।

Related Posts

Seo wordpress plugin by www.seowizard.org.