ଅଥର୍ବ ବେଦରେ ଲୋକଙ୍କ ହିତ ପାଇଁ ମନ୍ତ୍ର ଚିକିତ୍ସା ଆଲୋଚନା
ବରଦା ଦାସଙ୍କ ରିପୋର୍ଟ
କଟକ,୧୭/୫ : ବାରମ୍ବାର ବେଦ ମନ୍ତ୍ରକୁ ସଠିକ୍ ଭାବେ ଉଚ୍ଚାରଣ କଲେ ରୋଗ ଉପଶମ ହୋଇଥାଏ ।ଶୟଣାଚାର୍ଯ୍ୟ ଲୋକ କଲ୍ୟାଣ ନିମନ୍ତେ ବେଦ ର ଭାଷ୍ୟ ରଚନା କରିଥିଲେ ବୋଲି ଶ୍ରୀ ଜଗନ୍ନାଥ ସଂସ୍କୃତି ବିଶ୍ୱ ବିଦ୍ୟାଳୟ ର ପ୍ରାକ୍ତନ ପ୍ରଫେସର ତଥା ଉଜ୍ ୟିନୀ ସ୍ଥିତ ରାଷ୍ଟ୍ରୀୟ ସନ୍ଦିପନି ପ୍ରତିଷ୍ଠାନ ର କାର୍ଯ୍ୟକାରୀ ସଭ୍ୟ ପ୍ରାକ୍ତନ ପ୍ରଫେସର ଦିବାକର ମହାପାତ୍ର କହିଥିଲେ ।
କେରଳର ଆୟୁର୍ବେଦ ଡାକ୍ତର ଶୁଭକରଣଙ୍କ ଲିଖିତ ପୁସ୍ତକ ଶ୍ରୀ ରୁଦ୍ରଙ୍ଗ ଡିକୋଡେଡ କୁ ସମସ୍ତେ ପାଠ କଲେ ଉପକୃତ ହେବେ ବୋଲି ସେ କହିଥିଲେ ।
ଡାକ୍ତର ଗୋପାଳ ଚନ୍ଦ୍ର ଦାଶ ସୁସ୍ଥ ଶରୀର ପାଇଁ ଅଥର୍ବ ବେଦରେ କିପରି ମନ୍ତ୍ର ଉଲ୍ଲେଖ ରହିଛି ସେ ବିଷୟରେ ବିଶଦ ଭାବେ ଆଲୋଚନା କରି ସମସ୍ତଙ୍କୁ ମୁଗ୍ଧ କରିଦେଇଥିଲେ ।
ପୂର୍ବତନ କୁଳପତି ପ୍ରଫେସର ଶତ୍ରୁଘ୍ନ ପାଣିଗ୍ରାହି ନିଜ ଲିଖିତ ପୁସ୍ତକ ସୂର୍ଯ୍ୟକିରଣ ଓ ଜଳ ଦ୍ୱାରା ଚିକିତ୍ସା ସମ୍ପର୍କରେ କହି ରୋଗ ର କାରଣ ଓ ନିରାକରଣ ସଂପର୍କରେ ତଥ୍ୟ ପ୍ରଦାନ କରିଥିଲେ ।
ସମାଜର ପୂର୍ବତନ ବରିଷ୍ଠ ସାମ୍ବାଦିକ ସମୀକ୍ଷା କରି କହିଲେ ଯେ ଆଧୁନିକ ଚିକିତ୍ସାର ମନ୍ତ୍ର ଉଚ୍ଚାରଣ ବିକଳ୍ପ ନୁହେଁ,ପୁରାତନ ଯୁଗରେ ମନ୍ତ୍ର ଚିକିତ୍ସାର ପ୍ରାଧାନ୍ୟ ଥିଲା ।
ଏବେ ଏହା ଦ୍ୱାରା କେବଳ ରୋଗ ଉପଶମ କରିହେବ । ସଂଯୋଜନା କରି ଥିଙ୍କର୍ଷ କ୍ଲବ ସଭାପତି ୧୫୩ ତମ ଆଭାସୀ ତଥା ସମସ୍ତ ପ୍ରାୟୋଜିତ ଆଲୋଚନା କିପରି ସମସ୍ତଙ୍କ ପାଇଁ ଗୁରୁତ୍ବ ପୂର୍ଣ୍ଣ ସେ ବିଷୟରେ ସମସ୍ତେ ଉପଲବ୍ଧି କରିଥିଲେ ।
କେନ୍ଦ୍ର ସରକାର ଏ ଦିଗରେ ପ୍ରୋତ୍ସାହନ ଦେବା ଜରୁରୀ ବୋଲି ବୁଦ୍ଧିଜୀବୀ ମାନେ ସମ୍ମତି ପ୍ରକାଶ କରିଥିଲେ ।
ପ୍ରଫେସର ଉମାଶଙ୍କର ମିଶ୍ର ପ୍ରଶ୍ନ ପଚାରି ସଙ୍କା ଦୂର କରିଥିଲେ । ସର୍ବଶ୍ରୀ ଡ ମଧୁମିତା ଷଡ଼ଙ୍ଗୀ, ଇ ସୁଧାକର ପତ୍ରୀ,ମମତା ବିଶୋଇ,ଅକ୍ଷୟ ସ୍ୱାଇଁ,ବି ମହାରଣା,ସଞ୍ଜୟ କୁମାର ପାଣିଗ୍ରାହୀ,ମିହିର ଶତପଥୀ,ଦୁର୍ଗା ଶଙ୍କର ଦାସ,ବିଳାସିନୀ ସାହୁ,ସୁବ୍ରତ ଦାସ,ଶର୍ମିଷ୍ଠା ନାହାକ,ପ୍ରଦୀପ ସାମଲ,ବିଜୟ ଆଚାର୍ୟ୍ୟ,ସୁଶ୍ରୀ ସୁମେଧା ଦାସ,ଶୋଭା ରାଣୀ ଓ ୟୁ ଟ୍ୟୁବ୍ ରେ ବହୁ ଶ୍ରୋତା ଯୋଗ ଦେଇ ଶୁଣିଥିଲେ । ପରବର୍ତ୍ତୀ ଆଲୋଚନା ବିବାହ ସଂସ୍କାର ବିଷୟରେ ଅନୁଷ୍ଠିତ ହେବ ।




