Odisha News

ଅଧ୍ୟାପକ କର୍ମଚାରୀ ସଂଘର ସମ୍ବର୍ଦ୍ଧନା ପ୍ରଦାନ

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୦/୫ : ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ନୟାଗଡ ଜିଲ୍ଲା ଶାଖା ଓ ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ଏକାମ୍ର ନିର୍ବାଚନ ମଣ୍ଡଳୀ ର ମାନନୀୟ ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ ମହୋଦୟ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।
ସୂଚନନୁଯାୟୀ ୦୧/୦୬/୨୦୦୮ ରୁ ୦୧/୦୬/୨୦୧୮ ମସିହା ମଧ୍ୟରେ ବିଭିନ୍ନ ଅନୁଦାନ ଓ ଅଣ ଅନୁଦାନ ମହାବିଦ୍ୟାଳୟରେ ପରିଚାଳନା କମିଟି ଦ୍ବାରା ନିଯୁକ୍ତି ପାଇଥିବା ଅଧ୍ୟାପକ ଓ କର୍ମଚାରୀଙ୍କୁ ସରକାରୀ ଅନୁଦାନ ପରିସର ଭୁକ୍ତ କରିବାପାଇଁ ଗତ ଶୁକ୍ରବାର ତୋଷାଳି ଭବନଠାରେ \”ଆମ ଗୌରବ ଆମ କଲେଜ\” କକ୍ଷ ରେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ଗଠିତ ଉଚ୍ଚସ୍ତରୀୟ କମିଟି ସହ ମାନ୍ୟବର ପିପିଲି ବିଧାୟକ ଶ୍ରୀଯୁକ୍ତ ଆଶ୍ରିତ ପଟ୍ଟନାୟକ ଓ ମାନ୍ୟବର ବିଧାୟକ ଏକାମ୍ର ଶ୍ରୀଯୁକ୍ତ ବାବୁ ସିଂ ଙ୍କ ଏବଂ ସଂଘର ଅନ୍ତିମ ପର୍ଯ୍ୟାୟ ଆଲୋଚନା ସଫଳତାର ସହ ସମାହିତ ହୋଇଛି।
ସଂଘ ପକ୍ଷରୁ ପ୍ରକାଶ ଯେ ଆସନ୍ତା ଜୁନ୍ ମାସ ୬ ତାରିଖ କମିଟି ର କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ କମିଟି ତାର ରିପୋର୍ଟ ପ୍ରଦାନ କରିବ।
ବୁଧବାର ସଂଘ ପକ୍ଷରୁ ନୟାଗଡ ଜିଲ୍ଲା ସଂଯୋଜକ ଦେବାଶିଷ୍ ମହାପାତ୍ର ଙ୍କ ନେତୃତ୍ୱରେ ନୟାଗଡ ର ବ୍ୟବସ୍ଥା ପ୍ରମୁଖ ସୁଚିସ୍ମିତା ମିଶ୍ର,ଖଣ୍ଡ ସଂଯୋଜକ ସ୍ମୃତିରଞ୍ଜନ ମାନସିଂହ,ରିଙ୍କୁ କିଶୋର ସାହୁ,ଭଗବାନ ପୃଷ୍ଟି,ରାଜକିଶୋର ପାତ୍ର,ରଶ୍ମିତା ମାମ,ସରସ୍ୱତୀ ମାମ,ସବିତା ମାମ,ଲେଙ୍କା ସାର୍ ସମୂହ ଉପସ୍ଥିତ ଥିଲେ।

Related Posts